ମୁଣ୍ଡରେ ରୂପି ହେଉଛି କି? ଦୈନନ୍ଦିନ ବ୍ୟବହାର କରନ୍ତୁ ଏହି ଘରୋଇ ଜିନିଷ

ବର୍ତ୍ତମାନ ଚାଲିଛି ଶୀତଋତୁ । ଏହି ଋତୁରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଶୀତଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାହିଁକିନା ଏହି ଋତୁରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଇଥାଏ । ଖାଲି ରୋଗ ନୁହେଁ ବରଂ ଅନେକ ସମସ୍ୟ ମଧ୍ୟ ଦେଖାଦେଇଥାଏ । ଖାସ୍ କରି ଶୀତଋତୁରେ ଫେସ୍ ଡ୍ରାଏ ପଡିଯାଏ ଏବଂ ବହୁତ ଖରାପ ମଧ୍ୟ ଦେଖାଆନ୍ତି । ଏହା ସହ ମୁଣ୍ଡରେ ରୂପି ମଧ୍ୟ ହୋଇଥାଏ । ଆପଣମାନେ ଜାଣିଥିବେ ଯେ ଏହି ଋତୁରେ ସବୁବେଳେ ମୁଣ୍ଡ କୁଣ୍ଡାଇ ହୋଇଥାଏ । କୁଣ୍ଡାଇ ହୋଇ ବହୁତ ମତ୍ରାରେ ରୂପି ମଧ୍ୟ ବାହାରିଥାଏ । ବର୍ତ୍ତମାନ ଏତେ ମାତ୍ରାରେ ରୂପି ହେଉଛି ଯେ କିଛି କିଛି ଯାଗାରେ ନିଜକୁ ଅପମାନ ମଧ୍ୟ ଲାଗୁଛି । କାହିଁକି ନା ରୂପି ମୁଣ୍ଡରୁ ଝଡ଼ି ଡ୍ରେସରେ ପଡିଥାଏ, ଯାହା ଲୋକମାନେ ମଧ୍ୟ ଏହାକୁ ଦେଖି ମଜାକ୍ ଉଡାଇଥାନ୍ତି । ଏହି ସ୍ଥିତିରେ ଆପଣଙ୍କୁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିବା ।

ନଡ଼ିଆ ତେଲ : ମୁଣ୍ଡ ଅଧିକ ମାତ୍ରାରେ କୁଣ୍ଡାଇ ହେଲେ ଆପଣ ନିଶ୍ଚିତ ଭାବରେ ନଡିଆ ତେଲ ବ୍ୟବହାର କରନ୍ତୁ । ଯାହା ଫଳରେ ମୁଣ୍ଡରେ ହେଉଥିବା ବିଭିନ୍ନ ସମସ୍ୟା ବହୁତ ଶୀଘ୍ର ଦୂର ହେବ । ଏହା ଖାଲି ମୁଣ୍ଡ ପାଇଁ ଲାଭଦାୟକ ନୁହେଁ ବରଂ ତ୍ବଚ୍ଚା ପାଇଁ ମଧ୍ୟ ବେଷ୍ଟ ହୋଇଥାଏ । ଆପଣମାନେ ଜାଣିଛନ୍ତି କି, ଯଦି ଶୀତ ଋତୁରେ ନଡିଆ ତେଲକୁ ଫେସରେ ଲଗାଯାଏ ତେବେ ଫେସକୁ ମଶ୍ଚରାଇଜ୍ କରିବାରେ ସାହାଯ୍ୟ କରିଥାଏ ।

ପିଆଜ ରସ : ଯଦି ଆପଣ ସପ୍ତାହକୁ ଥରେ ପିଆଜ ରସ ଲଗାନ୍ତି ତେବେ କେଶ ଝଡିବା ସମସ୍ୟାଠାରୁ ଆରମ୍ଭ କରି ରୂପି ପର୍ଯ୍ୟନ୍ତ ସବୁ କିଛି ଦୂର ହେବାକୁ ଲାଗିବ । ଏହା ସହ କେଶର ଚକମ ମଧ୍ୟ ସୃଷ୍ଟି ହେବାକୁ ଲାଗିବ । ଏହାକୁ ଖାଲି ଝିଅମାନେ ପ୍ରୟୋଗ କରନ୍ତି ନାହିଁ ବରଂ ପୁଅମାନେ ମଧ୍ୟ ଏହି ରସକୁ ଲଗାଇଥାନ୍ତି । ଏହି ଟିପ୍ସଟି ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇପାରିବ ।

ଦହି ଲଗାନ୍ତୁ : ଆପଣଙ୍କର ଯଦି ରୂପି ସମସ୍ୟା ହେଉଛି ତେବେ ଆପଣ ନିଶ୍ଚିତ ଭାବେରେ ମୁଣ୍ଡରେ ସପ୍ତାହକୁ ତିନିରୁ ଚାରିଥର ଦହି ଲାଗାଇବା ଅଭ୍ୟାସ କରନ୍ତୁ । ଦେଖିବେ ଆପଣଙ୍କର ହେଉଥିବା ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ । ଏହା ସହ ଖାଲି କେଶ ସମସ୍ୟା ଦୂର ହୋଇ ନଥାଏ ବରଂ ଶୀତ ଦିନରେ ଯଦି ଆପଣ ଦହିକୁ ନିଜ ଫେସରେ ଲଗାନ୍ତି ତେବେ ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ଫେସ୍ ଗ୍ଲୋ କରିବା ଆରମ୍ଭ ହେବ ।

ନିମ ପତ୍ର : କେଶ ଏବଂ ଚର୍ମରେ ସଂକ୍ରମଣ ଦୂର କରିବା ପାଇଁ ନିମ ପତ୍ର ବ୍ୟବହାର କରାଯାଇପାରିବ । ପ୍ରତିଦିନ ନିମ ପତ୍ରରେ ଆପଣ କେଶ ଧୋଇଦିଅନ୍ତୁ । ଏହା ମୁଣ୍ଡ କୁଣ୍ଡାଇ ହୋଇଥିବା ସମସ୍ୟାରୁ ମୁକ୍ତି ଦେବ ।

ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ଯଦି ଆପଣଙ୍କର କିଛି କେଶ ସମସ୍ୟା ହେଉଛି ତେବେ ମୁଣ୍ଡରେ ତେଲ ଲଗାଇବା ପରେ କିଛି ସମୟ ମାଲିସ୍ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବାକୁ ଲାଗିବ । ଖାସ୍ କରି ରୂପି ସମସ୍ୟା ବହୁତ ଶୀଘ୍ର ଦୂର ହେବ ।

You might also like