ଶୋଇବା ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଫାଟ

ବାସ୍ତୁଶାସ୍ତ୍ର ଅନୁଯାୟୀ ଦାମ୍ପତ୍ୟ ଜୀବନରେ ଦେଖା ଯାଉଥିବା ଝଡ଼ର କାରଣ ଶୋଇବା ଘର ମଧ୍ୟ ହୋଇଥାଏ। ବେଡ୍‌ ରୁମ୍‌ ରେ ରକାଯାଇଥିବା ଆକ୍ୱାରିୟମ ଏବଂ କିଛି ଖାସ୍‌ ଜିନିଷ ଦ୍ୱାରା ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇଥାଏ। ଜ୍ୟୋତିଷଶାସ୍ତ୍ରଙ୍କ କହିବା ଅନୁଯାୟୀ ବାସ୍ତୁ ଅନୁଯାୟୀ ଘରର ବେଡ୍‌ ରୁମ୍‌ ରେ ଆକ୍ୱାରିୟମ, ହନୁମାନ ଏବଂ ଭଗବାନ ଶିବଙ୍କ ଫଟୋ ଏବଂ ଫୁଲଦାନୀ ରକିବା ଅନୁଚିତ୍‌। କାରଣ ଏହିସବୁ ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଯାଇଥାଏ। ତେବେ ଜାଣନ୍ତୁ ବେଡ୍‌ ରୁମ୍‌ ରେ କେଉଁ ସବୁ ଜିନିଷ ରଖିବା ଅନୁଚିତ।

vastu-ଆକ୍ୱାରିୟମ୍କୁ ଶୋଇବା ଘରେ ରଖିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ଆକ୍ୱାରିୟମ୍କୁ ସର୍ବଦା ଘର ପ୍ରବେଶ ଦ୍ୱାରର ବାମ ପଟେ ରଖିବା ଦ୍ୱାରା ଶୁଭ ହୋଇଥାଏ।

-ଘର ଭିତରେ ବା ବାହାରେ ଭୁଲ୍ ସ୍ଥାନରେ ଗଛ ଲଗାଇଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଖରାପ ପ୍ରଭାବ ପଡ଼ିଥାଏ। ଶୋଇବା ଘରେ କେବେ ବି କୌଣସି ଗଛ ରଖନ୍ତୁ ନାହିଁ। କାରଣ ଏହା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢିଥାଏ।

ଏହାସହ ପଢନ୍ତୁ: ଲମ୍ବା ଆୟୁଷ ଚାହୁଁଛନ୍ତି କି? ନିୟମିତ ଯାଆନ୍ତୁ ମନ୍ଦିର, ରୁହନ୍ତୁ ସୁସ୍ଥ

-ହନୁମାନଙ୍କ ଫଟୋ ଘରେ ଲଗାଇବା ସମୟରେ ଗୋଟିଏ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ହନୁମାନ ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଫଟୋକୁ କେବେ ଶୋଇବା ଘରେ ଲଗାନ୍ତୁ ନାହିଁ। କାରଣ ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ବଳ ଦକ୍ଷିଣ ଦିଗରେ ସବୁଠାରୁ ଅଧିକ ରହିଥାଏ। ତେଣୁ ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାଇଲେ ଶୁଭ ଫଳ ମିଳିଥାଏ।