ଖରା ଦିନ ପାଇଁ ସୁଇମିଂ ପୁଲ୍ ଯାଉଛନ୍ତି କି? ତେବେ ଏହି ସବୁ ପ୍ରତି ରୁହନ୍ତୁ ସତର୍କ

ଦିନକୁ ଦିନ ନିଆଁ ବର୍ଷା ଭଳି ଖରା ହେବାରେ ଲାଗିଛି । ଯେଉଁଥି ପାଇଁ ଅନେକ ଲୋକ ଅନେକ ମାଧ୍ୟମକୁ ଆପଣାଉଛନ୍ତି । ଯେମିତି ଅନେକ ଲୋକ ଏସିରେ ରହୁଛନ୍ତି ତ ଆଉ କେହି ଥଣ୍ଡା ପଦାର୍ଥ ଖାଇ ଗରମରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ବର୍ତ୍ତମାନ କିନ୍ତୁ ଏବେ ଗୋଟେ ନୂଆ ଟ୍ରେଣ୍ଡ୍ ଚାଲିଛି । ସେଇଟା ହେଉଛି ସୁଇମିଂ ପୁଲ୍ ।

ବିଶେଷ କରି ଖରା ଦିନରେ ପ୍ରତି ଅଞ୍ଚଳର ସୁଇମିଂ ପୁଲରେ ଭିଡ ହେଉଥିବା ଦେଖିବାକୁ ମିଳୁଛି ।  ଲୋକେ ଭାବନ୍ତି ସୁଇମିଂ ପୁଲ ଯାଇ ଖରା ଦିନର ମଜା ଉଠେଇବେ । କିନ୍ତୁ ଆପଣ ଜାଣନ୍ତି କି କିଛି ମୂହୁର୍ତ୍ତର ଖୁସି ଆପଣଙ୍କର କେଉଁ ସବୁ ସମସ୍ୟା ହୋଇଥାଏ । ପୁଲରେ ଗାଧୋଇବାବେଳେ କେଉଁ ସବୁ ଭୁଲକୁ ଏଡାଇବା ଆବଶ୍ୟକ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ପୁଲକୁ ଯିବା ପୂର୍ବରୁ ନଗାଧୋଇବା : ବହୁତ ଲୋକ ପୁଲକୁ ଦେଖିବା ମାତ୍ରେ ଗାଧୋଇବାକୁ ଡେଇଁ ପଡନ୍ତି । ଶରୀରରେ ଲାଗିଥିବା ତେଲ, ଝାଳ ଏବଂ ଧୂଳି ସବୁ ପାଣିରେ ମିଶିଯାଇଥାଏ । ଯାହାଫଳରେ ବ୍ୟାକ୍ଟେରିଆ ଭଳି ଭୟଙ୍କର ଭାଇରସକୁ ସମସ୍ୟା ବଢାଇପାରେ । ତେଣୁ ପୁଲରୁ ଆସିବା ମାତ୍ରେ ପ୍ରଥମେ ସାବୁନ ଲଗାଇ ଗାଧୋଇବା ନିହାତି ଆବଶ୍ୟକ ।

ଇନଫେକ୍ସନ ସମୟରେ ଯିବା ଉଚିତ୍ ନୁହେଁ : ଯଦି ଆପଣଙ୍କର କୌଣସି ସ୍କିନ୍ ସମସ୍ୟା ଅନୁଭବ କରୁଛନ୍ତି ତେବେ ସେହି ସ୍ଥାନଠାରୁ ଦୂରରେ ରୁହନ୍ତୁ । ନଚେତ୍ ଇନଫେକ୍ସନର ସଂକ୍ରମଣ ବଢିବାର ଆଶଙ୍କା ଥାଏ ।  ଯଦି ସେଭଳି କିଛି ଲୋକଙ୍କୁ ଦେଖୁଛନ୍ତି ତେବେ ସେହି ସ୍ଥାନରେ ଆଦୌ ଗାଧାନ୍ତୁନାହିଁ । ଗାଧୋଇବା ଦ୍ବାରା ଭଲ ଲୋକଙ୍କୁ ମଧ୍ୟ ସଂକ୍ରମଣ ବ୍ୟାପିବାର ବିପଦ ଦେଖାଦେଇପାରେ ।

