ଆଖିତଳ କଳା ପଡୁଛିକି? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ବର୍ତ୍ତମାନ ସମୟରେ ଆଖିତଳ କଳା ପଡିବା ସମସ୍ୟା ବେସ୍ ବଢ଼ିଚାଲିଛି । ଖାସ୍ କରି ଝିଅମାନେ ଏହି ସମସ୍ୟାକୁ ନେଇ ବହୁ ଟେନସନରେ ମଧ୍ୟ ରହୁଛନ୍ତି । କାହିଁକି ନା ଅଧିକ ସମୟ କମ୍ପ୍ୟୁଟରରେ କାମ କରିଲେ, ଫୋନ ଅଧିକ ସମୟ ବ୍ୟବହାର କଲେ ଏବଂ ଅନ୍ୟାନ୍ୟ କାରଣ ଯୋଗୁ ଆଖିତଳ କଳା ପଡିବା ଆରମ୍ଭ ହୋଇଥାଏ । ଏଥି ସହ ଏହା କିପରି ଦୂର ହେବ ସେଥିପାଇଁ ବିଭିନ୍ନ ପ୍ରକାରର କ୍ରିମ୍, ମେଡିସିନ୍ ବ୍ୟବହାର କରିଥାନ୍ତି । ହେଲେ ଏହି ସମସ୍ୟା ଦୂର ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟା କିପରି ଦୂର ହେବ ।

ଆଖିତଳ କଳା ନପଡିବା ପାଇଁ ପ୍ରତିଦିନ ଅତିକମରେ ୭-୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଆଖିକୁ ବିଶ୍ରାମ ଦେବା ପାଇଁ ଆବଶ୍ୟକ ନଥିବା ସମୟରେ ମୋବାଇଲ କିମ୍ବା କମ୍ପ୍ୟୁଟର ଦେଖିବାଠାରୁ ଦୂରେଇ ରୁହନ୍ତୁ । ଏଥି ସହ ଆପଣ ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ସବୁଠାରୁ ମୁଖ୍ୟ କଥା ହେଉଛି କିଛି ନିଶାଦ୍ରବ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରରେ ରୁହନ୍ତୁ ।

ଏହା ସହିତ ମନେ ରଖନ୍ତୁ ଯେ ଅଧାଚାମଚ ବାଦାମତେଲ ସହ ୨ ବୁନ୍ଦା ମହୁ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ବାରା ଆଖିର ଚାରିପାକରେ ଲଗାନ୍ତୁ । ୧୦-୧୫ ମିନିଟ୍ ରଖିଲା ପରେ ଧୋଇଦିଅନ୍ତୁ । ପ୍ରତିଦିନ ଏପରି କଲେ ଆଖିତଳ କଳା ପଡୁଥିବା ସମସ୍ୟା ବହୁତ ଶୀଘ୍ର ଦୂର ହେବାକୁ ଲାଗିବ ।

କକୁମ୍ବର ଥେରାପି ଆଖି ତଳ କଳାଦାଗ ଦୂରକରିବା ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଏଥିପାଇଁ ଆପଣ କାକୁଡିକୁ କାଟି ଗୋଲ ଗୋଲ କରି ଆଖି ଉପରେ ରଖନ୍ତୁ । କାକୁଡି ଆଖିକୁ ଥଣ୍ଡା ରଖିବା ସହ କଳାଦାଗକୁ ମଧ୍ୟ ଦୂର କରିଥାଏ ।

ଏଥି ସହିତ ଆପଣ ୫୦ ଗ୍ରାମ୍ ତଳସୀପତ୍ର, ନିମ୍ବପତ୍ର ଏବଂ ପୋଦିନାପତ୍ରରେ ସାମାନ୍ୟ ଗୋଲାପଜଳ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ । ଏହି ମିଶ୍ରଣରେ ଅଳ୍ପ ହଳଦୀଗୁଣ୍ଡ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ଆଖିତଳେ ଲଗାନ୍ତୁ । କିଛି ସମୟ ପରେ ଧୋଇଦିଅନ୍ତୁ । ଯଦି ଆପଣ ଏହାକୁ ପ୍ରତିଦିନ କରନ୍ତି ତେବେ ଏହି ସମସ୍ୟା ବହୁ ଶୀଘ୍ର ଦୂର ହୋଇଯିବ ।