ଏମିତି କିଛି ଜ୍ୟୋତିଷ ଉପାୟ, ଯାହାକୁ ଆପଣାଇଲେ ଦୂର ହେବ ଆପଣଙ୍କ ସମସ୍ୟା
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୁଖ, ଦୁଃଖ ଲାଗିରହିଥାଏ । ୯ଟି ଗ୍ରହ ସହ ଯୋଡି ହୋଇ ରହିଥାଏ ଆମ ଜାତକ। ସବୁ ବ୍ୟକ୍ତିଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳିନଥାଏ । ତେବେ ଏଥିପାଇଁ କିଛି ଜ୍ୟୋତିଷ ଉପାୟ ରହିଛି । ଯାହାକୁ ଉପଯୋଗ କରି ଆମେ ସଫଳତା ଆଡକୁ ଅଗ୍ରସର ହୋଇପାରିବା । ଆସନ୍ତୁ ଜାଣିବା ଏହି ସବୁ ଉପାୟ ସମ୍ପର୍କରେ
ସୁସ୍ଥ ଶରୀର ପାଇଁ ଜ୍ୟୋତିଷ ଉପାୟ :
-କେବେବି ରାତିରେ ଶୋଇବା ସମୟରେ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଅନୁଚିତ୍
-ଶୋଇବା କକ୍ଷରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ । ଏହାଦ୍ବାରା ଘରର ସଦସ୍ୟ ମାନଙ୍କ ଶରୀର ସୁସ୍ଥ ରହିନଥାଏ।
-ଦୁଃସ୍ବପ୍ନରୁ ରକ୍ଷା ପାଇବା ପାଇଁ ଶୋଇବା ସମୟରେ ଲୁହାକଣ୍ଟା ରଖନ୍ତୁ ।
-ଶୋଇବା କକ୍ଷରେ ସୁଗନ୍ଧିତ ଫୁଲ ତୋଡା ରଖନ୍ତୁ ।
ବିବାହ ସମ୍ବନ୍ଧିତ ଜ୍ୟୋତିଷ ଉପାୟ:
-ଗୁରୁବାର ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ ।
-ଘରେ ଭଗବାନ କ୍ରୁଷ୍ଣ ଏବଂ ରାଧାଙ୍କର ପ୍ରତିମା ଲଗାନ୍ତୁ ।
-ଘରର ସମସ୍ତ ବେଡସିଟ୍ ଏବଂ ଡୋର ସ୍ରିନ୍ କୁ ଯଦି ପାରୁଛନ୍ତି ଗୋଲାପି ରଙ୍ଗର ଲଗାନ୍ତୁ । ଏହା କରିବା ଦ୍ବାରା ବିବାହରେ ଆସୁଥିବା ପ୍ରତିବନ୍ଧକ ଦୁର ହୋଇଥାଏ ।
ଏହାସହ ପଢନ୍ତୁ:
ମନ ମୁତାବକ ଚାକିରି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ, ଦୂର କରନ୍ତୁ ସମସ୍ୟା
ଚାକିରି ପାଇଁ ଜ୍ୟୋତିଷ ଉପାୟ:
-ଚାକିରିରେ ଭାଗ୍ୟ ଉଦୟ ପାଇଁ ଏକାଦଶୀ ବ୍ରତ ରଖନ୍ତୁ । ଏହି ଉପାୟରେ ବାଣିଜ୍ୟ,ବ୍ୟବସାୟରେ ମଧ୍ୟ ଉନ୍ନତି ପାଇପାରିବେ ।
-ହନୁମାନଙ୍କ ଫଟୋକୁ ଘରେ ରଖି ପୂଜା କରନ୍ତୁ ।
-ସବୁବେଳେ ସକାଳେ ପକ୍ଷୀମାନଙ୍କୁ ୭ପ୍ରକାରର ଖାଦ୍ୟକୁ ଏକାଠି ମିଶାଇ ଖାଇବାକୁ ଦିଅନ୍ତୁ ଏବଂ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରନ୍ତୁ ।
ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପାଇଁ ଉପାୟ:
-ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ଓଁ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ ।
-ଶୟନ କକ୍ଷରେ ରାଧା କ୍ରୁଷ୍ଣଙ୍କ ଫଟୋ ଲଗାନ୍ତୁ ।
ସମ୍ରୁଦ୍ଧି ପାଇଁ ଜ୍ୟୋତିଷ ଉପାୟ :
-ରାତିରେ ଅଇଁଠା ବାସନ ପକାନ୍ତୁ ନାହିଁ ।
-ଖାଇବା ଥାଳିରେ ହାତ ଧୁଅନ୍ତୁ ନାହିଁ ।