ଜୋତା ସହିତ ଯୋଡି ହୋଇ ରହିଛି ଆପଣଙ୍କର ସଫଳତା, ଭୁଲରେ କରନ୍ତୁ ନାହିଁ ଏ’ସବୁକୁ ଅଣଦେଖା

କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ସୌଭାଗ୍ୟ ପାଇଁ ମଧ୍ୟ ଆପଣାନ୍ତୁ ଜୋତା ଚପଲ ସହିତ ଜଡିତ ବାସ୍ତୁ ଉପାୟ କାହିଁକିନା, ଶନି ଦେବଙ୍କର ସଂମ୍ବନ୍ଧ ଆପଣଙ୍କ ପାଦ ସହିତ ରହିଥାଏ । ଏତିକି ହି ନୁହେଁ ଯେତେବେଳେ ଆପଣ ବାହାରେ ପିନ୍ଧୁ ଥିବା ଜୋତାକୁ ପିନ୍ଧି କରି ଘରେ ପ୍ରବେଶ କରିଥାନ୍ତି ତେବେ ଆପଣଙ୍କ ସହିତ ରାହୁ ଏବଂ କେତୁଙ୍କ ସହିତ ଜଡିତ ବାସ୍ତୁ ଦୋଷକୁ ମଧ୍ୟ ସାଥୀରେ ନେଇଥାନ୍ତି । ଆସନ୍ତୁ ଜାଣିବା ଜୋତା-ଚପଲ ସହିତ ଜଡିତ ଜୀବନର ସେହି ରହସ୍ୟ ଜାହା ଆପଣ ଜାଣି ନାହାଁନ୍ତି ।

କାହାରିକୁ ନଜଣାଇ କରନ୍ତୁ ଏହି ଉପାୟ :

temple

ଯଦି ଆପଣଙ୍କ କୁଣ୍ଡଳୀରେ ଶନିଙ୍କୁ ନେଇ କୌଣସି ଦୋଷ ରହିଛି କି ଶନି ମହାଦଶା ଚାଲୁଛି ତେବେ ଆପଣଙ୍କ ଶନିବାର ଦିନ କାହାରିକୁ ନକହି ଆପଣଙ୍କର କଳା ରଙ୍ଗର ଚମଡା ଜୋତା କିମ୍ବା ଚପଲକୁ ମନ୍ଦିରର ପ୍ରବେଶ ଦ୍ବାରା ସମ୍ନାରେ ଛାଡିଦେଇ ଆସିନ୍ତୁ । ଏହା କଲା ବେଳେ ଧ୍ୟାନ ରଖନ୍ତୁ ଯେମିତି ପଛକୁ ବୁଲି ଚାହିଁବେ ନାହିଁ ।

ଶନି ଦେବଙ୍କ ସହିତ ଜଡିତ ଏହି ପ୍ରୟୋଗ ଶନିଙ୍କ କାରଣରୁ ହେଉଥିବା ସମସ୍ୟା ଗୁଡିକୁ ଦୂର କରି ନିଶ୍ଚିତ ରୂପରେ ଆପଣଙ୍କ ଜୀବନରେ ସକରାତ୍ମକଭାବ ଆଣିଥାଏ ।

ଜୋତା ଚୋରି ହେବା ଦ୍ବାରା ମନ ଦୁଃଖ କରନ୍ତୁ ନାହିଁ :

ଯଦି ମନ୍ଦିରରେ ଆପଣଙ୍କ ଜୋତା କି ଚପଲ ଚୋରି ହେଇଯାଉଛି ତେବେ ବିଲକୁଲ୍ ବି ମନ ଦୁଃଖ କରନ୍ତୁ ନାହିଁ । କାହିଁକି ନା ଜ୍ୟୋତିଷଙ୍କ ଅନୁସାରେ ଏହା ଆପଣଙ୍କ ଜୀବନରେ ଶୁଭ ସଂକେତ ହୋଇଥାଏ । ଯଦି ଆପଣଙ୍କର ଜୋତା କିମ୍ବା ଚପଲ ଶନିବାର ଦିନ ଚୋରି ହେଇଯାଉଛି ତେବେ ଏହା ଆପଣଙ୍କ ପାଇଁ ଆହୁରି ଶୁଭ ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଏହି ପରି ହେବା ଦ୍ବାରା ଆପଣଙ୍କ କୁଣ୍ଡଳୀରୁ ଶନି ମହାଦଶା ଏବଂ ସମସ୍ତ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ ।

ଛିଣ୍ଡା ଜୋତାରୁ ଦୂରେଇ ରୁହନ୍ତୁ :

old

କୌଣସି ବି ବିଶେଷ କାମ କରିବା ପାଇଁ ଯାଉଛନ୍ତି ଯେମିତିକି ଇଣ୍ଟରଭ୍ୟୁ, ଡେଟ୍ କିମ୍ବା ବିବାହ ପାଇଁ କଥା ହେବାକୁ ଯାଉଛନ୍ତି ତେବେ ଏହି ସମୟରେ ଭୁଲରେ ବି ଛିଣ୍ଡା କିମ୍ବା ଫଟା ଜୋତା ପିନ୍ଧି ଯାଆନ୍ତୁ ନାହିଁ । ଏହା କରିବା ଦ୍ବାରା ଆପଣ କରିବା ପାଇଁ ଯାଉଥିବା ଶୁଭ କାର୍ୟ୍ୟରେ ଅସଫଳତା ମିଳିଥାଏ ।

ଦୂଆର ମୁହଁରେ ଖୋଲନ୍ତୁ ନାହିଁ ଜୋତା :

door

କେବେବି ଭୁଲରେ ଦୂଆର ମୁହଁ ସମ୍ନାରେ ଜୋତା କିମ୍ବା ଚପଲ୍ ଖୋଲନ୍ତୁ ନାହିଁ କି ଆପଣଙ୍କ ଘରକୁ ଆସୁଥିବା ଅତିଥି ମାନଙ୍କୁ ମଧ୍ୟ ଏହା କରିବା ପାଇଁ ଦିଅନ୍ତୁ ନାହିଁ । ଘରର ମୂଖ୍ୟ ଦୁଆର ମୁହଁରେ ରଖିଥିବା ଜୋତା ଆପଣଙ୍କର ସୌଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ।

ପଶ୍ଚିମ ଦିଗରେ ରଖନ୍ତୁ ଜୋତା :

ଆପଣଙ୍କ ଜୋତା ଷ୍ଟାଣ୍ଡକୁ କେବେହେଲେ ଘରର ଇଶାଣ କୋଣରେ ରଖନ୍ତୁ ନାହିଁ । ଜୋତା-ଚପଲକୁ ସର୍ବଦା ପଶ୍ଚିମ ଦିଗରେ ରଖନ୍ତୁ ।

ଆହୁରି ପଢନ୍ତୁ : କେବଳ ସୌନ୍ଦର୍ୟ୍ୟ ବଢାଇନଥାଏ ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରଖିଥାଏ ବିନ୍ଦି

ଘରେ ପିନ୍ଧନ୍ତୁ ନାହିଁ ବାହାରର ଜୋତା ଚପଲ :

ବାହାରେ ପିନ୍ଧୁଥିବା ଜୋତା ଚପଲର ପ୍ରୟୋଗ ଘରେ କରନ୍ତୁ ନାହିଁ । ଏହା ପିନ୍ଧିବା ଦ୍ବାରା ଘରେ ବାହାର ଅଳିଆ ସହିତ ନକରାତ୍ମକ ଉର୍ଜ୍ଜା ମଧ୍ୟ ଘର ଭିତରକୁ ପ୍ରବେଶ କରିଥାଏ । ସ୍ବାସ୍ଥ୍ୟ ପାଇଁ ଏହା ଖୁବ୍ ଖରାପ୍ ହୋଇଥାଏ ତେଣୁ ବାହାରେ ପିନ୍ଧୁ ଥିବା ଜୋତା କିମ୍ବା ଚପଲକୁ ଭୁଲରେ ମଧ୍ୟ ପିନ୍ଧନ୍ତୁ ନାହିଁ । ଏଥି ପାଇଁ ପୁରୁଣା ପରମ୍ପରାକୁ ମାନି ଘର ବାହାରେ ଚପଲ ରଖନ୍ତୁ ।

ଘରେ ରଖନ୍ତୁ ନାହିଁ ପୁରୁଣା ଜୋତା :

oldold

ଘରେ ପୁରୁଣା ଜୋତା ଏବଂ ଚପଲ ରଖନ୍ତୁ ନାହିଁ । ଘରେ ପୁରୁଣା ଜୋତା ରଖିବା ଦ୍ବାରା ଘରକୁ ନକରାତ୍ମକ ଉର୍ଜ୍ଜା ଘର ଭିତରକୁ ପ୍ରବେଶ କରିଥାଏ । ଯେଉଁ କାରଣରୁ ସମସ୍ୟା ଆପଣଙ୍କ ଘରୁ ଯିବାର ନାଁ ଧରି ନଥାଏ । ତେଣୁ ନପିନ୍ଧୁ ଥିବା ଜୋତା ଓ ଚପଲ ଘରେ ରଖନ୍ତୁ ନାହିଁ ବଂର କୌଣସି ଗରିବଙ୍କୁ ଦାନ କରି ଦିଅନ୍ତୁ ।

ଠିକ୍ ଢଙ୍ଗରେ ରଖନ୍ତୁ ଜୋତା ଚପଲ :

ଘରେ ଜୋତା ଚପଲ ଏଠି ସେଠି ରଖନ୍ତୁ ନାହିଁ ଅନ୍ୟଥା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଯେଉଁ ଘରେ ଜୋତା ଚପଲ ଏଠି ସେଠି ପଡିଥାଏ ସେମାନଙ୍କ ଘରେ ଶନି ଦେବଙ୍କର ଅଶୁଭ ନଜର ରହିଥାଏ । ପରିବାରରେ ରହୁଥିବା ସମସ୍ତ ଲୋକଙ୍କର ମନ ଅଶାନ୍ତ ରହିଥାଏ । ଏଥିପାଇଁ ଚପଲ ଏବଂ ଜୋତାକୁ ଏଠି ସେଠି ନରଖି ସର୍ବଦା ଜୋତା ଷ୍ଟାଣ୍ଡରେ ରଖନ୍ତୁ ।

ଅଫିସରେ ପିନ୍ଧନ୍ତୁ ନାହିଁ ମାଟିଆ ରଙ୍ଗର ଜୋତା :

କାର୍ୟ୍ୟଳୟରେ ମାଟିଆ ରଙ୍ଗର ଜୋତା ପିନ୍ଧିବା ଉଚିତ୍ ନୁହେଁ । ବିଶେଷ ରୂପରେ ଶିକ୍ଷା ସହିତ ଯୋଡି ହୋଇ ରହିଥିବା ବ୍ୟକ୍ତି ଏହି ସବୁରେ ଧ୍ୟାନ ରଖନ୍ତୁ । ଏହି ରଙ୍ଗର ଜୋତା ଏବଂ ଚପଲ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.