ରାତ୍ରୀରେ ଆପଣଙ୍କ ପିଲାକୁ ଶୁଆଇବା ସମୟରେ ଅସୁବିଧା ହେଉଛି କି? ନିଶ୍ଚତ ଫଲୋ କରନ୍ତୁ ଏହି ଟପ୍ସ

ପିଲା ଏବଂ କିଶୋରମାନେ ଏପରି ଏକ ସମୟ ଦେଇ ଯିବା ସ୍ୱାଭାବିକ ଯେଉଁଠାରେ ସେମାନଙ୍କୁ ଭଲ ନିଦ ହେବାରେ ଅସୁବିଧା ହୁଏ । କେତେକ ସମୟରେ ସୁସ୍ଥ ନିଦ୍ରା ପାଇବା ପାଇଁ, ସୁସ୍ଥ ନିଦ୍ରାର ଅଭ୍ୟାସ କରିଥାଉ ଯାହା କୁ ସ୍ଲୀପହାଇଜେନ କୁହାଯାଏ । ଏହା ସୁସ୍ଥ ଓ ଆରାମଦାୟକ ନିଦ୍ରା ପାଇବାରେ ସାହାଯ୍ୟ କରେ । ଏଥି ସହ ସ୍ଲୀପହାଇଜେନ ଉପରେ କାମ କରିବା ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ବିଶେଷକରି ନିଦ୍ରାହୀନତାରେ ପୀଡିତ ପିଲା ଏବଂ ବୟସ୍କମାନଙ୍କ ପାଇଁ ଏହା ଭଲ ନିଦ୍ରା ପାଇବାର ମାଧ୍ୟମ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ପିଲାଙ୍କୁ ନିଦ ହୋଇପାରିବ ।

ପ୍ରତିଦିନ ବେଡ଼କୁ ଜୀବାପୂର୍ବରୁ ଏହି ଟିପ୍ସଗୁଡିକୁ ନିଶ୍ଚିତ ଅନୁସରଣ କରନ୍ତୁ :
ଗରମପାଣିରେ ଗାଧୋଇବା, ମନପସନ୍ଦର ସଂଗୀତ ଶୁଣିବା, କ୍ୟାମୋମାଏଲ ଚା ପିଇବା, ଦୀର୍ଘ ନିଶ୍ୱାସ ନେବା କିମ୍ବା ମନସ୍ଥିର ରଖିବାପାଇଁ ଯୋଗ ବା ପ୍ରାଣାୟମ କରିବା । ଆପଣଙ୍କ ପିଲାକୁ ଶାନ୍ତ ରଖିବାପାଇଁ କିଛିକାର୍ଯ୍ୟ କରନ୍ତୁ ଯାହାକି ସୁସ୍ଥ ନିଦ୍ରାରେ ସାହାଯ୍ୟ କରିବ ।

ରାତିରେ ଉଜ୍ଜ୍ୱଳ ଆଲୋକ ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବହାର ସୀମିତ କରନ୍ତୁ :
ସନ୍ଧ୍ୟା ସମୟରେ ହାଲ୍କା ରଙ୍ଗର ଆଲୋକ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଇଲେକ୍ଟ୍ରୋନିକ୍ ଉପକରଣରୁ ନିର୍ଗତ ଉଜ୍ଜ୍ୱଳ ଏବଂ ନୀଳ ଆଲୋକକୁ ସୀମିତ କରନ୍ତୁ ଏବଂ ଯଦି ଆପଣଙ୍କ ଡିଭାଇସରେ ‘‘ରାତି ସେଟିଂ’’ ଅଛି, ତେବେ ଏହାକୁ ବ୍ୟବହାର କରନ୍ତୁ । ଏଥି ସହ ଶୋଇବା ସମୟର ଅତି କମରେ ଗୋଟିଏ ଘଣ୍ଟା ପୂର୍ବରୁ ମୋବଇଲ କିମ୍ବା ଟିଭି ସ୍କ୍ରିନକୁ ଦୂରେଇ ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

ବର୍ତ୍ତମାନ ଜାଣିବା ନିୟମିତ ଶୋଇବା କାର୍ଯ୍ୟସୂଚୀ :