ନାକ, କାନ ଏବଂ ଆଖିର ସୁରକ୍ଷା : ଯେତେବେଳେ ପୁଲରେ ଗାଧୋଇବାକୁ ଯାଉଛନ୍ତି ସେତେବେଳେ ଆଖି,କାନ, ନାକର ସୁରକ୍ଷା ସମ୍ପର୍କରେ ଧ୍ୟାନ ଦିଅନ୍ତୁ । ଗାଧୋଇବାବେଳେ ଏହି ସବୁ ଇନ୍ଦ୍ରିୟର ସୁରକ୍ଷା ନିମନ୍ତେ ଗଗଲ୍ସ , କ୍ଲିପ୍ସ, ଇୟରପ୍ଲଗ୍ସ ପିନ୍ଧିବା ଦ୍ବରା ଇନଫେକ୍ସନରୁ ରକ୍ଷା ପାଇପାରିବେ ।

ମଇଳା ପୋଷାକ ବ୍ୟବହାର କରିବା : ଗାଧୋଇବା ପରେ କିଛି ଲୋକ ପୁଣି ସେହି ପୁରୁଣା ମଇଳା ପୋଷାକ ପିନ୍ଧିଦେଇଥାନ୍ତି । ତେଣୁ ସଫା ସୁତୁରା ହୋଇ ଗାଧୋଇସାରିବା ପରେ ସଫା ପୋଷାକ ପିନ୍ଧିବା ଜରୁରୀ । ମଇଳା ପୋଷାକ ପିନ୍ଧିବା ଫଳରେ ସଂକ୍ରମଣ ବ୍ୟାପିଥାଏ । ସବୁବେଳେ ସଫା ଟାୱେଲ ଏବଂ ପୋଷାକ ପିନ୍ଧିଲେ ସଂକ୍ରମଣରୁ ରକ୍ଷା ମିଳିଥାଏ ।

ବହୁତ ସମୟ ଓଦା କପଡାରେ ରହିବା : ସୁଇମିଂ କରି ସାରିବା ପରେ ଯଦି ଅଧିକ ସମୟ ଧରି ଓଦା ପୋଷାକ ପିନ୍ଧିକି ରହୁଛନ୍ତି ତେବେ ଫଙ୍ଗାଲ ଇନଫେକ୍ସନର ଆଶଙ୍କାକୁ ବଢାଇଦେଇଥାଏ । ଯାହା ବିଶେଷ କରି ସ୍କିନ୍ ଏବଂ ପ୍ରାଇଭେଟ୍ ପାଟ୍ସକୁ ପ୍ରଭାବିତ କରିଥାଏ ।

ଏହି ସବୁ ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ । ପିଲାଙ୍କୁ ସେଭଳି ସ୍ଥାନରୁ ଦୂରରେ ରଖନ୍ତୁ । ଗାଧୋଇବା ପୂର୍ବରୁ ପ୍ରଥମେ ପାଣିର ପରିଷ୍କାରତାକୁ ଚେକ୍ କରନ୍ତୁ । ଯଦି ପୁଲରୁ ଅତ୍ୟଧିକ କ୍ଲୋରିନର ଗନ୍ଧ ଆସେ ତେବେ ସେଠାରେ ଗାଧୋଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଯଦି କୁଣ୍ଡାଇ ହେବା ଏବଂ ଜଳାପୋଡା ଭଳି କିଛି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Also Read : ରାତ୍ରୀରେ ଆପଣଙ୍କ ପିଲାକୁ ଶୁଆଇବା ସମୟରେ ଅସୁବିଧା ହେଉଛି କି? ନିଶ୍ଚତ ଫଲୋ କରନ୍ତୁ ଏହି ଟପ୍ସ