ଶୀତଦିନେ କମ୍‌ ତାପମାତ୍ରା ଯୋଗୁଁ ଶରୀରର ଧମନୀ ସଂକୁଚିତ ହୋଇଯାଏ, ଯାହା ହାର୍ଟଆଟାକ୍‌ ସମସ୍ୟା ଆଣିଦିଏ

ମଣିଷ ଶରୀରରେ ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରରେ ଅବିରତ ଭାବେ କାର୍ଯ୍ୟ କରୁଥାଏ କିନ୍ତୁ ଅନିୟମିତ ଖାଦ୍ୟପେୟ ପାଇଁ ଶରୀରରେ ହୃଦଘାତ ଭଳି ସମସ୍ୟା ଦେଖାଦେଇଥାଏ । ଶୀତଋତୁରେ ଅଧିକ ଥଣ୍ଡା ପାଇଁ ହୃତପିଣ୍ଡରେ ସମସ୍ୟା ସୃଷ୍ଟି ହେଇଥାଏ । ଯାହା ଫଳରେ ହୃଦଘାତ ସମସ୍ୟା ପରିଲକ୍ଷିତ ହୁଏ । ଅନ୍ୟ ଦିନ ତୁଳନାରେ ଶୀତ ଦିନରେ ଅଧିକ ମାତ୍ରାରେ ଥଣ୍ଡା ଅନୁଭୂତ ହେଉଥିବାରୁ ହୃତପିଣ୍ଡ ସମସ୍ୟା ବହୁଳ ମାତ୍ରାରେ ଦେଖାଯାଇଥାଏ । ଶୀତଋତୁରେ ଧୀରେ ଧୀରେ ତାପମାତ୍ରା କମିବାକୁ ଲାଗିଥାଏ । ଏହି ସମୟରେ ଶରୀରର ତାପମାତ୍ରା ସନ୍ତୁଳନ ପାଇଁ ହୃତପିଣ୍ଡକୁ ଅଧିକ ଶକ୍ତି ଆବଶ୍ୟକ ହୁଏ ।

ଶୀତ ଦିନରେ ତାପମାତ୍ରା କମୁଥିବାରୁ ଆମ ଶରୀରରେ ଥିବା ସିଷ୍ଟମେଟିକ ନର୍ଭ ସିଷ୍ଟମ ଆକ୍ଟିଭ ହେଇଥାଏ ଯାହାଫଳରେ ରକ୍ତଚାପ ନିୟନ୍ତ୍ରଣ ରେ ରହେ ନାହିଁ । ଏଥିରେ ଧମନୀ ସଂକୁଚିତ ହେଇଥାଏ ଯାହା ପାଇଁ ବ୍ଳଡ଼ ପ୍ରେସର , ହାର୍ଟରେଟ , କୋଲେଷ୍ଟ୍ରଲ ଆଦି ବୃଦ୍ଧି ପାଇଥାଏ । ଏହି ସବୁ କାରଣ ପାଇଁ ହୃଦଘାତ ସମସ୍ୟା ଦେଖାଦିଏ।

ହୃଦଘାତରୁ ନିଜକୁ ଦୂରେଇ ରଖିବା ପାଇଁ ଏହିସବୁ ନିୟମ କୁ ଧ୍ୟାନ ରଖିବା ଆବଶ୍ୟକ:

ମାନସିକ ଚାପରୁ ଦୂରେଇ ରହିବ: ମାନସିକ ଚାପ ଶରୀର ଉପରେ କୁପ୍ରଭାବ ପକେଇଥାଏ ଏଥିରୁ ନିଜକୁ ଦୂରେଇକି ରଖିବା ନିତାନ୍ତ ଆବଶ୍ୟକ । ହୃଦଘାତ ଏବଂ ହୃତପିଣ୍ଡ ସମସ୍ୟା ମାନସିକ ଚାପ ପାଇଁ ବହୁଳ ମାତ୍ରାରେ ଦେଖାଯାଏ । ଯାହାଫଳରେ ଶିରା ବା ଧମନୀ ଫାଟିଯିବାର ସମ୍ଭାବନା ଅଧିକ ଥାଏ।

heart

ମନ ପସନ୍ଦ କାମ କରିବା : ଗାର୍ଡେନିଂ କରିବା ,ଡ୍ରଇଁ କରିବା,ପଢିବା,ଗୀତ ଶୁଣିବା ଏ ସବୁ ଶରୀରକୁ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ନିଜ ଇଚ୍ଛା ମୁତାବକ ମନ ପସନ୍ ର କାମ କରିବା ଜରୁରୀ । ଏହା ସହ ଯୋଗ ଏବଂ ଧ୍ୟାନ ମଧ୍ୟ କରିପାରିବେ ।

ଥକାପଣ ଦୂର କରିବା :ଶରୀରର ଥକାପଣ ମେଣ୍ଟାଇବା ପାଇଁ ଶରୀର କୁ ବିଶ୍ରାମ ଦରକାର। ଥକାପଣ ମେଣ୍ଟିବା ଯାଏଁ ଶୋଇବା ଆବଶ୍ୟକ ଯାହାଦ୍ୱାରା ହୃତପିଣ୍ଡ କାର୍ଯ୍ୟକ୍ଷମ ନିୟନ୍ତ୍ରଣରେ ରହେ।

ବ୍ୟୟାମ କରିବା : ପ୍ରତେକ ଦିନ ଅତି କମରେ 30 ମିନିଟ ବ୍ୟାୟାମ କରିବା ଆବଶ୍ୟକ ଯାହା ଦ୍ୱାରା ଶରୀର ସୁସ୍ଥ ରୁହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣରେ ରୁହେ । ଶୀତଋତୁରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଘର ବାହାରେ ବ୍ୟାୟାମ ନ କରି ଘର ଭିତରେ ବ୍ୟାୟାମ କରିବା ଉଚିତ ।

ଚିନି ଏବଂ ଲୁଣ ଠାରୁ ଦୂରେଇ ରହିବା :ଖାଦ୍ୟରେ ସୂର୍ଯ୍ୟମୁଖୀ ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରିବା ଉଚିତ ଏହା ଶରୀର ପାଇଁ ଲାଭଦାୟକ । ପ୍ରତିଦିନ ଲୁଣ ଏବଂ ଚିନିର କମ ବ୍ୟବହାର କରିବା ଆବଶ୍ୟକ |ପ୍ରତିଦିନ ଖାଦ୍ୟରେ ସାଲାଡ଼ ଏବଂ ଫଳ ଖାଇବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.