କେମିକାଲ ଦ୍ୱାରା ପାଚୁଥିବା ଫଳ ଆପଣଙ୍କ ଶରୀର ଉପରେ ପକାଇପାରେ ଏପରି କୁପ୍ରଭାବ, ଜାଣନ୍ତୁ

ବଜାରରେ ମିଳୁଥିବା ପାଚିଲା ଫଳ ଶରୀର ପାଇଁ ହୋଇପାରେ କ୍ଷତିକାରକ । କାରଣ ଏହା ପ୍ରାକୃତିକ ଉପାୟରେ ନପାଚି କେମିକାଲ ଦ୍ୱାରା ପଚାଯାଇଥାଏ । ବିଶେଷଜ୍ଞଙ୍କ ମତରେ କାର୍ବାଇଡ ଦ୍ୱାରା ପାଚିଥିବା ଫଳ ଶରୀରରେ ଫୁଡ ପଏଜନିଙ୍ଗ ସହ ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ ।

ଅମୃତ ଭଣ୍ଡା : ବେଳେ ବେଳେ ବଜାରରେ ମିଳୁଥିବା ପାଚିଲା ଅମୃତ ଭଣ୍ଡା ଖାଇବା ପରେ ଆମେ ପେଟରେ ଦରଜ ଅନୁଭବ କରିଥାଉ । କାରଣ ଏହି ଫଳ କେମିକାଲ ଦ୍ୱାରା ପାଚିଥାଏ । ଯାହାକି ଶରୀରରେ ହାନିକାରକ ପ୍ରଭାବ ପକାଇଥାଏ । ଅଧିକାଂଶ ଫଳ ପ୍ରାକୃତିକ ଉପାୟରେ ନପଚା ଯାଇ କେମକାଲ ସାହାଯ୍ୟରେ ପଚାଯାଉଛି । ପ୍ରାୟ ୧୩ ପ୍ରକାର କେମିକାଲ ରହିଛି ଯାହାଦ୍ୱାରା ଫଳ ପଚାଯାଉଛି ।

ଲକ୍ଷଣ : ଅମୃତ ଭଣ୍ଡା ଖାଇବାର ୧୦ /୧୫ ମିନିଟ ପରେ ଜଦି ପେଟ ଦରଜ ହେଉଛି କିମ୍ବା ବାନ୍ତି ହେଉଛି କିମ୍ବା ମୁଣ୍ଡ ବୁଲାଇବା ସହ ଦୁର୍ବଳ ଲାଗୁଛି । ତେବେ ଜାଣିବେ ଯେ ଆପଣ କେମିକାଲ ଦିଆ ଫଳ ଖାଇଚନ୍ତି । କେବେ କେବେ ବାନ୍ତି ସହ ବ୍ଲଡ ପ୍ରେସର ମଧ୍ୟ ବଢ଼ିଯାଇଥାଏ ।

tamato
p.c : DTE

ଶରୀର ଉପରେ ପକାଇଥାଏ କୁପ୍ରଭାବ :

ହାଡ଼ ହୋଇଥାଏ କମ୍‌ଜୋର – ଦୀର୍ଘ ଦିନ ଧରି ଏପରି କେମିକାଲ ଯୁକ୍ତ ପାଚିବା ଫଳ ଖାଇବା ଦ୍ୱାରା ଲୋକଙ୍କ ହାଡ଼ କମଜୋର ହୋଇଥାଏ । ଫଳରେ ହାଡ଼ ଭାଙ୍ଗିବା ଆଶଙ୍କା ବଢ଼ିଥାଏ ।

ନର୍ଭସ ସିଷ୍ଟମ – ଏମିତି କେମିକାଲ ଯୁକ୍ତ ଫଳ ମସ୍ତିସ୍କ ର ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଚିଡ଼ଚିଡା, ଥକ୍କାପଣ, କ୍ରୋଧ ଓ ଅସ୍ଥିର ଭଳି ସମସ୍ୟା ଦେଖା ଦେଇଥାଏ ।

ଜିଆଇ ଟ୍ରାକ୍ଟ – କାର୍ବାଇଡ ଦ୍ୱାରା ପାଚିଥିବା ଫଳ ଗାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ଟ୍ରାକ୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ଫୁଡ଼ ପଏଜନିଂ ହୋଇପାରେ । ସାଂଘାତିକ ସ୍ଥିତିରେ ପେଟ ଦରଜ, ବାନ୍ତି ଓ ଡିହାଇଡ୍ରେସନ ଦ୍ୱାରା ଶରୀରରେ ଜଳ ଅଭାବ ସୃଷ୍ଟି ହୋଇଥାଏ ।

mango
p.c : pune365

ଏମିତି ଚିହ୍ନନ୍ତୁ କେମିକାଳ ଦ୍ୱାର ପାଚିଥିବା ଫଳ ଓ ସତର୍କ ରୁହନ୍ତୁ :

ଅମୃତ ଭଣ୍ଡା ରଂଗ ସବୁଜ ହୋଇଥାଏ । ଯଦି ଏହା ଲାଲ, ହଳଦୀ କିମ୍ବା ନାରଙ୍ଗୀ ଦେଖାଯାଏ ତେବେ ଏହା କୃର୍ତ୍ତି୍ରମ ବୋଲି ଜାଣିବାକୁ ହେବ । ଏହାର ଅର୍ଥ କାର୍ବାଇଡ ଏହାର ଅଲଗା ଅଲଗା ଅଂଶରେ ଅଲଗା ମାତ୍ରାରେ ଲାଗିଥାଏ । ଫଳରେ ଏହା ବିଭିନ୍ନ ରଂଗର ହୋଇଥାଏ । ତେଣୁ ଏହି ଫଳକୁ ଚୋପା ଛଡ଼ାଇବା ପୂର୍ବରୁ ଭଲ ଭାବେ ଧୋଇ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.