ସର୍ବଦା ଆପଣଙ୍କ ଗୋଡ ଫାଟୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଚେହେରା ସହ ପାଦର ତ୍ବଚା ମଧ୍ଯ ନରମ ହୋଇଥାଏ। ପାଦର ଯତ୍ନ କଥା କହିବାକୁ ଗଲେ ଅଧିକାଂଶ ଲୋକ ଏହାର ଯତ୍ନ ନେବାରେ ଅଣଦେଖା କରିବାରୁ ଗୋଇଠି ଫାଟିଥାଏ। ଗୋଡ ଫାଟିଲେ ଏହାକୁ ଦେଖିବାକୁ ଖରାପ ଲାଗିଥାଏ। ଏଥିସହ ପାଦରେ ଯନ୍ତ୍ରଣା ହେବା ସହ ରକ୍ତ ମଧ୍ଯ ବାହାରିଥାଏ। ଯଦି ଆପଣଙ୍କର ମଧ୍ଯ ଏଭଳି କିଛି ସମସ୍ଯା ରହିଛି ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ। ଯାହାଦ୍ବାରା ଆପଣଙ୍କ ଗୋଇଠି ସୁନ୍ଦର, କୋମଳ ଏବଂ ଗ୍ଲୋଇଂ ଦେଖାଯିବ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଘରୋଇ ଉପଚାର।

hill3-ଗୋଇଠି ଫାଟିଥିଲେ ହାଲୁକା ଉଷୁମ ପାଣିରେ ଲେମ୍ବୁ ରସ ଏବଂ ଲୁଣ ମିକ୍ସ କରି କିଛି ସମୟ ପାଇଁ ସେଥିରେ ପାଦ ବୁଢାଇ ରଖନ୍ତୁ। ଏହାଦ୍ବାରା ଡେଡ୍ ସ୍କିନ୍ ସଫା ହେବା ସହ ମୁଲାୟମ ହେବାରେ ସାହାଯ୍ଯ କରିଥାଏ। ଏଥିସହ ଇନଫେକ୍ସନର ଭୟ ମଧ୍ଯ ଦୂର ହୋଇଥାଏ।

-ଗ୍ଲିସେରିନ୍ ଏବଂ ଗୋଲାପଜଳରେ ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ବ୍ଯାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ବଚାକୁ ସଫା କରିବା ସହ ସୁନ୍ଦର କରିବାରେ ସାହାଯ୍ଯ କରିଥାଏ। ଏହି ଦୁଇଟି ଜିନିଷକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ଫଟା ସ୍ଥାନରେ ଲଗାଇବା ଦ୍ବାରା ଗୋଡ ଫଟାରୁ ବହୁତ ଜଲଦି ମୁକ୍ତି ମିଳିଥାଏ।

hill1-ପେଟ୍ରୋଲିୟମ ଜେଲି ସାଧାରଣତଃ ଖୁବ୍ ସହଜରେ ମିଳିଯାଇଥାଏ। ଏହା ଗୋଡ ଫାଟିବା ସମସ୍ଯା ଦୂର କରି ପାଦକୁ ସୁନ୍ଦର ଏବଂ ମୁଲାୟମ କରିବାରେ ସାହାଯ୍ଯ କରିଥାଏ। ଏଥିପାଇଁ ପ୍ରତ୍ଯେକ ଦିନ ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ପେଟ୍ରୋଲିୟମ ଜେଲି ଲଗାଇ ଶୁଅନ୍ତୁ।

-କ୍ଷୀର ଏବଂ ମହୁରେ ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟ-ବ୍ଯାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ବଚାର ରଙ୍ଗ ବଦଳାଇବା ସହ ତ୍ବଚା ସହ ଜଡିତ ସମସ୍ଯା ଦୂର କରିବାରେ ମଧ୍ଯ ସାହାଯ୍ଯ କରିଥାଏ। ମହୁ ଏବଂ କ୍ଷୀର ମିଶାଇ ଗୋଇଠିରେ ଲଗାଇବା ଦ୍ବାରା ଡେଡ୍ ସେଲ୍ସ ସଫା ହେବା ସହ ତ୍ବଚାକୁ ପୋଷଣ ମିଳିଥାଏ। ଏଥିସହ ପାଦ ନରମ ରହିଥାଏ।

hill2-ସୋରିଷ ତେଲରେ ଫାଟିଥିବା ସ୍ଥାନ ମସାଜ କରିବା ଦ୍ବାରା ଏହି ସମସ୍ଯା ଦୂର ହୋଇଥାଏ। ଏଥିପାଇଁ ଶୋଇବା ପୂର୍ବରୁ ଏହି ତେଲରେ ଗୋଇଠି ମାଲିସ କରି ଶୁଅନ୍ତୁ। ଏଭଳି କିଛି ଦିନ କରିବା ପରେ ଆପଣ ନିଜେ ଫରକ ଅନୁଭବ କରିପାରିବେ।

-ଫଟା ଗୋଇଠି ପାଇଁ ସବୁଠାରୁ ଲାଭକାରୀ ହୋଇଥାଏ ଭିନେଗାର। ଏଥିପାଇଁ ଆପଣ ହାଲୁକା ଉଷୁମ ପାଣିରେ ଭିନେଗାର ମିଶାଇ କିଛି ସମୟ ପର୍ଯ୍ଯନ୍ତ ସେଥିରେ ପାଦକୁ ବୁଡାଇ ରଖନ୍ତୁ। ଏହାପରେ ସ୍ପଞ୍ଜ ସାହାଯ୍ଯରେ ପାଦ ସଫା କରନ୍ତୁ। ଏପରି କରିବା ଦ୍ବାରା ପାଦରୁ ଡେଡ୍ ସ୍କିନ୍ ସେଲ୍ ରିମୁଭ୍ ହେବା ସହ ପାଦ କୋମଳ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.