ବାଣ ଧୂଆଁ ଆଖି ପ୍ରତି ହୋଇପାରେ ଘାତକ, ନିଅନ୍ତୁ ଏପରି ଯତ୍ନ

ଦୀପାବଳି ଏକ ବହୁ ପ୍ରତୀକ୍ଷିତ ପର୍ବ । ଯେଉଁଥିପାଇଁ ଲୋକମାନେ ବର୍ଷସାରା ଉତ୍ସାହାର ସହିତ ଅପେକ୍ଷା କରିଥାନ୍ତି । ଦୀପାବଳିରେ ଆଲୋକ ସାଙ୍ଗକୁ ଅଧିକାଂଶ ଲୋକ ବାଣ ଫୁଟେଇ ଖୁବ ଖୁସି ଅନୁଭବ କରିଥାନ୍ତି। ବିଭିନ୍ନ ପ୍ରକାରର ବାଣ ଆଖିକୁ ସୁନ୍ଦର ଦେଖ ଯାଉଥିଲେ ମଧ୍ୟ ସେଥିରୁ ବାହାରୁଥିବା ଧୂଆଁ ଆଖିର କ୍ଷତି କରିଥାଏ । ଏଥିରୁ ନିର୍ଗତ ଧୂଆଁରେ ଥିବା ରାସାୟନିକ ପଦାର୍ଥ ଆଖି ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହା ଦ୍ୱାରା ଆଖିରେ ଅନେକ କ୍ଷତି ହୋଇଥାଏ । ତେଣୁ ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।
ଚକ୍ଷୁ ବିଶେଷଜ୍ଞଙ୍କ ମତରେ ବାଣର ଧୂଆଁ ଆଖିରେ ଜ୍ୱଳନ, ଲାଲ ରଙ୍ଗ ଏବଂ ଖେଞ୍ଚିହେବା ଭଳି ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ, ଦୀପାବାଳି ପରେ, ବାଣ କାରଣରୁ ଆଖିରେ ଲାଗିଥିବା କ୍ଷତଙ୍କ ସଂଖ୍ୟା ମଧ୍ୟ ବଢିଥାଏ। ବାଣରେ ଥିବା ରାସାୟନିକ ପଦାର୍ଥ ଆଖିରେ ଗୁରୁତର କ୍ଷତି ଘଟାଇପାରେ, ତେଣୁ ସାବଧାନ ହେବା ଅତ୍ୟନ୍ତ ଜରୁରୀ। ପିଲାମାନଙ୍କୁ କେବଳ ବଡମାନଙ୍କ ତତ୍ତ୍ୱାବଧାନରେ ବାଣ ଫୁଟାଇବାକୁ ଦିଆଯିବା ଉଚିତ। ତେବେ ବାଣ ଫୁଟାଇବା ସମୟରେ କିପରି ସତର୍କତା ଅବଲମ୍ବନ କରିବା ଆସନ୍ତୁ ଜାଣିବା ।
ଆଖି ଜଳିବା ଏବଂ ନାଲି ପଡିବା :
ପ୍ରଦୂଷଣ ଏବଂ ଧୂଳି କଣିକା ପରି ପ୍ରଦୂଷକ ଆଖିରେ ଜ୍ୱଳନ ସୃଷ୍ଟି କରିଥାଏ । ଆପଣ ଜାଣିଛନ୍ତି କି? କେଉଁ କାରଣରୁ ଆଖିରେ ଲାଲ୍ ରଙ୍ଗ, କୁଞ୍ଚିବା ଏବଂ ଜଳିବା ପରି ଅନୁଭବ ହୋଇଥାଏ । ହେଲ୍ଥ ବିଶେଷଜ୍ଞଙ୍କ ଅନୁଯାୟୀ, ଦୀପାବଳି ସମୟରେ ପ୍ରଦୂଷଣ ହେତୁ ଚକ୍ଷୁ ଜନିତ ସମସ୍ୟା ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ ।
ଆଖି ଡ୍ରାଏ ହେବା :