ପ୍ରତିଦିନ ପ୍ରାୟ ସମାନ ସମୟରେ ଶୋଇବାକୁ ଯିବା ଏବଂ ଉଠିବା ଦ୍ଵାରା ଶରୀରକୁ ରିଲାକ୍ସ ଲାଗିଥାଏ । ଏଥି ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଘରର ତାପମାତ୍ରା ବଜାୟ ରଖନ୍ତୁ :- ବେଡ଼ରୁମକୁ ଥଣ୍ଡା ଏବଂ ଶାନ୍ତ ରଖିବା ଯଦି ଶବ୍ଦ ଏବଂ ଆଲୋକରୁ ରକ୍ଷା ପାଇପାରୁନାହାନ୍ତି ତେଣୁ ଆପଣଙ୍କ ପିଲାକୁ ଇୟରପ୍ଲଗ୍ ଏବଂ ଶୋଇବା ପାଇଁ ମାସ୍କ ଦିଅନ୍ତୁ । କୋଠରୀକୁ ଥଣ୍ଡା ରଖିବା ପାଇଁ ଏୟାର କଣ୍ଡିସନର କିମ୍ବା ଫ୍ୟାନ୍ ଚଲାନ୍ତୁ ।

ପୂର୍ଣ୍ଣ ନିଦ ପାଆନ୍ତୁ : ସ୍କୁଲ ଯାଉଥିବା ପିଲାମାନଙ୍କୁ ପ୍ରତିଦିନ ରାତିରେ ପ୍ରାୟ ୯-୧୨ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଏଥି ସହ ବୟସ୍କମାନଙ୍କୁ ପ୍ରାୟ ୮-୧୦ ଘଣ୍ଟା ଶୋଇବା ଆବଶ୍ୟକ।

ଉଠିବା ପରେ ତୁରନ୍ତ କିଛି ସମୟ ପାଇଁ ସୂର୍ଯ୍ୟ କିରଣରେ ରୁହନ୍ତୁ :- ଉଠିବା ପରେ ତୁରନ୍ତ ସୂର୍ଯ୍ୟକିରଣରେ ରହିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ସ୍ଥିର ରହିଥାଏ । ଏଥି ସହ ଦିନ ସାରା କ୍ଲାନ୍ତ ମଧ୍ୟ ଅନୁଭବ ହୋଇନଥାଏ ।

କ୍ୟାଫିନ୍ ଏଡାନ୍ତୁ- ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଛୋଟ ପିଲାମାନେ କ୍ୟାଫିନ୍ ସେବନ କରିବା ଉଚିତ୍ ନୁହେଁ । ବୟସ୍କମାନେ କମ ପରିମାଣରେ କ୍ୟାଫିନ୍ ନେଇପାରିବେ କିନ୍ତୁ ଅପରାହ୍ନ ୩ଟା ପରେ କାଫିନ ଠାରୁ ଦୂରେଇ ରହିବା ସମସ୍ତଙ୍କ ପାଇଁ ଭଲ ।

ଶୋଇବା ସମୟ ସୀମିତ କରନ୍ତୁ – ଯଦି ଆପଣଙ୍କ ଶିଶୁକୁ ପ୍ରକୃତରେ ଶୋଇବାର ଆବଶ୍ୟକତା ନଥାଏ, ତେବେ ତାକୁ ଶୋଇବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଆପଣଙ୍କ ପିଲାକୁ ଦିନରେ ଶୋଇବାକୁ ବାଧ୍ୟ କରନ୍ତି, ତେବେ ଏହା ପିଲାକୁ ରାତି ଅନିଦ୍ରା କରିବ ।

ବ୍ୟାୟାମ କରନ୍ତୁ- ଏଥି ସହ ବ୍ୟାୟାମ କରିବା ଦ୍ବାରା ଲୋକଙ୍କୁ ରାତିରେ ଭଲ ନିଦରେ ଶୋଇବାରେ ସାହାଯ୍ୟ କରେ । କିନ୍ତୁ ସନ୍ଧ୍ୟାରେ ବ୍ୟାୟାମ କରିବା ଦ୍ୱାରା ନିଦ ବାଧାପ୍ରାପ୍ତ ହୋଇପାରେ । ଯଦି ଆପଣ ପିଲାଙ୍କର ଭଲ ନିଦ ଚାହୁଁଛନ୍ତି, ତେବେ ଏହି ସସସ୍ତ ଟିପ୍ସକୁ ନିଶ୍ଚିତ ଫଲୋ କରନ୍ତୁ ।

Also read : ତମ୍ବା ପାତ୍ରରେ ପାଣି ପିଇଲେ କଣ ହୁଏ? ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଲାଭ ଏବଂ ପିଇବାର ସଠିକ୍ ଉପାୟ