ଏଭଳି ଲୋକଙ୍କ ଫିଜିକାଲ ଲାଇଫ୍‌ ଅନ୍ୟମାନଙ୍କ ତୁଳନାରେ ହୋଇଥାଏ ଅଧିକ ସୁଖଦ, ନିଶ୍ଚୟ ଜାଣନ୍ତୁ

ଯେ କୌଣସି ବୈବାହିକ ଜୀବନ ପାଇଁ ବିଶ୍ୱାସ, ଭରସା ସହ ଆଉ ଏକ ଜିନିଷ ବି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତାହା ହେଉଛି ଶାରିରୀକ ସମ୍ପର୍କ। ଫିଜିକାଲ ଇଣ୍ଟିମେସୀ ଯୋଗୁ ବୈବାହିକ ଜୀବନରେ ରୋମାଞ୍ଚ ବଜାୟ ରହେ ଓ ଦମ୍ପତି ପରସ୍ପର ସହ ବୋର୍‌ ହୁଅନ୍ତି ନାହିଁ। ଏହା ବିନା ସମ୍ପର୍କ ମଜଭୁତ ହୁଏ ନାହିଁ। ତେବେ ଏହା ବ୍ୟତୀତ ମଧ୍ୟ କେତେକ ଏଭଳି ଜିନିଷ ଅଛି, ଯାହା କପଲଙ୍କ ମଧ୍ୟରେ ଭଲ ପାଇବା ବଢ଼ାଇବାରେ ସାହାଯ୍ୟ କରେ।

ଏକ୍ସପର୍ଟଙ୍କ ମତରେ, ଯେଉଁ ବ୍ୟକ୍ତି ନିଜ ପାର୍ଟନରଙ୍କ ଭାବନାକୁ ବୁଝିଥାନ୍ତି ସେମାନଙ୍କ ଇଣ୍ଟିମେଟ୍‌ ଲାଇଫ୍‌ ବେଶ୍‌ ଭଲ ରହିଥାଏ। ଏଭଳି ଲୋକ ନିଜ ପାର୍ଟନରଙ୍କ ମାନସିକ ଓ ଶାରୀରିକ ଭାବେ ଯତ୍ନ ନେଇଥାନ୍ତି। ଏଥିସହ ସେମାନଙ୍କୁ ପାର୍ଟନରଙ୍କ ଠାରୁ ଅଧିକ ଭଲ ପାଇବା ମଧ୍ୟ ମିଳିଥାଏ।

ବିଶେଷଜ୍ଞଙ୍କ ମତରେ ଯେତେବେଳେ ପତି ପତ୍ନୀ ପରସ୍ପରକୁ ଆଭାର ବ୍ୟକ୍ତ କରନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ପୂର୍ବାପେକ୍ଷା ଅଧିକ ମଜଭୁତ ହୁଏ। ଏଥିସହ ଦୀର୍ଘ ଦିନ ଯାଏଁ ସେମାନେ ଏକାଠି ମଧ୍ୟ ରହିପାରନ୍ତି। ମଝିରେ ମଝିରେ ଯଦି ଆପଣ ନିଜ ପାର୍ଟନରଙ୍କୁ ସ୍ପେଶାଲ ଫିଲ୍‌ କରାଇବେ ଓ ଛୋଟ ଛୋଟ କଥାରେ ତାଙ୍କ ମନୋବଳ ବଢ଼ାଇବେ ତେବେ ଆପଣଙ୍କ ସେକ୍ସୁଆଲ ଲାଇଫ୍‌ ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। ଆପଣଙ୍କ ପାର୍ଟନର ଆପଣଙ୍କୁ ବେଡ୍‌ରେ ଚରମ ସୁଖ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.