ଲାଇଫ୍ ଷ୍ଟାଇଲ୍

ଆୟୁର୍ବେଦ ଅନୁଯାୟୀ ପିତ୍ତ ଦୋଷ ଥିବା ଲୋକଙ୍କୁ ଏହି ସବୁ ଖାଦ୍ୟ ଖାଇବା ମନା

ଭାରତୀୟ ପ୍ରାଚୀନ ଚିକିତ୍ସା ପଦ୍ଦତି ଆୟୁର୍ବେଦ ଅନୁଯାୟୀ ବିଶ୍ୱ ବ୍ରହ୍ମାଣ୍ଡ ସମୁଦାୟ ୫ ତତ୍ତ୍ୱରେ ହିଁ ନିର୍ମିତ । ଆଉ ସେହି ପାଞ୍ଚ ତତ୍ତ୍ୱ ହେଉଛି ବାୟୁ, ଜଳ, ଆକାଶ, ଅଗ୍ନି, ଓ ପୃଥିବୀ । ପ୍ରତ୍ଵକ ଦୋଷରେ ଏକ ନିଶ୍ଚିତ ଉର୍ଜା ଥାଏ ଯାହା ଶରୀର ଭିତରେ ହିଁ ବୁଲୁଥାଏ । ଆୟୁର୍ବେଦ ନିୟମ ଅନୁସାରେ ନିଜ ଶରୀର ଅନୁଯାୟୀ ହିଁ ନିଜ ନିଜ ଆହାର ଚୟନ କରିବା ଉଚିତ । ତେବେ ଆସନ୍ତୁ କେଉଁ କେଉଁ ଦୋଷ ଥିବା ଲୋକ କିପରି ଆହାର ଗ୍ରହଣ କରିବା ଉଚିତ ।

ବାତ ଦୋଷ;

ଆୟୁର୍ବେଦ ଅନୁଯାୟୀ ବାତ ଦୋଷ ଥିବା ବ୍ୟକ୍ତି ମାନେ ଥଣ୍ଡା ଓ କଞ୍ଚା ଖାଦ୍ୟ ଠାରୁ ଯଥା ସମ୍ଭବ ଦୁରେଇ ରହିବା ଆବଶ୍ୟକ । ସେମାନେ କେଫିନ (ଚାହା, କଫି) ପରି ଦ୍ରବ୍ୟ ଠାରୁ ବି ନିଜକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ । ମିଠା, ଲୁଣି, ଖଟା ସ୍ୱାଦ ବିଶିଷ୍ଟ ଗରମ ଖାଦ୍ୟ ସେମାନଙ୍କ ପାଇଁ ସର୍ବୋତ୍ତମ । ଷ୍ଟାର୍ଚ୍ଚ ଥିବା ପନିପରିବା, ମହୁ, ଖଟ୍ଟା ଫଳ, ଜାମୁ କୋଳି, ଆଚାର ପରି ଖାଦ୍ୟ ବି ସେମାନଙ୍କ ପାଇଁ ଭଲ ହୋଇଥାଏ ।


ପିତ୍ତ ଦୋଷ:

ଗରମ ଓ ଅଧିକ ମସଲା ବିଶିଷ୍ଟ ଭୋଜନ, ମାଦକ ପାନୀୟ ଆଦି ଏମାନଙ୍କ ପାଇଁ ବିଷ ସଦୃଶ । ଏସବୁ ବ୍ୟତୀତ ମିଠା, କଡା ଓ କସା ଖାଦ୍ୟ ଗ୍ରହଣ କରିବା ଉଚିତ । ସବୁଜ ପତ୍ର ବିଶିଷ୍ଟ ପନିପାରିବା, ବ୍ରୋକୋଲି, ଜୁଆଣି ଆପଣଙ୍କ ଶରୀରରୁ ବିଷ ଜାତୀୟ ତତ୍ତ୍ୱ ଗୁଡିକୁ ନିଷ୍କାସିତ କରିବ । ଆୟୁର୍ବେଦ ଅନୁଯାୟୀ ଡ଼ାଲି, ବିନ୍ସ, ସବୁଜ ସେଓ ଓ ବେଦନା ପରି ଖାଦ୍ୟ ଶରୀରର ପିତ୍ତ ମାତ୍ରାକୁ ସନ୍ତୁଳିତ କରି ରଖିଥାଏ ।

କଫ ଦୋଷ;

ଏହି ଧରଣର ବ୍ୟକ୍ତିମାନେ ଯଥା ସମ୍ଭବ ଲୁଣି ଓ ଗରିଷ୍ଠ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । କ୍ଷୀର ଦ୍ରବ୍ୟକୁ ବର୍ଜନ କରିବା ଉଚିତ । କିନ୍ତୁ ରାଗ, କଡା, କଷା, ସ୍ୱାଦ ବିଶିଷ୍ଟ ଖାଦ୍ୟ ଏମାନେ ନିଜ ନିଜ ଖାଦ୍ୟ ଭାବେ ଗ୍ରହଣ କରିପାରିବେ । ରସୁଣ, ପିଆଜ, ସୋରିଷ, ଅଦା ଆଦିର ସେବନ ଏପରି ଜାତିର ଲୋକଙ୍କ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

32 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

34 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

41 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

50 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

50 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago