ଅତ୍ୟଧିକ ଲିଚୁ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ଶରୀର ପାଇଁ ହୋଇପାରେ ବଡ଼ କ୍ଷତି

ଚାଲିଛି ଗ୍ରୀଷ୍ମଋତୁ । ଏହି ଋତୁରେ ଲୋକମାନେ ବହୁତ ହଇରାଣ ହୋଇ ପଡନ୍ତି । କାହିଁକି ନା ପ୍ରଚୁର ମାତ୍ରାରେ ଖରା ଗରମ ହୋଇଥିବା କାରଣରୁ ଲୋକମାନେ ନିଜର କାମ ଠିକ୍ ଭାବରେ କରିପାରି ନଥାନ୍ତି । ଏଥି ସହ ଖରା ଦିନରେ ଥଣ୍ଡା ଜାତୀୟ ଜିନିଷ ଖାଇବାକୁ ଲୋକମାନେ ବହୁତ ଭଲ ପାଇଥାନ୍ତି । ଏଥି ସହ ଅଧିକାଂଶ ଲୋକମାନେ ଅନେକ ଫଳ ମଧ୍ୟ ଖାଇଥାନ୍ତି ।
ପ୍ରକ୍ରୁତରେ ସ୍ୱାସ୍ଥ୍ୟ ପାଇଁ ଫଳର ଆବଶ୍ୟକତା ବହୁତ ପରିମାଣରେ ରହିଛି । ଯଦି ଆମେ ପ୍ରତ୍ୟେକ ଦିନ ଫଳ ଖାଆନ୍ତି, ତେବେ ଅନେକ ପ୍ରକାରର ସମସ୍ୟା ଦୂର ହେବାକୁ ଲାଗିବ । ଏଥି ସହ ଜାଣି ରଖନ୍ତୁ ଯେ ଏପରି କିଛି ଫଳ ରହିଛି ଯାହାକୁ ଅଧିକ ପରିମାଣରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ ।
ଏହି ଫଳର ନାମ ହେଉଛି ‘ଲିଚୁ’ । ଗ୍ରୀଷ୍ମ ଋତୁରେ ଆସୁଥିବା ଫଳ ମଧ୍ୟରୁ ଲିଚୁ ଗୋଟିଏ ସ୍ୱାଦିଷ୍ଠ ଫଳ । ଏହାକୁ ଖାଇବାକୁ ଲୋକେ ବହୁତ ଭଲ ପାଆନ୍ତି । ଏହାର ଋତୁ ଆସିବା ମାତ୍ରେ ଲୋକମାନେ ଏହାକୁ ବହୁତ ମାତ୍ରାରେ ଖାଇବା ଆରମ୍ଭ କରନ୍ତି । ଲିଚୁ ଖାଇବା ଦ୍ୱରା ଅନେକ ଲାଭ ହୋଇଥାଏ କିନ୍ତୁ ଏହାକୁ ଅଧିକ ମାତ୍ରରେ ଖାଇବା ଦ୍ୱାରା ଅନେକ କ୍ଷତି ପହଞ୍ଚାଇ ଥାଏ । ଏହା ଶରୀର ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଅଧିକମାତ୍ରାରେ ଖାଇବା ଫଳରେ ଶରୀରରେ କେଉଁ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।
ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ :
ଯଦି ଆପଣ ଅତ୍ୟଧିକ ଲିଚୁ ଖାଆନ୍ତି, ତେବେ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଏଥି ସହ ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ କିଛି ସମସ୍ୟ ହେଉଛି, ତେବେ ଏହାକୁ ଅଳ୍ପ ପରିମାଣରେ ଖାଇବା ଚେଷ୍ଟା କରନ୍ତୁ । ନଚେତ୍ ଆପଣ ପେଟ ଯନ୍ତ୍ରଣା କିମ୍ବା ଡାଇରିଆ ଭଳି ରୋଗରେ ଶିକାର ହୋଇପାରନ୍ତି । ଯଦି ଆପଣଙ୍କର ଲିଚୁ ପ୍ରତି ଆଲର୍ଜି ଅଛି, ତେବେ ଆପଣ ଏହି ଫଳ ଖାଇବାରୁ ଦୂରେଇ ରହିବା ଉଚିତ୍ ।
ଲୋ ବ୍ଳଡ୍ ପ୍ରେସରର କାରଣ :
ଅତ୍ୟଧିକ ଲିଚୁ ଖାଇବା ଦ୍ବାରା, ଆପଣ ଲୋ ବ୍ଲଡ୍ ପ୍ରେସର ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କୁ କହିରଖୁଛୁ ଯେ ଅଧିକ ଲୁଚି ଖାଇବା ଫଳରେ ଆପଣ ହାଇପୋଗ୍ଲାଇସେମିଆର ଶିକାର ମଧ୍ୟ ହୋଇପାରନ୍ତି । ଚିନିରେ ଭରପୂର ଏହି ଫଳର ଅତ୍ୟଧିକ ସେବନ ଯୋଗୁ ଆପଣଙ୍କ ଓଜନ ମଧ୍ୟ ବଢ଼ିବାକୁ ଲାଗିଥାଏ । ଯାହା ହେଉଛି ମଣିଷଙ୍କର ବଡ଼ ସମସ୍ୟା ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସକାଳେ ଖାଲି ପେଟରେ ଲିଚୁ ଖାଇବା ଉଚିତ୍ ନୁହେଁ । ଏଥି ସହ ଗର୍ଭବତୀ ମହିଳାମାନେ ଲିଚୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଅତ୍ୟଧିକ ଲୁଚି ଖାଇବା ଦ୍ବାରା ମଧ୍ୟ ଗଳା ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ ।
ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ଅଳ୍ପ ପରିମାଣରେ ଲିଚୁ ଖାଆନ୍ତୁ । ଦେଖିବେ ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେବନାହିଁ ଏବଂ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିପାରିବେ ।