ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ ବିଗିଡ଼ିଯିବ ସ୍ୱାସ୍ଥ୍ୟ

ଏକ ସୁସ୍ଥ ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ନିହାତି ଜରୁରୀ । ଯଦି ଆମେ ଶରୀରର ଆବଶ୍ୟକତା ଅନୁଯାୟୀ ସଠିକ ପରିମାଣରେ ଖାଦ୍ୟ ନଖାଇବା ହୁଏତ ରୋଗରେ ପଡିଯିବା । ନଚେତ ବରମ୍ବାର ଅସୁସ୍ଥ ଅନୁଭବ କରିବା | ତେଣୁ ପ୍ରତିଦିନ ନିଜ ନିଜ ଖାଦ୍ୟକୁ ନେଇ ସଚେତନ ରହିବା ନିହାତି ଜରୁରୀ । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଆମେ ଆମ ନିତ୍ୟ ନିୟମିତ ଖାଦ୍ୟ ଉପରେ ସେତେଟା ଧ୍ୟାନ ଦେଇପାରୁ ନାହୁଁ । ସମୟ ଅଭାବରୁ ଅଧିକାଂଶ ଲୋକ ଘର ଖାଦ୍ୟ ବଦଳରେ ବାହାର ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । କିନ୍ତୁ ରାତିରେ ଶୋଇବା ପୂର୍ବରୁ ଅଥବା ରାତି ଖାଦ୍ୟ ଉପରେ ଆମେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯାହାକି ଆମ ଜୀବନ ଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଆସନ୍ତୁ ସେବିଷୟରେ ଜାଣିରଖିବା:

କୋଲ୍ରେଡ୍ରିଙ୍କସ ବା ସୋଡା଼:

ଅଧିକାଂଶ ଜଣଙ୍କର ଧାରଣା ରହିଛିଯେ ରାତି ଖାଇବା ପରେ ସୋଡା଼ ପିଇଲେ ଖାଦ୍ୟ ଭଲରେ ହଜମ ହୋଇଥାଏ । କିନ୍ତୁ ରାତିରେ ସୋଡା଼ ପିଇବା ଦ୍ୱାରା ଏହା ଆମ ପାକସ୍ଥଳୀ ଉପରେ ପ୍ରଭାବ ପକାଇଥାଏ । ତେଣୁ ରାତିରେ କଲଡ ଡ୍ରିଂକ୍ସ ପିଇବାକୁ ଆଭୋଏଡ଼ କରିବା ଉଚିତ ।

coffe new

କଫି ପିଇବା:

ରାତିରେ କଫି ଠାରୁ ବି ଦୁରେଇ ରହିବା ଆବଶ୍ୟକ । କିଛି ଲୋକ ସତେଜ ଅନୁଭବ କରିବା ପାଇଁ ଓ କାମରେ ଧ୍ୟାନ ଲଗେଇବା ପାଇଁ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ରାତି ସମୟରେ କଫି ନପିଇବା ଭଲ ।

ପିଜ୍ଜା ଠାରୁ ଦୁରେଇ ରୁହନ୍ତୁ:

ପିଲା ଠାରୁ ବୁଢା ସମସ୍ତେ ପିଜ୍ଜା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ରାତିରେ ପିଜ୍ଜା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଏଥିରେ ଥିବା ଅତ୍ୟଧିକ ଚିଜ ସ୍ୱାସ୍ଥ୍ୟ ପକ୍ଷେ ଅହିତକର ।

କମଳା ରସ:

ଯଦିବା କମଳା ଜୁସ ଦେହ ପାଇଁ ଖୁବ ଭଲ । କିନ୍ତୁ ରାତି ଖାଇବା ପରେ ଅଥବା ସକାଳୁ ଉଠିବାର ଠିକ ପରେ କମଳା ଜୁସ ପିଇବା ଦେହ ପାଇଁ ଭଲ ନୁହେଁ । ଏମିତିରେ ଜୁସ ପିଇବା ପରିବର୍ତ୍ତେ ଡାଇରେକ୍ଟ ଫଳ ଖାଇବା ଭଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.