ବର୍ଷା ଦିନରେ ଏହି ସବୁ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ , ନଚେତ ଏଥିରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇପାରେ

ବର୍ଷା ଆସିଲେ ରୋଗ ଆସେ , ହେଲେ ଯଦି ଆପଣ ରୋଗବ୍ୟାଧିରୁ ଦୂରେଇ ରହିବାକୁ ଚାହାନ୍ତି ତ ଆପଣଙ୍କ ପାଖରେ ଏକ ଭଲ ଇମ୍ୟୁନି ସିଷ୍ଟମ ହେବା ଉଚିତ୍‌ । ହେଲେ ଭୁଲ୍‌ ଖାଦ୍ୟ ପାନୀୟ କାରଣରୁ ଇମ୍ୟୁନି ସିଷ୍ଟମ ଦୁର୍ବଳ ହୋଇଯାଏ । ଯଦି ଠିକ୍‌ ଖାଦ୍ୟ ପଦାର୍ଥକୁ ନିଜର ଆହାରରେ ସାମିଲ ନକରନ୍ତି ତ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଏଥିପାଇଁ ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍‌ ।

ବାହାର ଖାଦ୍ୟକୁ ତ୍ୟାଗ କରନ୍ତୁ – ବର୍ଷା ଦିନରେ ଆପଣ ତେଲରେ ତିଆରି ଦିନିଷ ଯେମିତି କି ଗରମ ଭାଜି , ପାନପୁରୀ , ସମୋସା , ବରା ଖାଇବାକୁ ମନ ହୋଇଥାଏ , ହେଲେ ଏହି ସମୟରେ ବାହାରର ଖାଇବାରୁ ନିବୃତ୍ତ ରୁହନ୍ତୁ । ଯଦି ହୁଏତ ଏମିତି ଖାଦ୍ୟ ଘରେ ତିଆରି କରି ଖାଇବାକୁ ଚେଷ୍ଟା କରନ୍ତୁ ।

Untitled

ସବୁଜ ପନିପରିବା – ସବୁଜ ପନିପରିବା ଶରୀର ପାଇଁ ଉତ୍ତମ ହୋଇଥାଏ । କିନ୍ତୁ ବନ୍ଧା କୋବି , ପାଳଙ୍ଗ , ଫୁଲ କୋବି ଭଳି ସବୁଜ ପରିବା ଖାଇବାରୁ ନିବୃତ୍ତ ରୁହନ୍ତୁ । ଏହା ଏଥିପାଇଁ କି କାରଣ ବର୍ଷା ସମୟରେ ସବୁଜ ପନିପରିବାରେ କୀଟ ଲାର୍ଭାଙ୍କ ପ୍ରକୋପ ବଢ଼ିଯାଇ ଥାଏ । ଏହା ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ ।

ମାଂସ ଓ ସାମୁଦ୍ରିକ ଖାଦ୍ୟ – ବର୍ଷା ସିଜନରେ ଯେତେ ସମ୍ଭବ ସମୁଦ୍ର ମାଛ ଓ ସାମୁଦ୍ରିକ ଖାଦ୍ୟ ଖାଇବାକୁ ନିବୃତ୍ତ ରୁହନ୍ତୁ । କାରଣ ଏହି ମାଛମାନଙ୍କର ପ୍ରଜନନ ସମୟ ହୋଇଥାଏ । ଏଥିପାଇଁ ଏମିତି ମାଛର ସେବନ କରିବାରେ ଅନେକ ପ୍ରକାରର ରୋଗ ହୋଇପାରେ ।

ବାସି ଭୋଜନ – ବର୍ଷା ଦିନରେ ବାସି ଖାଦ୍ୟ ଖାଇବାରୁ ବଞ୍ଚିତ ହୁଅନ୍ତୁ । କାରଣ ଆମେ ବଳକା ଖାଦ୍ୟକୁ ଫ୍ରିଜ୍‌ରେ ରଖି ଦିଅନ୍ତି ଏବଂ ସକାଳେ ଖାଆନ୍ତି । ହେଲେ ୬ଘଣ୍ଟାରୁ ଅଧିକ ସମୟ ଯାଏ ଫ୍ରିଜ୍‌ରେ ରଖାଯିବା ଶରୀର ପାଇଁ ହାନିକାରକ ଭାଇରସର ବିକାଶ କାରଣ ହୋଇଥାଏ । ଏଥିପାଇଁ ଏହି ଦିନରେ ବାସି ଖାଦ୍ୟ ଖାଆନ୍ତୁ ନାହିଁ ।

କାର୍ବନେଟେଡ୍‌ ପାନୀୟ- କାର୍ବନେଟେଡ୍‌ ପାନୀୟରୁ ରକ୍ଷା ପାଇବାର ସର୍ବଦା ଭଲ ହୋଇଥାଏ , କାରଣ ବର୍ଷା ଦିନରେ ପାଚନ ଶକ୍ତି ଦୁର୍ବଳ ହୋଇ ଯାଏ । ଏହାର ସେବନରେ ଶରୀରର ଏଞ୍ଜାଇମ୍‌ ହେବାର କ୍ଷମତା ଧିମା ହୋଇଯା ଏବଂ ଏଥିରେ ହଜମର ସମସ୍ୟା ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.