ଓଠକୁ କୋମଳ ଏବଂ ଗୋଲାପୀ କରିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ, ଏମିତି ନିଅନ୍ତୁ ଏହାର ଯତ୍ନ

ନାରୀ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ ଓଠ । କିନ୍ତୁ ଉପଯୁକ୍ତ ଯତ୍ନ ଅଭାବରୁ ମହିଳମାଙ୍କ ଓଠ କଳା ପଡିଯାଏ । ଯାହାଦ୍ୱାରା ସେମାଙ୍କ ଆତ୍ମବିଶ୍ୱାସ ଅନ୍ୟ ଆଗରେ କମିଯାଏ । କିନ୍ତୁ ଘରୋ ଉପଚାର ଦ୍ୱାରା ଆପଣ ଏକ ସୁସ୍ଥ ଏବଂ ଗୋଲାପି ଓଠ ପାଇପାରିବେ ।

– ଲେମ୍ବୁ ଜୁସ୍‌: ଅଧା ଚାମଚ ଲେମ୍ବୁରସ ସହ ବାହାମ ତେଲକୁ ମିଶାଇ ଧୀରେ ଧୀରେ ଓଠରେ ମସାଜ କରନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ ।

lipi

– ଅଲିଭ ଅଏଲ ଏବଂ ଚିିନି: ଅଲିଭ ଅଏଲ ଏବଂ ଚିିନିର ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ଓଠରେ ଗୋଲେଇ ଆକୃତିରେ ମସାଜ କରନ୍ତୁ । କିଛି ସମୟ ଏହି ପେଷ୍ଟକୁ ଲଗାଇଲା ପରେ ଏହାକୁ ଓଦା କପଡାରେ ପୋଛି ଲିପ୍‌ବାମ୍ ଲଗାନ୍ତୁ ।

– ବିଟ୍ ଏବଂ ଭିଟାମି୍‌ନ-ଇ କ୍ୟାପ୍‌ସୁଲ: ଅଧା କଟା ବିଟ୍‌ର ରସ ବାହାର କରନ୍ତୁ । ସେଥିରେ ଅଲିଭ ଅଏଲ ଏବଂ ଗୋଟିଏ ଭିଟାମି୍‌ନ ଇ କ୍ୟାପ୍‌ସୁଲ ପକାନ୍ତୁ । ଏହି ମିଶ୍ରଣକୁ ଗୋଲେଇ ଆକୃତିର ଓଠରେ ମସାଜ କରନ୍ତୁ । କିଛିଦିନ ଭିତରେ ଓଠରେ ଫରକ ଜାଣିପାରିବେ ।

r

–  ଘିକୁଆଁରୀ ଏବଂ ଡାଳିମ୍ବ: ଘିକୁଆଁରୀ ଏବଂ ଡାଳିମ୍ବ ରସକୁ ଓଠରେ ମାଲିସ କରନ୍ତୁ । ତାହା ଫରକ ଜାଣିପାରିବେ ।

– ଲେମ୍ବୁ ଏବଂ ଗ୍ଲିସେରି୍‌ନ: ଅଧା ଚାମଚ ଲେମ୍ବୁ ରସରେ କିଛି ବୁନ୍ଦା ଗ୍ଲିସେରି୍‌ନ ମିଶାଇ ଓଠରେ ଶୋଇଲା ବେଳେ ଲଗାଇ ଶୁଅନ୍ତୁ । ସକାଳୁ ଗରମ ପାଣିରେ ଭିଜିଥିବା କପଡା ସାହାଯ୍ୟରେ ଓଠକୁ ପୋଛିିନିଅନ୍ତୁ ।

Leave A Reply

Your email address will not be published.