ଲାଇଫ୍ ଷ୍ଟାଇଲ୍

ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଚମକ ଆଣିବ ଏହି ଫେସପ୍ୟାକ, ତୁରନ୍ତ କରନ୍ତୁ ବ୍ୟବହାର

ନିଜ ତ୍ୱଚାକୁ ଅଧିକ ଦିନ ଯାଏଁ ଯବାନ ଓ ଉଜ୍ଜ୍ୱଳମୟ ରଖିବା ପାଇଁ ଅଧିକାଂଶ ଝିଅମାନେ ନାମୀ ଦାମୀ କମ୍ପାନୀର ବ୍ୟୁଟି ପ୍ରଡ଼କ୍ଟସ ବ୍ୟବହାର କରିଥାନ୍ତି । ଏଥିପାଇଁ ଅନେକେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏହି ସବୁ ଦାମୀ ପ୍ରଡକ୍ଟ କେବେ କେବେ ଭଲ ଫାଇଦା ଦିଏ ତ କେବେ ଦିଏନାହିଁ । ଏମିତିକି ଅନେକ ସମୟରେ କେମିକାଲ ଗୁଡିକର ନକାରାତ୍ମକ ପ୍ରଭାବ ବି ପଡିଥାଏ । ଏମିତିରେ ଆପଣ ଦାମୀ ପ୍ରଡକ୍ଟ ବଦଳରେ ଘରେ ସହଜରେ ମିଳିପାରୁଥିବା ଘରୋଇ ଜିନିଷ ଗୁଡିକର ବ୍ୟବହାର କରିପାରିବେ । ଯେଉଁଥିରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବାକୁ ନଥିବା ବେଳେ ଚେହେରା ଉପରେ ବି କୌଣସି କୁପ୍ରଭାବ ପଡିନଥାଏ । ଏହା ଏଗୁଡିକରେ ବ୍ୟବହାର ହେଉଥିବା ଜିନିଷ ଗୁଡିକରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିୟଲ, ଆଣ୍ଟି ଭାଇରାଲ ଗୁଣ ତ୍ୱଚାକୁ ଅଧିକ ଦିନ ପର୍ଯ୍ୟନ୍ତ ଯବାନ ରଖିବା ସହ ଏକ ଭିନ୍ନ ଉଜ୍ଜଳତା ଆଣିଥାଏ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ତୁଳସୀ ପତ୍ର

୨. ମହୁ – ଏକ ଚାମଚ

୩. ବେସନ – ଏକ ଚାମଚ

 

୪. ଉଷୁମ ପାଣି- ଆବଶ୍ୟକତା ଅନୁସାରେ

କେମିତି କରିବେ ପ୍ରସ୍ତୁତ:

ଏକ ଗିନାରେ ଗରମ ପାଣି, ତୁଳସୀ ପତ୍ର ଭିଜେଇ ଦିଅନ୍ତୁ । ଏହା ଦ୍ୱାରା ତୁଳସୀ ମିଳେଇ ଯିବ । ଏବେ ଏହାକୁ ଏକ ମିକସିରେ ରଖି ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ । ଏବେ ଏହି ପେଷ୍ଟକୁ ଏକ କଟୋରିରେ ରଖି ଉପରୋକ୍ତ ବାକି ଜିନିଷ ସହ ଭଲ ଭାବେ ମିଶେଇ ଦିଅନ୍ତୁ । ଏବେ ଏହାକୁ ନିଜ ଚେହେରା ଓ ବେକ ଆଦିରେ ଭଲ ଭାବରେ ଲଗାଇ ଦିଅନ୍ତୁ | ଏହା ପ୍ୟାକ ଶୁଖି ଆସିଲେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । କହିରଖିବା ଉଚିତ ହେବକି, ତୁଳସୀରେ ଆଣ୍ଟି ଆକ୍ସିଡେଣ୍ଟ ପରି ଗୁଣ ଭରପୁର ମାତ୍ରାରେ ଥିବା ବେଳେ ମହୁ ଏକ ଉତ୍ତମ ବ୍ଲିଚ ପରି କାମ କରିଥାଏ । ତ୍ୱଚାରେ ମଧ୍ୟ ଏହା ଏକ ଉତ୍ତମ ଗ୍ଲୋ ଆଣିଥାଏ । ଯେବେକି ବେସନ ଏକ ଉତ୍ତମ ପ୍ରାକୃତିକ ସ୍କ୍ରବ । ଯାହା ଚେହେରାରୁ ମୃତ କୋଷିକା ସଫା କରି ନୂଆ ତ୍ୱଚା ସୃଷ୍ଟି କରିପାରେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago