ଆଜି ଜାତୀୟ ଆମ୍ବ ଦିବସ : କାର୍ବାଇଡରେ ପଚା ଯାଉଥିବା ଆମ୍ବ ସ୍ୱାସ୍ଥ୍ୟ ପାଇଁ ମାରାତ୍ମକ, ଏମିତ ଚିହ୍ନନ୍ତୁ ଭଲ ଆମ୍ବ

ନୂଆଦିଲ୍ଲୀ :  ଗ୍ରୀଷ୍ମ ଋତୁରେ ଆମ୍ବ ସବୁଠି ଦେଖିବାକୁ ମିଳେ । ମିଠା ଓ ରସୁଆଳ ଆମ୍ବ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଆମ୍ବରେ ଥିବା ଫାଇବର, ଭିଟାମିନ ସି ଓ ଏ ସହ ସବୁ ପ୍ରକାର ମିନେରାଲସ୍‌ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ହେଲେ ଆଜିକାଲି ବଜାରରେ ମିଳୁଥିବା ଆମ୍ବରେ ବିକ୍ରେତାମାନେ ଏପରି ବିଷାକ୍ତ କେମିକାଲ ଦେଉଛନ୍ତି ତାହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ପ୍ରତି ବର୍ଷ ଜୁଲାଇ ୨୨ ତାରିଖରେ ‘ନେସନାଲ ମ୍ୟାଙ୍ଗୋ ଡେ’ ବା ଜାତୀୟ ଆମ୍ବ ଦିବସ ପାଳନ କରାଯାଇଥାଏ । ଆଜି ଜାତୀୟ ଆମ୍ବ ଦିବସରେ ଆସନ୍ତୁ ଜାଣିବା ଏହି କେମିକାଲ ଆମ୍ବ କିପରି ଚିହ୍ନିବେ ।

mango.

କିଛି ଫଳକୁ କୃତ୍ତ୍ରିମ ଉପାୟରେ ପଚାଯାଇଥାଏ । ଏହାକୁ ସତେଜ ଓ ଗଛ ପାଚିଲା ଆମ୍ବ କହି ବିକ୍ରି କରାଯାଇଥାଏ । ଯଦି ଆପଣ ଏମିତି ଆମ୍ବ ରଖିଛନ୍ତି ଯେଉଁଥିରେ ରସ ନାହିଁ ତେବେ ଏହି ଆମ୍ବ କୃତ୍ତ୍ରିମ ଉପାୟରେ ପଚାଯାଇଛି ବୋଲି ଜାଣିବେ ।
ଜାଣନ୍ତୁ, କିପରି କୃତ୍ତ୍ରିମ ଉପାୟରେ ପଚାଯାଇଥାଏ ଏହି ଆମ୍ବ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ,ଏହି ପ୍ରକ୍ରିୟାରେ ମୁଖ୍ୟତଃ କ୍ୟାଲ୍‌ସିୟମ କାର୍ବାଇଡ୍‌ ରାସାୟନିକ ପଦାର୍ଥ ର ବ୍ୟବହାର କରାଯାଇଥାଏ ।

ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । କେବଳ ଆମ୍ବ ନୁହେଁ ଏପରି ବହୁ ଫଳ ଏହି ପ୍ରକ୍ରିୟାରେ ପଚାଯାଇଥାଏ । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । କୃତ୍ତ୍ରିମ ଉପାୟରେ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡର ପ୍ରୟୋଗକୁ FSSAI ନିଷିଦ୍ଧ କରିଛି । ଏପରି କୃତ୍ତ୍ରିମ ଉପାୟରେ ପଚା ଯାଇଥିବା ଖାଲି ଆମ୍ବ ନୁହେଁ କୌଣସି ବି ଫଳ ଖାଇଲେ ନୀଦ ନହେବା, ମୁଣ୍ଡ ବୁଲାଇବା, ମାନସିକ ଭ୍ରମ ଓ ସ୍ମରଣଶକ୍ତି ଆଦି କମିବା ଲକ୍ଷଣ ଦେଖାଦେଇଥାଏ ।

mango.
photo credit: aajtak.in

ଏମିତି କରନ୍ତୁ ଯାଞ୍ଚ :

ଆପଣ ରଖୁଥିବା ଆମ୍ବ ପ୍ରାକୃତିକ ନା କୃତ୍ତ୍ରିମ ଉପାୟରେ ପଚାଯାଇଛି ତାହା ଜାଣିବା ପାଇଁ ସବୁ ଆମ୍ବକୁ ଏକ ବାଲଟି ପାଣିରେ ପକାଇ ଦିଅନ୍ତୁ । ଯଦି ଆମ୍ବ ବୁଡିଗଲା ତେବେ ଏହା ସ୍ୱାଭାବିକ ଭାବେ ପଚାଯାଇଛି । ଯଦି ଆମ୍ବ ଭାସିଲା ତେବେ ଜାଣିବେ ଏହା କୃତ୍ତ୍ରିମ ଉପାୟରେ ପଚାଯାଇଛି । ଏହାଛଡ଼ା କୃତ୍ତ୍ରିମ ଭାବେ ପଚାଯାଇଥିବା ଆମ୍ବରେ ରସ ନଥାଏ ବା କମ୍‌ ରସ ଥାଏ ।

Leave A Reply

Your email address will not be published.