ଆପଣ ଭାତକୁ ରାତିରେ ଆପଣଙ୍କ ଡ଼ାଏଟ୍ ପ୍ଲାନରେ ସାମିଲ୍ କରୁଛନ୍ତି କି?

ଆଜିକାଲି ଓଜନ କମାଇବାକୁ ନେଇ ଲୋକମାନେ ଖୁବ୍ ଚିନ୍ତିତ । ପ୍ରାୟତଃ ଲୋକମାନେ ଓଜନ ବଢିବା କାରଣରୁ ଭାତ ଖାଇବା ମଧ୍ଯ ବନ୍ଦ କରିଦେଇଥାନ୍ତି। ଅନେକ ଲୋକମାନେ ମଧ୍ଯ ଭାତ ଖାଇବା ପରିବର୍ତ୍ତେ ରୁଟି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସତରେ କଣ ଭାତ ଖାଇବା ଏତେ ଖରାପ ?
ତେବେ ଭାରତରେ ଅଧିକାଂଶ ଲୋକ ଭାତ ଡାଲି ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକ ଭାତ ବିନା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ । ମଧ୍ୟାହ୍ନ ଭୋଜନରେ ଭାତ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ । କାର୍ଯ୍ୟରତ ଲୋକ କିମ୍ବା ଯେକୌଣସି ବ୍ୟକ୍ତିଙ୍କୁ ଯଦି ଶୀଘ୍ର ଖାଦ୍ୟ ରାନ୍ଧିବାର ଥାଏ ତେବେ ଭାତ ଓ ଡାଲି ତିଆରି କରିଦିଅନ୍ତି ।
ବହୁତ ଲୋକ ଅଛନ୍ତି ଯେଉଁମାନେ କାମରେ ବ୍ୟସ୍ତତା ଯୋଗୁଁ ସକାଳେ ବା ଅପରାହ୍ନରେ ନୁହେଁ ବରଂ ରାତିରେ ଭାତ, ଡାଲି ଓ ରୁଟି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାତିରେ ଭାତ ଖାଇବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି? ତେବେ ଆସନ୍ତୁ ଜାଣିବା ଯେ ରାତ୍ରି ଭୋଜନରେ ଭାତ ସାମିଲ କରିବାର ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ ।
ରାତିରେ ଭାତ ଖାଇଲେ ଓଜନ ବଢିବା ସହିତ ଆମ ଶରୀରରେ ଅନେକ ରୋଗ ହେବାର ଆଶଙ୍କା ବଢିଯାଏ । ତେଣୁ, ଶାରୀରିକ ଭାବରେ ସକ୍ରିୟ ଏବଂ ଉପଯୁକ୍ତ ଖାଦ୍ୟ ଗ୍ରହଣ କରି ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ସତ୍ତ୍ୱେ, ଭୁଲ ଖାଇବା ଅଭ୍ୟାସ ଏବଂ ଖରାପ ଲାଇଫ ଷ୍ଟାଇଲ ଯୋଗୁଁ ଲୋକମାନେ ମେଦବହୁଳତାର ଶିକାର ହୁଅନ୍ତି କିମ୍ବା ଓଜନ ବଢିଯାଏ ।
ଯେଉଁମାନେ ନିଶ୍ୱାସ ପ୍ରଶ୍ୱାସ କିମ୍ବା ଆଜମା ରୋଗରେ ପୀଡିତ, ସେମାନେ ରାତ୍ରି ଭୋଜନରେ ଭାତ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ରାତିରେ ଭାତ ଖାଇବା ଦ୍ୱାରା ଗଳା ଯନ୍ତ୍ରଣା ହୋଇପାରେ । ଏହା ବ୍ୟତୀତ, ଯେଉଁମାନଙ୍କର ସାଇନସ୍ ସମସ୍ୟା ରହିଛି, ସେମାନେ ରାତ୍ରି ଭୋଜନରେ ଭାତ ଖାଇବା ଉଚିତ୍ ନୁହେଁ । ଡାଇବେଟିସ ରୋଗୀମାନେ ମଧ୍ୟ ଭାତ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ନଚେତ୍ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ପ୍ରଭାବିତ ହୋଇପାରେ ।
ଯେଉଁମାନେ ରାତିରେ ଭାତ ଖାଆନ୍ତି ସେମାନଙ୍କର ଗଟ୍ ହେଲ୍ଥ ଉପରେ ଖରାପ ପ୍ରଭାବ ପଡିପାରେ । ରାତିରେ ଭାତ ଖାଇବା ହେତୁ ଆପଣଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ସୂଚନା ପାଇଁ ଆପଣଙ୍କୁ କହି ରଖୁଛୁ ଯେ କୋଷ୍ଠକାଠିନ୍ୟ ଏବଂ ଏସିଡ଼ିଟି ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଭାତକୁ ରାତିରେ ଆପଣଙ୍କ ଡ଼ାଏଟ୍ ପ୍ଲାନର ଏକ ଅଂଶ କରିବା ଉଚିତ୍ ନୁହେଁ ।
ରାତ୍ରି ଭୋଜନରେ ଭାତ ଖାଇବାର ଅଭ୍ୟାସ ହେତୁ ଆପଣଙ୍କ ଓଜନ ବଢ଼ିପାରେ ଏବଂ ଆପଣ ମୋଟାପଣର ଶିକାର ହୋଇପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ ମୋଟାପଣ ଅନେକ ଗୁରୁତର ଏବଂ ବିପଜ୍ଜନକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗକୁ ଆମନ୍ତ୍ରଣ କରିପାରିବ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ରାତିରେ ଭାତ ଖାଇବା ଠାରୁ ଦୂରେଇ ରୁହନ୍ତୁ ।