ଆଖିରେ ଶୁଷ୍କତା ଅଭାବ ଏବଂ ପ୍ରଦୂଷକ ସଂସ୍ପର୍ଶରେ ଆସିବା ଦ୍ୱାରା ଆଖି ଅଧିକ ଡ୍ରାଏ ହୋଇଯାଇଥାଏ । ଯେଉଁ କାରଣରୁ ସ୍ପଷ୍ଟ ଭାବେ ଦେଖାଯାଏ ନାହିଁ, ଆଖି ବିନ୍ଧା ହେବା ସହ ବହୁତ କଷ୍ଟ ମଧ୍ୟ ହୋଇଥାଏ । ଯଦି ଆପଣ ଡ୍ରାଏ ଆଖିକୁ ଠିକ୍ ସମୟରେ ଚିକିତ୍ସା ନ କରନ୍ତି, ଏହା ବହୁତ ଶୀଘ୍ର ଖରାପ ହୋବାର ସମ୍ଭାବନା ରହିଛି ।
ଆଖିରେ ସଂକ୍ରମଣ :
ପ୍ରଦୂଷଣର ଛୋଟ ଛୋଟ କଣିକା ଭାଇରସ୍ ପରି ସଂକ୍ରମଣର ଆଶଙ୍କା ବଢ଼ାଇଥାଏ । ଏହି କାରଣରୁ ଆଖିରେ ସଂକ୍ରମଣ ବହୁତ ଶୀଘ୍ର ହୋଇଥାଏ । ଯାହା ଗୋଲାପି ଆଖି ଭାବରେ ଜଣାଶୁଣା ।
ଆଖିକୁ ସୁରକ୍ଷିତ ରଖିବା ପାଇଁ କେତେକ ଟିପ୍ସ :
ପ୍ରଦୂଷଣ ଅଧିକ ହେଲେ ଘର ଭିତରେ ରୁହନ୍ତୁ :
ବାଣ ଧୂଆଁ ଯୋଗୁଁ ପ୍ରଦୂଷଣ ଯଥେଷ୍ଟ ବୃଦ୍ଧି ପାଇଥାଏ । ଯଦି ଆପଣ ଏହି କାରଣରୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ବାଣ ଫୁଟାଇବା ଠାରୁ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କ ଆଖି ପ୍ରତି କିଛି ବିପଦ ଆସିନଥାଏ ।
ଆଖି ସୁରକ୍ଷା ପାଇଁ ଚଷମା ବ୍ୟବହାର କରନ୍ତୁ :
ଚଷମା ମଧ୍ୟ ଆପଣଙ୍କୁ ପ୍ରଦୂଷଣରୁ ରକ୍ଷା କରିଥାଏ । ଏହି କାରଣରୁ, ଆମ ଆଖିରେ କୌଣସି ଧୂଳି କଣିକା ପସିନଥାଏ । ଚଷମା ପିନ୍ଧିବା ଦ୍ୱାରା ଆଖିକୁ ସ୍ୱଚ୍ଛ ଦେଖାଯାଏ ।
ଆଖିକୁ ପାଣିରେ ଧୋଇ ଦିଅନ୍ତୁ :
ଧୂଆଁ କିମ୍ବା ଧୂଳିର ସଂସ୍ପର୍ଶରେ ଆସିବା ପରେ ଆଖିକୁ ଜଳିବା ପରି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାକୁ ହଟାଇ ପାଇଁ ସର୍ବ ପ୍ରଥମେ ଆଖିକୁ ଭଲ ପାଣିରେ ଧୋଇଦେବା ଉଚିତ୍ । ଧୋଇବା ଦ୍ୱାରା ଆଖିରେ ପସିଥିବା ଧୂଳି କିମ୍ବା ଧୂଆଁ ବହୁତ ସହଜରେ ବାହାରି ଯାଇଥାଏ ।
ଆଖିକୁ ଘଷିବା ଠାରୁ ଦୂରେଇ ରୁହନ୍ତୁ :
ଯଦି ଆପଣଙ୍କ ଆଖି କୁଞ୍ଚିବା କିମ୍ବା ଜଳିବା ପରି ଅନୁଭବ ହୁଏ, ତେବେ ଏହାକୁ ଆପଣ ଘଷିବେ ନାହିଁ ନଚେତ୍ ଆଖିର ସମସ୍ୟା ଆହୁରି ବଢ଼ିପାରେ ।