ମାଇଗ୍ରେନ ବା ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଅରଖ ଫୁଲ, ଏମିତି କରନ୍ତୁ ବ୍ୟବହାର

ଆପଣଙ୍କ ଘରର ଆଖପାଖରେ ନିଶ୍ଚିତ ଭାବେ ଅରଖ ଗଛ ରହିଥିବ। ଏହି ଗଛ ବଢିବା ପାଇଁ କୌଣସି ଯତ୍ନ ନେବା ଆବଶ୍ୟକତା ନାହିଁ।ଏହି ଗଛରେ ଦୁଇ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ। ଏହି ଗଛର ଧାର୍ମିକ ମହତ୍ତ୍ୱ ଥିବା ସହିତ ଭଗବାନ ଶିବଙ୍କ ଅତି ପ୍ରିୟ ହୋଇଥାଏ ଅରଖ ଫୁଲ। ଭଗବାନ ଶିବଙ୍କୁ ଏହାକୁ ଚଢାଇବା ଦ୍ୱାରା ସର୍ବଦା ତାଙ୍କ କୃପା ଲାଗିରହିବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଗଛ ବିଷାକ୍ତ ହେବା ସତ୍ତ୍ୱେ ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ।  ଏହାର ଫୁଲ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଭଗବାନ ଶିବଙ୍କର ଅତି ପ୍ରିୟ ଏହି ଫୁଲ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ଛୁଟକାରା ଦେଇଥାଏ। ଅରଖ ଗଛର ମୂଳରେ ମଣ୍ଡାରଏଲ୍‌ବନ ଏବଂ ଫ୍ୟୁଏବିଲ ନାମକ ରସାୟନ ମିଳିଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ଏହି ଗଛର ଫାଇଦା…

– ଯଦି ଆପଣଙ୍କର କୁଣ୍ଡିଆ ହୋଇଥାଏ , ତେବେ ଅରଖ ଗଛର ଚେରକୁ ନେଇ ନିଆଁରେ ପୋଡି ତା’ର ପାଉଁଶରେ ସୋରିଷ ମିଶାଇ ଶରୀରରେ ମାଲିସ କରନ୍ତୁ। ଆରାମ ମିଳିବ।

– ଶରୀରର କୌଣସି ଅଙ୍ଗରେ କାଚ କିମ୍ବା କଣ୍ଟା ପଶିଯାଏ, ତେବେ ଏହି ଗଛରୁ ବାହାରୁଥିବା କ୍ଷୀରରେ କାଚ କିମ୍ବା କଣ୍ଟା ପଶିଥିବା ଜାଗାରେ ପକାନ୍ତୁ। ଏହା ଆପେ ଆପେ ବାହାରିଯିବ।

plant

– ଆପଣଙ୍କ କାଶ ଭଲ ହେଉନାହିଁ, ତେବେ ଏହାର ଚେରକୁ ଶୁଖାଇ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ସେଥିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଛୋଟ ଛୋଟ ଗୋଲି କରି ସକାଳ ଏବଂ ସନ୍ଧ୍ୟାରେ ଖାଆନ୍ତୁ। ମୁକ୍ତି ମିଳିବ।

– ଯଦି ଆପଣଙ୍କର ନଖ ସଂକ୍ରମିତ କୌଣସି ସମସ୍ୟା ରହିଛି, ତେବେ ଅରଖପତ୍ର ଚେରକୁ ଘୋରି ନଖରେ ଲଗାନ୍ତୁ। ସମସ୍ୟାରୁ ତ୍ରାହି ମିଳିବ।

–  ମାଇଗ୍ରେନ ବା ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଅରଖ ଫୁଲ। ଏହାର କ୍ଷୀରକୁ ମୁଣ୍ଡରେ ଲଗାଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ଛୁଟକାରା ମିଳିଥାଏ। ସେହିପରି ଅରଖ ପତ୍ରର ରସ କାନରେ ପକାଇବା ଦ୍ୱାରା କାନ ସମ୍ବନ୍ଧିତ ସମସ୍ତ ରୋଗ ଦୂର ହୋଇଥାଏ।

-ଅରଖ କ୍ଷୀରରେ ତୂଳା ବୁଡ଼ାଇ ଏହାକୁ ଘିଅରେ ଭଲ ଭାବରେ ମିଶ୍ରଣ କରି ନିଅନ୍ତୁ। ଏବେ ଏହାକୁ ମାଢ଼ି ଉପରେ ରଖନ୍ତୁ। ଏହାଦ୍ୱାରା ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣା ସଙ୍ଗେ ସଙ୍ଗେ ଦୂର ହୋଇପାରିବ। ଏହା ବ୍ୟତୀତ ଅରଖ କ୍ଷୀରରେ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇପାରିବ। ହଲୁଥିବା ଦାନ୍ତକୁ ଅରଖ କ୍ଷୀର ଲଗାଇ ସହଜରେ ବାହାର କରାଯାଇ ପାରିବ। ଏଥିରେ ଯନ୍ତ୍ରଣା ମଧ୍ୟ ହେବ ନାହିଁ।

(ବି.ଦ୍ର.: ଏଠାରେ ଦିଆଯାଇଥିବା ତଥ୍ୟ ଘରୋଇ ଉପଚାର ଏବଂ ସାଧାରଣ ମାନ୍ୟତା ଉପରେ ଆଧାରିତ। ଏହାକୁ ଆପଣାଇବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.