ବର୍ଷାଦିନେ ଭୁଲରେ ବି ଖାଆନ୍ତୁନି ଏସବୁ ସବୁଜ ପନିପରିବା, ହୋଇପାରେ ଇନ୍‌ଫେକସନ୍‌

ଆରମ୍ଭ ହୋଇଛି ବର୍ଷାଦିନ। ଏହି ଋତୁରେ ନିଜ ଦେହପା’ର ଯତ୍ନ ନେବା ନିହାତି ଆବଶ୍ୟକ। ଟିକେ ବି ଅବହେଳା କଲେ ଦେହ ଖରାପ ହେବା ଆଶଙ୍କା ରହିଛି। ଏହି ଋତୁରେ ସ୍ୱାସ୍ଥ୍ୟ ସହ ଖାଇବା ପିଇବା ଉପରେ ମଧ୍ୟ ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ। ଖାସ୍‌ କରି ବର୍ଷାଦିନେ ଫଳ ଓ ପନିପରିବା ଯୋଗୁ ଅଧିକ ଇନ୍‌ଫେକସନ୍‌ ହେବାର ଆଶଙ୍କା ରହିଛି। ଏଣୁ ଖାଇବା ପୂର୍ବରୁ ଜାଣିନିଅନ୍ତୁ ଏହା ଆପଣଙ୍କ ଶରୀର ପାଇଁ ହିତକର କି ନାହିଁ।

ଏକ୍ସପର୍ଟଙ୍କ କହିବାନୁସାରେ, ବର୍ଷାଦିନେ ଫଳ ଓ ପନିପରିବାରେ ପୋକ ଲାଗିଯାଏ। ଏହି ଫଳ ଖାଇଲେ ଫଙ୍ଗାଲ ଇନ୍‌ଫେକସନ୍‌ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ବର୍ଷାଦିନେ କେଉଁ କେଉଁ ସବୁଜ ପନିପରିବା ଖାଇବା ଅନୁଚିତ୍‌…

  • ପାଳଙ୍ଗ
  • ମେଥି
  • ସୋରିଷ ଶାଗ
  • ବଥୁଆ
  • ମୂଳା ପତ୍ର

ଏସବୁ ଶାଗ ଶରୀର ପାଇଁ ହିତକର ହୋଇଥିଲେ ବି ବର୍ଷାଦିନେ ଏଥିରେ ବ୍ୟାକ୍ଟେରିଆ ବସା ବାନ୍ଧିଥାନ୍ତି। ଯାହା ଦେହ ଖରାପ କରିପାରେ।

Leave A Reply

Your email address will not be published.