ଲାଇଫ୍ ଷ୍ଟାଇଲ୍

କୋଭିଡରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟଠୁ ନିଜକୁ ଦୁରେଇ ରଖନ୍ତୁ

କରୋନା ଭାଇରସରୁ ରକ୍ଷା ପାଇଁ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ଘରେ ରହି ନିଜକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କୁହାଯାଉଛି। ଏଭଳି ଖାଦ୍ୟ ଖାଇବାର ପରାମର୍ଶ ଦିଆଯାଉଛି ଯାହା ଆମ ଶରୀରରେ ଇମ୍ୟୁନିଟି ସିଷ୍ଟମ ଅର୍ଥାତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। କିନ୍ତୁ ଆମେ ଦୈନିକ ଯାହା ଆହାର କରୁଛେ ତାହା କେତେ ମାତ୍ରାରେ ଆମ ଶରୀର ପାଇଁ ଉପଯୋଗୀ ସେ ବିଷୟରେ କିଛି ଧାରଣା ନଥାଏ। ଆମେ ପ୍ରତିଦିନ ଏମିତି ଖାଦ୍ୟ ଗ୍ରହଣ କରୁ ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ଖରାପ କରିଥାଏ।

କରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଇମ୍ୟୁନିଟି ସିଷ୍ଟମକୁ ଠିକ୍‌ ରଖିବା ନିହାତି ଜରୁରୀ। ଏଥିନିମନ୍ତେ ନିଜ ଡାଏଟରେ ପନିପରିବା ଓ ଫଳ ସହ ପାଣିର ମାତ୍ରା ବଢ଼ାନ୍ତୁ। କାରଣ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଶୀଘ୍ର କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି। ଯଦି ଆପଣ ବି କୋଭିଡ ୧୯ର ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ଚାହୁଛନ୍ତି ତେବେ ଆପଣ ନିଜ ଡାଏଟରେ ଏହି ସବୁ ଖାଦ୍ୟଠୁ ନିଜକୁ ଦୁରେଇ ରଖନ୍ତୁ।

ଅନେକ ଥର ଘରେ ଖାଦ୍ୟ ତିଆରି କରିବା ପରେ କିଛି ତେଲ କଡ଼ାଇରେ ବଳକା ରହିଯାଏ। ଯାହାକୁ ଆମେ ନଷ୍ଟ ନକରି ପୁଣି ଥରେ ବ୍ୟବହାର କରିଥାଉ। କିନ୍ତୁ ଏହା କରିବା ଦ୍ୱାରା ଆମ ଶରୀର ଉପରେ ହାନିକାରକ ପ୍ରଭାବ ପଡ଼ିଥାଏ । ବ୍ୟବହାର ହୋଇଥିବା ତେଲକୁ ପୁନର୍ବାର ବ୍ୟବହାର କଲେ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଶରୀର ଅସୁସ୍ଥ ହୋଇଥାଏ।

pc: Shutterstock

ଯଦି ଆପଣ କଫି ପ୍ରେମୀ ହୋଇଥାନ୍ତି ତା’ହେଲେ ସୁସ୍ଥ ରହିବା ପାଇଁ ଆପଣଙ୍କୁ କଫି ଠାରୁ ଦୂରେଇ ରହିବାକୁ ପଡ଼ିବ। କଫିରେ ଥିବା କାଫିନ(caffeine) ଶରୀରରେ ଥିବା ଇମ୍ୟୁନିଟି ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ। ରୋଗପ୍ରତିରୋଧକ ଶକ୍ତି ଏହାଦ୍ୱାରା ହ୍ରାସ ପାଏ। ତେଣୁ ଏହାର ମାତ୍ରାକୁ କମାଇ ଆପଣ ଦିନକୁ ଥରେ କିମ୍ବା ୨ଥର କଫି ସେବନ କରିପାରିବେ।

ପ୍ରୋସେସଡ ଫୁଡ୍‌ ଅର୍ଥାତ ଓବେନରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଗ୍ରହଣ କରିବା ଉଚିତ ନୁହେଁ। କାରଣ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ।

ଆଜିକାଲି ଯୁବବର୍ଗଙ୍କର ବର୍ଗର, ପିଜା ଭଳି ଫାଷ୍ଟଫୁଡ ଅନେକ ମାତ୍ରାରେ ପସନ୍ଦ। ମାତ୍ର ଏହା ଆମ ଶରୀର ପାଇଁ ଉପଯୋଗୀ ନୁହେଁ। ଏଥିରେ ଫାଇବରର ମାତ୍ରା ବହୁତ କମ୍‌ ପରିମାଣର ଥାଏ। ଏହା ଅଧିକ ପରିମାଣରେ ସେବନ କରିବା ଦ୍ୱାରା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଏଭଳି ଜଙ୍କ ଫୁଡ ଶରୀରକୁ ଅସୁସ୍ଥ କରିଥାଏ।

pc: A. vogel

ମଦ ଓ ସିଗାରେଟ ଆଦିର ସେବନ ଆମ ଶରୀର ପାଇଁ ହୋଇଥାଏ ଖୁବ୍‌ ହାନିକାରକ। ତେଣୁ ଏହି ବଦ ଅଭ୍ୟାସକୁ ଶୀଘ୍ର ବଦଳାଇବା ଉଚିତ। ଏହାଦ୍ୱାରା ଶରୀରର କାର୍ଯ୍ୟକରିବା କ୍ଷମତା ମଧ୍ୟ ହ୍ରାସ ପାଏ। ରୋଗପ୍ରତିରୋଧକ ଶକ୍ତି ହ୍ରାସ ହେବା ଫଳରେ ଶରୀର ଅସୁସ୍ଥ ହୋଇଯାଏ। ଯଦି ଏହାର ସେବନ କରିବା ପାଇଁ ଚାହୁଛନ୍ତି ତେବେ ଆପଣ ଏହାର ମାତ୍ରା ସୀମିତ ରଖି ପାରିବେ।

KNews Bureau

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

7 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

23 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

32 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

40 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

57 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago