ଦୁଇ ପାଖୁଡ଼ା ଗୋଲାପ ଫୁଲରେ ଗୁଜୁରାତି ପେସି ସକାଳୁ ନିୟମିତ କରନ୍ତୁ ସେବନ, ପୁଣି ଦେଖନ୍ତୁ ଚମତ୍କାରିତା

ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହା ଏମିତି ଏକ ଫୁଲ, ଯାହା ସୁଗନ୍ଧ ସହିତ ସୁନ୍ଦରତା ମଧ୍ୟ ପ୍ରଦାନ କରିଥାଏ। କିନ୍ତୁ ଏହି କଥା ଖୁବ୍ କମ୍ ଲୋକଙ୍କୁ ଜଣାଥିବ ଯେ ଗୋଲାପ ଫୁଲ ସହଜରେ ମୋଟାପଣକୁ ଦୂର କରିପାରିଥାଏ। ଏହାକୁ ଔଷଧ ରୂପରେ ବ୍ୟବହାର କରାଯାଇପାରେ। ଆସନ୍ତୁ ଜାଣିବା, ଗୋଲାପ ଫୁଲର କିଛି ଚମତ୍କାରିତା ବିଷୟରେ।
-ମୋଟାପଣକୁ ଦୂର କରିବାରେ ଏହା ଫଳପ୍ରଦ ହୋଇଥାଏ। ଆପଣଙ୍କୁ ଗୋଲାପ ଫୁଲର ୩-୪ଟି ପାଖୁଡ଼ାକୁ ଏକ ଗ୍ଲାସ ପାଣିରେ ବତୁରାଇ ରଖିବାକୁ ହେବ, ଯେ ପଯ୍ୟର୍ନ୍ତ ପାଣି ଗୋଲାପି ରଙ୍ଗର ନ ହୋଇଛି। ପ୍ରତିଦିନ ଖାଲି ପେଟରେ ଏହାକୁ ସେବନ କରନ୍ତୁ ଏବଂ କିଛି ମାସ ଭିତରେ ଫରକ ଅନୁଭବ କରନ୍ତୁ।
-ଗୋଲାପ ପାଖୁଡ଼ାକୁ ପ୍ରତିଦିନ ଖାଇବାରେ ଆପଣଙ୍କ ଶାରୀରିକ ଦୁର୍ବଳତା ଦୂର ହୋଇଯିବ। ଏହାଦ୍ୱାରା ଆପଣଙ୍କୁ ଶକ୍ତି ମିଳିପାରିବ।
ଏହାସହ ପଢ଼ନ୍ତୁ: ପୁଅମାନେ ଜଲ୍ଦି ଦାଢ଼ି ବଢ଼େଇବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଏହି ସହଜ ଉପାୟ
-ଗୋଲାପରେ ଫାଇବର ଅଧିକ ମାତ୍ରାରେ ମିଳିଥାଏ, ଯାହାକି ପାଚନ ପ୍ରକ୍ରିୟାକୁ ବହୁତ କ୍ରିୟାଶୀଳ ରଖିଥାଏ। ଏଥିପାଇଁ ଆପଣଙ୍କୁ ଗୋଟିଏ ମୁଠା ଗୋଲାପ ପାଖୁଡ଼ାକୁ ୩୦ରୁ ୪୦ ଏମ୍ଏଲ୍ ପାଣି ସହିତ ପେସି ଗାଢ଼ ପେଷ୍ଟ୍ ବନାଇବାକୁ ହେବ। ଏହି ପେଷ୍ଟକୁ ୩ରୁ ୪ଦିନ ଖାଲି ପେଟରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କୁ ଉପଚାର ମିଳିପାରିବ।
-ଯଦି ଆପଣଙ୍କ ମୁହଁରେ ଛାଲ ଭଳି ଦେଖାଯାଉଛି, ତା’ହେଲେ ଗୋଲାପ ପାଖୁଡ଼ା ପାଣିକୁ ସିଝାଇ ଗର୍ଗଲ କରନ୍ତୁ। ଏମିତି କଲେ ଫରକ୍ ଅନୁଭବ କରିପାରିବେ।
-ଯଦି ଆପଣ ମାଇଗ୍ରେନ୍ ଯନ୍ତ୍ରଣାରୁ ଅତ୍ୟଧିକ ଚିନ୍ତିତ ଅଛନ୍ତି, ତେବେ ୧୦ଗ୍ରାମ ଗୋଲାପ ପାଖୁଡ଼ାକୁ ଏକ ଚାମଚ ମିଶ୍ରି ଏବଂ ଦୁଇଟି ଗୁଜୁରାତିକୁ ପେସି ନିୟମିତ ସକାଳୁ ଖାଲି ପେଟରେ ସେବନ କରନ୍ତୁ।