ଦୁର୍ଭାଗ୍ୟ ଓ କଷ୍ଟ ଆଣିଥାଏ ଏହି ଦିଗରେ ଲଗାଯାଇଥିବା ଦର୍ପଣ, ଜାଣନ୍ତୁ ଏଥି ସହ ଜଡିତ ବାସ୍ତୁ ନିୟମ

ବାସ୍ତୁ ଶାସ୍ତ୍ରରେ ଘରେ ଲଗାଯାଇଥିବା ଦର୍ପଣର ମଧ୍ୟ ବହୁତ ମହତ୍ୱ ରହିଥାଏ । ଏହାର ସମ୍ପର୍କ ସୁଖ ଓ ସୌଭାଗ୍ୟ ସହ ଜଡିତ ହୋଇଥାଏ । ଘରେ ଦର୍ପଣ ଲଗାଇବା ବେଳେ ବାସ୍ତୁର ଏହି ନିୟମ ପାଳନ କରିବା ଜରୁରୀ ।

ଠିକ୍‌ ଦିଗରେ ଘରେ ଦର୍ପଣ ଲଗାଇଲେ ସୁଖ ଆଣିଥାଏ ଓ ଭୁଲ ଦିଗରେ ଏହା ଘର ପାଇଁ ଦୁର୍ଭାଗ୍ୟ ଆଣିଥାଏ । ଆସନ୍ତୁ ଜାଣିବା ଘରେ ଦର୍ପଣ ଲଗାଇବା ବେଳେ ବାସ୍ତୁର କେଉଁ ନିୟମ ପାଳନ କରିବା ଉଚିତ୍‌ ।

ଘରେ ଦର୍ପଣ ଲଗାଇବା ବେଳେ ପାଳନ କରନ୍ତୁ ଏହି ନିୟମ

୧. ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆୟତାକାର, ବର୍ଗାକାର ବା ଅଷ୍ଟଭୁଜାକାର ଦର୍ପଣ ଲଗାଇବା ଜରୁରୀ ହୋଇଥାଏ । ଯଦି ବାଥରୁମରେ ଦର୍ପଣ ଲଗାଉଛନ୍ତି ତେବେ ଦ୍ୱାରର ଠିକ ଆଗରେ ଲଗାନ୍ତୁ ନାହିଁ ।

୨. ଘରେ ସୂକ୍ଷ୍ମାକାର ଦର୍ପଣ ଲଗାଇବା ଅଶୁଭ ହୋଇଥାଏ । ଦାଗ, ଭଙ୍ଗା ଓ ଧୂଆଁଳିଆ ଦର୍ପଣ ବି ଲଗାନ୍ତୁ ନାହିଁ । ଏହା ଘରେ କଷ୍ଟ ସୃଷ୍ଟି କରିଥାଏ ।

୩. ବାସ୍ତୁ ଶାସ୍ତ୍ର ଅନୁସାରେ ବେଡରୁମରେ ଦର୍ପଣ ଲଗାଇବା ଉଚିତ୍‌ ନୁହେଁ । କାରଣ ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସଷ୍ଟି କରିଥାଏ । ଯଦି ସ୍ଥାନର ଅଭାବ ଯୋଗୁ ବେଡରୁମରେ ଦର୍ପଣ ଲଗାଯାଇଛି,ତେବେ ଏହାକୁ ପର୍ଦା ଦ୍ୱାରା ଆବୃତ କରନ୍ତୁ । ଫଳରେ ପ୍ରତିବିମ୍ବ ସୃଷ୍ଟି ହେବ ନାହିଁ ଓ ଦୋଷରୁ ମୁକ୍ତି ମିଳିବ ।

୪. ଘର ଭିତରେ କେବେ ବି ପଶ୍ଚିମ ବା ଦକ୍ଷିଣ ଦିଗରେ ଦର୍ପଣ ଲଗାନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଦର୍ପଣ ସର୍ବଦା ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.