ଲାଇଫ୍ ଷ୍ଟାଇଲ୍

ଆପଣଙ୍କର ରହିଛି କି ଚର୍ମ ରୋଗ ? ଏମିତି କରନ୍ତୁ ଆୟୁର୍ବେଦିକ ଉପଚାର

ଆଜିକାଲି ଅନେକ ଲୋକଙ୍କର ଚର୍ମରୋଗ ଦେଖାଦେଉଛି। ଅସନ୍ତୁଳିତ ଖାଦ୍ୟପଦାର୍ଥ, ପାନୀୟ ଏବଂ ଅପରିଷ୍କାର ଯୋଗୁଁ ଚର୍ମରୋଗ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟତଃ ଅପରିଷ୍କାର ଅପରିଚ୍ଛନ୍ନତାରୁ ଗାଁ ଗହଳିରେ ବେଶି ହୋଇଥିବା ଏହି ରୋଗ। ଏହି ରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ରୋଗ ହେବା ଯୋଗୁଁ ଏହାକୁ ଡିଆଁରୋଗ ବୋଲି କୁହାଯାଏ। ଏହା ପ୍ରାୟତଃ ଜଂଘସନ୍ଧି, ଜଂଘ, ହାତ ଇତ୍ୟାଦି ଝାଳ ବହୁଥିବା ସ୍ଥାନରେ ବେଶି ହୋଇଥାଏ।

ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି, ଗୃହପାଳିତ ପଶୁମାନେ ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶି ହେବାର ଆଶଙ୍କା ଥାଏ।

କେତେକ ରୋଗୀଙ୍କ ଦେହସାରା ଶ୍ୱେତବର୍ଣ୍ଣର ମାଛ କାତି ପରି ବାହାରିବା ସହ ପ୍ରବଳ କୁଣ୍ଡାଇ ହୁଏ, ତାହାକୁ ”ସୋରିଆସିସ୍‌“ ବୋଲି କୁହାଯାଏ। କୁଣ୍ଡାଇବା ସହ ଜଳିଯାଉଥିବା ସ୍ଥାନକୁ ”ଡର୍ମାଟାଇଟିସ“ କୁହାଯାଏ। ପ୍ରତିଦିନ ରୋଗୀ ନିଜ ଲୁଗାପଟା ନିମ୍ବ ପତ୍ର ସିଝା ପାଣି/ ଡେଟଲ ପାଣିରେ ଧୋଇବା ସହ ସଂକ୍ରମିତ ସ୍ଥାନକୁ ମଧ୍ୟ ଦୁଇବେଳା ସଫା କରିବେ। ମାଛ, ମାଂସ, ଅଣ୍ଡା ଇତ୍ୟାଦି ପୁଷ୍ଟିସାର ଖାଦ୍ୟ ବର୍ଜନୀୟ, ଆଣ୍ଟିଫଙ୍ଗଲ ଟେଲକମ୍‌ ପାଉଡର (ହର୍ବାଲ) ଦେହରେ ସିଞ୍ଚନ କରିବେ। ପିଲାମାନେ ଥଣ୍ଡା ପାନୀୟ, କୁଲ୍‌ଫି, ଆଇସ୍‌କ୍ରିମ୍‌ ଖାଇବା ଅନୁଚିତ।  ଶୀତଦିନେ ମଶ୍ଚରାଇଜର, ନଡ଼ିଆ ତେଲରେ ଗନ୍ଧକର୍ପୂର ମିଶାଇ ଲଗାଇବେ।

ତେଲ, ନିମ୍ବ ତେଲ ବା କରଞ୍ଜ ତେଲ ଏଥିମଧ୍ୟରୁ ଗୋଟିଏ ଲଗାଇଲେ କୁଣ୍ଡାଇବା ବନ୍ଦ ହୁଏ। ଚାଷୀ ଭାଇମାନେ ପାଣିରେ ପଶି କାମ କରିବା ପୂର୍ବରୁ ହାତଗୋଡ଼ରେ ସୋରିଷତେଲ/ ନିମ୍ବତେଲ ଲଗାଇବା ପରେ ହାତ ଓ ଗୋଡ଼ରେ ଜରି ବା ଗ୍ଲୋବ୍‌ସ ଓ ଫୁଲ୍‌ ଶୋ ପ୍ଲାଷ୍ଟିକ୍‌ ଯୋତା ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି କାମ କଲେ ଏହି ରୋଗରୁ ମୁକ୍ତି ପାଇବେ।

Swagatika

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

25 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

32 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago