ଶୀତଦିନେ ଆଉ ଫାଟିବନି ଗୋଇଠି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ସାଧାରଣତଃ ଶୀତଦିନ ଆସିଗଲେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କର ଦେଖାଯିଏ। ଆପଣ ଯେତେବେ ବି ଯତ୍ନ ନେଲେ ମଧ୍ୟ ଏହା ନିଶ୍ଚିତ ଭାବେ ହୁଏ। କିପରି ନିଜ ଗୋଠିକୁ ସୁନ୍ଦର ରଖିବେ, ଏହାକୁ ନେଇସମସ୍ତଙ୍କ ମନରେ ଅନେକ ପ୍ରଶ୍ନ। ଆଜିକାଲି କର୍ମମୟ ଜୀବନରେ ଏତେ ବ୍ୟସ୍ତ ହୋଇଗଲେଣି ଯେ, ନିଜ ଶରୀର ସୁନ୍ଦରତାକୁ ଧ୍ୟାନରେ ରଖି ହେଉନାହିଁ। ଆଜି ଆମେ ଆପଣଙ୍କୁ କିଛି ଘରୋଇ ଏବଂ ସହଜ ଉପାୟ ବତାଇବୁ ଯାହା ଦ୍ୱାରା ଆପଣ ନିଜ ଗୋଇଠିକୁ ଫାଟିବାରୁ ରକ୍ଷା କରିପାରିବେ।

– ପ୍ରତିଦିନ ନିଜ ଗୋଇଠିକୁ ଅଳ୍ପ ଉଷୁମ ଗରମ ପାଣିରେ ଭଲ ଭାବେ ସଫା କରିଦିଅନ୍ତୁ। ମନେ ରଖନ୍ତୁ, ଏହି ଗରମ ପାଣିରେ କିଛି ଲୁଣ ମିଶାଇଦେବେ। ଏପରି କଲେ ମୃତ କୋଷିକା ନଷ୍ଟ ହୋଇଯାଏ।

– ଗୋଇଠିକୁ ସୁନ୍ଦର ରଖିବା ପାଇଁ  ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଭଲଭାବେ ଗୋଇଠିକୁ ଧୋଇ ସେଥିରେ ପେଟ୍ରୋଲିୟମ ଜେଲି କିମ୍ବା ଭ୍ୟାସଲିନ ଲଗାଇ ପାରିବେ। ଏପରି କଲେ ମଧ୍ୟ ଗୋଇଠି ଫଟାରୁ ମୁକ୍ତି ମିଳିବ।

– କେମିକାଲ ଯୁକ୍ତ ସାବୁନ କେବେ ବି ଫଟା ଗୋଇଠିରେ ବ୍ୟବହାର କରନ୍ତୁ ନାହିଁ। ଏହାକୁ ବ୍ୟବହାର କଲେ ଗୋଇଠି ଫାଟିବାର ଆଶଙ୍କା ଅଧିକ ଥାଏ।

– ସବୁବେଳେ ଘରେ ହେଉ ଅବା ବାହାରେ ମୋଜା ପିନ୍ଧନ୍ତୁ। ଏମିତି କଲେ ଗୋଇଠିରେ କମ୍‌ ମଇଳା ଲାଗିବ ଏବଂ ଫାଟିବାର ଆଶଙ୍କା କମ୍‌ ରହିବ।

– ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ଗୋଇଠିରେ ମହୁ ଲଗାଇ ମାଲିସ ମଧ୍ୟ କରିପାରିବେ।

ଏହାସହ ପଢ଼ନ୍ତୁ ; ପାଟି ଘା’ରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

– ପ୍ରତିଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଶରୀରରେ ଜଳୀୟ ଅଂଶ କମ୍‌ ହେଲେ ମଧ୍ୟ ଗୋଇଠି ଫାଟିବାର ଆଶଙ୍କା ରହିଥାଏ।

Swagatika

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

3 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

3 hours ago