ଲାଇଫ୍ ଷ୍ଟାଇଲ୍

କ୍ଷୀର ସହିତ ଖାଉଛନ୍ତି କି ଲଙ୍କା କି ମାଛ, ତା’ହେଲେ ହୋଇଯାଆନ୍ତୁ ସତର୍କ, ଦେଖାଦେଇପାରେ ଏହିସବୁ ଗମ୍ଭୀର ସମସ୍ୟା

କ୍ଷୀର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ କିଛି ଜିନିଷ ସହିତ ଖାଇଲେ କ୍ଷତିକାରକ ହୋଇପାରେ। ଆୟୁର୍ବେଦ ଅନୁସାରେ, କିଛି ଜିନିଷ ସହିତ କ୍ଷୀର ଖାଇଲେ ପାଚନ ସମ୍ବନ୍ଧୀୟ ସମସ୍ୟା, ଓଜନ ବୃଦ୍ଧି ଭଳି କେତେକ ସମସ୍ୟା ଦେଖାଦେଇପାରେ। ହରଡ଼ ଡାଲି ଏବଂ କ୍ଷୀର ଦୁଇଟିଯାକ ହିଁ ହଜମ ହେବାକୁ ସମୟ ନେଇଥାନ୍ତି। ଏହାକୁ ଏକ ସମୟରେ ଏକାଠି ଖାଇଲେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ। ଏହାଛଡ଼ା ଏମିତି ବହୁତ ଜିନିଷ ଅଛି, ଯାହାକୁ କ୍ଷୀର ସହିତ ନେବା କ୍ଷତିକାରକ ହୋଇପାରେ।

୧. ଦହି: କ୍ଷୀର ଏବଂ ଦହିରେ ତିଆରି ଜିନିଷକୁ ଏକସାଥୀରେ କଦାପି ଖାଆନ୍ତୁ ନାହିଁ। ଏହାକୁ ଏକସାଥୀରେ ଖାଇଲେ ଏସିଡିଟି, ଗ୍ୟାସ, ବାନ୍ତି ଏବଂ ଅପଚ ଭଳି ସମସ୍ୟା ଦେଖାଦେଇପାରେ।

୨. ପିଆଜ: ଖାଦ୍ୟରେ ପିଆଜ ଅଛି ଯଦି ଏହାସହିତ କ୍ଷୀର ଆଦୌ ଖାଆନ୍ତୁ ନାହିଁ। ଏହି କମ୍ବିନେଶନରେ ଯାଦୁ, କୁଣ୍ଡିଆ, ଏଗଜିମା ଭଳି ସ୍କିନ ସହିତ ଜଡ଼ିତ କିଛି ସମସ୍ୟା ସୃଷ୍ଟି ହୋଇପାରେ।

୩. ମାଛ: ମାଛର ପ୍ରଭାବ ବହୁତ ଗରମ ହୋଇଥିବା ବେଳେ କ୍ଷୀରର ପ୍ରଭାବ ବହୁତ ଥଣ୍ଡା ହୋଇଥାଏ। ତେଣୁ ଏହାକୁ ଏକସାଥୀରେ ନେଲେ ଗ୍ୟାସ, ଆଲର୍ଜି ଭଳି ସମସ୍ୟା ଦେଖାଦେଇପାରେ।

୪. ଲେମ୍ବୁ: ଲେମ୍ବୁ କିମ୍ବା ଯଦି କୌଣସି ଖଟା ଜିନିଷ ଖାଉଛନ୍ତି, ତା’ହେଲେ ଏହାର ୧ ଘଣ୍ଟା ପର୍ଯ୍ୟନ୍ତ କ୍ଷୀର ଖାଆନ୍ତୁ ନାହିଁ। ଏହାକୁ ଏକ ସମୟରେ ଖାଇଲେ ଗ୍ୟାସ, ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

୫. ଲଙ୍କା: ଲଙ୍କା, ମସଲା ଭଳି ଜିନିଷ ଖାଉଛନ୍ତି ଯଦି ଏହା ସହିତ କ୍ଷୀର ପିଅନ୍ତୁ ନାହିଁ। ନଚେତ ଆପଣଙ୍କର ପେଟ ଯନ୍ତ୍ରଣା, ଏସିଡିଟି, ଗ୍ୟାସ, ବାନ୍ତି ଆଦି ସମସ୍ୟା ଦେଖାଦେଇପାରେ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

12 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

22 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

56 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago