ଚେହେରାରେ ଏହି ଉପାୟରେ ଲଗାନ୍ତୁ ଟମାଟୋ; କିଛି ଦିନ ଭିତରେ ଦୂର ହୋଇଯିବ ସବୁ ସମସ୍ୟା

ଆଜିକା ସମୟରେ ଅନେକଙ୍କଠାରେ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଉଛି। ଏହାକୁ ଦୂର କରିବା ପାଇଁ ଲୋକେ ନାନା ଉପାୟ ମଧ୍ୟ ଆପଣାଉଛନ୍ତି, ହେଲେ କୌଣସିଥିରେ ସୁଫଳ ମିଳିପାରୁ ନାହିଁ। ଚର୍ମ ସମସ୍ୟା ଦୂର କରିବା ପାଇଁ ଅଧିକ ଦାମୀ ପ୍ରଡକ୍ଟ କିମ୍ବା ଦାମୀ ଟ୍ରିଟ୍‌ମେଣ୍ଟ ନେବାର କୌଣସି ଆବଶ୍ୟକତା ନାହିଁ। ବରଂ ଆପଣ ଟମାଟୋ ବ୍ୟବହାର କରି ନିଜ ତ୍ୱଚାର ଯେକୌଣସି ସମସ୍ୟାକୁ ଦୂର କରି ପାରିବେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ତ୍ୱଚାରେ ଟମାଟୋ କିପରି ବ୍ୟବହାର କରାଯିବ। ଆଜି ଆମେ ଆପଣଙ୍କୁ ଟମାଟୋର ବ୍ୟବହାର ଏବଂ ଏହାର ଉପକାରିତା ବିଷୟରେ କହିବୁ।

-ଯଦି ଆପଣ ତ୍ୱଚାକୁ ଚମକଦାର କରିବାକୁ ଚାହୁଁଛନ୍ତି, ତ ଏମିତି ସ୍ଥିତିରେ ଟମାଟୋ ସ୍ଲାଇସ୍‌କୁ ପ୍ରଭାବିତ ଜାଗାରେ ବ୍ୟବହାର କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଯେ ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ତେଣୁ ଯଦି ଆରମ୍ଭରୁ ତ୍ୱଚାରେ ଜ୍ୱଳନ କିମ୍ବା ଆଲର୍ଜି ଅନୁଭବ ହୁଏ, ତା’ ହେଲେ ଟମାଟୋ ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ।

-ଓଠର ଡ୍ରାଏ ସ୍କିନ୍‌କୁ ଦୂର କରିବା ପାଇଁ ମଧ୍ୟ ଆପଣ ଟମାଟୋ ବ୍ୟବହାର କରି ପାରିବେ। ଏହି ସ୍ଥିତିରେ ଟମାଟୋକୁ ଲେମ୍ବୁ ରସ ସହିତ ମିଶାଇ ଲଗାନ୍ତୁ। ଏହା କରିବା ଦ୍ୱାରା ନା କେବଳ ଓଠ ଗୋଲାପୀ ହୋଇ ପାରିବ, ବରଂ ତ୍ୱଚା ମଧ୍ୟ ଚମକଦାର ହେବ।

-ଯଦି ଆପଣ ତ୍ୱଚାର ଚିହ୍ନ, ଦାଗ ହଟାଇବାକୁ ଚାହୁଁଛନ୍ତି, ତା’ ହେଲେ ନିଜ ଚର୍ମରେ ଟମାଟୋ ଏବଂ ଆଲୋଭେରା ଜେଲ୍ ବ୍ୟବହାର କରି ପାରିବେ। ଏହି ମିଶ୍ରଣକୁ ଲଗାଇବା ଦ୍ୱାରା ଚିହ୍ନ, ଦାଗରୁ ମୁକ୍ତି ମିଳି ପାରିବ।

-ଯଦି ଆପଣ ଆଖି ତଳ କଳା ଦାଗକୁ ନେଇ ଚିନ୍ତିତ, ତ ଟମାଟୋ ରସକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଏବଂ ଏହାର କିଛି ସମୟ ପରେ ତ୍ୱଚାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଧୀରେ ଧୀରେ କଳା ଦାଗ ଲିଭିବାକୁ ଲାଗିବ ଏବଂ ଆପଣଙ୍କୁ ଉପଶମ ମିଳି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.