ଗର୍ଭାବସ୍ଥାରେ ଟମାଟୋ ଖାଇବା ଠିକ୍‌ ନା ଭୁଲ୍‌ ? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର

ଗର୍ଭାବସ୍ଥା ସମୟରେ ଆପଣଙ୍କୁ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ପଡିଥାଏ। କାରଣ ସାମାନ୍ୟ ଅସାବଧାନତା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଏମିତି ବହୁତ କିଛି ଜିନିଷ ରହିଛି ଯାହାକୁ ଗର୍ଭବସ୍ଥାରେ ଖାଇବା ଉଚିତ ନୁହେଁ। ତେବେ ପ୍ରଶ୍ନ ଏଇଠି ଉଠୁଛି ଯେ ଗର୍ଭବସ୍ଥାରେ କଣ ଆପଣ ଟମାଟୋ ଖାଇପାରିବେ? ସାଲାଡରେ ଟମାଟୋ ଖାଇବା ବହୁତ ଭଲ ଲାଗିଥାଏ ଏବଂ ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ।

ଶରୀରରକୁ ଲାଭ ପହଁଚାଉଥିବା ଟମାଟୋରେ ଭିଟାମିନ ଏ,ସି, ଫୋଲେଟ ଏବଂ ଫଲିକ ଏସିଡ୍‌ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ ଯାହା ମା ଏବଂ ଶିଶୁଙ୍କ ପାଇଁ ଲାଭକାରୀ ହୋଇଥାଏ। ଟମାଟୋକୁ ଖାଇବା ଦ୍ୱାରା ଶରୀରରେ ଲାଇକୋପିନ ଏବଂ ଆଇରନର ଅଭାବ ପୂରା ହୋଇଥାଏ ଯାହା ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭବସ୍ଥାରେ ଟମାଟୋ ଖାଇବା କେତେ ଲାଭଦାୟକ।

ଶରୀରକୁ ଶକ୍ତି ଦେଇଥାଏ

ଗର୍ଭାବସ୍ଥା ସମୟରେ ଥକାପଣ ଏବଂ ଦୁର୍ବଳ ଭଳି ସମସ୍ୟା ଦେଖାଯାଇଥାଏ। ଟମାଟୋରେ ବହୁତମାତ୍ରାରେ କ୍ୟାଲୋରୀ ରହିଥାଏ ଏଥିପାଇଁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଆପଣ ଟମାଟୋ ସୁପ କିମ୍ବା ଜୁସ୍‌ କରି ଖାଇପାରିବେ।

ଶିଶୁର ବିକାଶ ପାଇଁ

ଗୋଟିଏ ଟମାଟୋରେ ୪୦ ପ୍ରତିଶତ ଆରଡିଏ ରହିଥାଏ ଯାହା ଗର୍ଭାବସ୍ଥାରେ ବହୁତ ଲାଭକାରୀ ହୋଇଥାଏ। ଏହା ଆପଣଙ୍କୁ ଭିଟାମିନ୍‌ ସି, ଏ, କେ, ପୋଟାସିୟମ, ଆଇରନ ଏବଂ କ୍ୟାଲସିୟମ ଦେଇଥାଏ ଯାହା ଶିଶୁର ବିକାଶ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏଥିପାଇଁ ଗର୍ଭାବସ୍ଥାରେ ସଠିକ ମାତ୍ରାରେ ଟମାଟୋର ସେବନ କରିବା ଲାଭଦାୟକ ହୋଥାଏ।

ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ

ଟମାଟୋ ହେଉଛି ଆଣ୍ଟିଅକ୍ସିଡେଣ୍ଟର ବହୁତ ଭଲ ସ୍ରୋତ ଅଟେ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଟମାଟୋ ଖାଇଲେ ଭାଇରାଲ, ଫ୍ଲୁ ହେବାର ଭୟ କମ୍‌ ରହିଥାଏ।

କୋଲେଷ୍ଟ୍ରଲର ସ୍ତର କମ୍‌ ରହିଥାଏ

କୋଲେଷ୍ଟ୍ରଲର ସ୍ତରକୁ କମ୍‌ କରିବାରେ ଟମାଟୋ ଲାଭକାରୀ ହୋଇଥାଏ। ଲାଇକୋପିନ ଟମାଟୋରେ ଥିବା ଏକ ତତ୍ତ୍ୱ ରହିଥାଏ ଯାହା ଏଲଡିଏଲ କୋଲେଷ୍ଟ୍ରଲର ସ୍ତରକୁ କମ୍‌ କରିଥାଏ। ଟମାଟୋ ଖାଇଲେ ହୃଦୟ ସୁସ୍ଥ ରହିଥାଏ, ଏଥିପାଇଁ ଗର୍ଭାବସ୍ଥାରେ ଟମାଟୋକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏଥିପାଇଁ ଡାକ୍ତର ମଧ୍ୟ ଟମାଟୋ ଖାଇବାକୁ ପରାମର୍ଶଦେଇଥାନ୍ତି।

Pritiparna

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

6 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

8 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

43 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

54 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago