ଆୟୁର୍ବେଦ ଟିପ୍ସ, ବସନ୍ତ ଋତୁରେ ଜାଣନ୍ତୁ ଖାଇବେ କ’ଣ

ଋତୁ ବଦଳିଲେ ଶରୀରରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ତେଣୁ ଋତୁ ଅନୁଯାୟୀ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେବା ଉଚିତ୍‌ । ଆୟୁର୍ବେଦରେ ଖାଦ୍ୟ ପାନୀୟର ସିଧା ସଳଖ ପ୍ରଭାବ ଶରୀର ଉପରେ ପଡ଼ିଥାଏ । ତେଣୁ ଋତୁ ଅନୁଯାୟୀ, ଆମେ ଆହର ଗ୍ରହଣ କରିବା ଉଚିତ୍‌ । ଏବେ ଆରମ୍ଭ ହୋଇଛି ବସନ୍ତ ଋତୁ । ଆସନ୍ତୁ ଜାଣିବା ବସନ୍ତ ଋତୁରେ ଆମର ଖାଦ୍ୟ ପାନୀୟ କ’ଣ ହେବା ଉଚିତ୍‌ ।

ବସନ୍ତ ଋତୁ :

ଏହି ସମୟରେ ପାଚନ ଶକ୍ତି ଧିମା ଗତିରେ କାମ କରିଥାଏ । ଏହାଛଡ଼ା ସର୍ଦ୍ଦି, କାସ ଆଦି ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ପୁରୁଣା ଚାଉଳ, ମୁଗ, ମସୁର, ହରଡ ଓ ଚଣା ଡାଲି ଆଦି ଖାଦ୍ୟରେ ସାମିଲ୍‌ କରନ୍ତୁ । ଆବଶ୍ୟକ ହେଲେ ଶରୀରରେ ତେଲ ମାଲିସ କରିବା ସହ ଅଳ୍ପ ଉଶୁମ ପାଣିରେ ଗାଧାନ୍ତୁ ।

ଏହି ସମୟରେ ଅଧିକ ମସଲାଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ । ଏହି ଋତୁରେ ମିଠାଇ ଓ ଥଣ୍ଡା ଜାତୀୟ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ । ଏହାଛଡ଼ା ବସନ୍ତ ଋତୁରେ ଦିନରେ ଶୋଇବା ଓ ରାତିରେ ଡେରି ପର୍ଯ୍ୟନ୍ତ ଚେହିଁବା ଶରୀର ପାଇଁ ବହୁତ କ୍ଷତିକାରକ । ତେଣୁ ଏଥିରୁ ସର୍ବଦା ଦୂରରେ ରୁହନ୍ତୁ । ଏହି ଋତୁରେ ପରିବା ମଧ୍ୟରେ ବନ୍ଧାକୋବି, ମେଥି, ମୂଳା, ଗାଜର,କାପସିକମ୍‌, ବ୍ରୋକୋଲି ଓ ଫଳ ମଧ୍ୟରେ ଅଙ୍ଗୁର, କମଳା, ପିଜୁଳି, ଅମୃତଭଣ୍ଡା, ସପୁରୀ ଆଦି ଫଳ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.