ଘରେ କରନ୍ତୁ ନିମ୍ବ ଓ ସୋରିଷ ପତ୍ର ଧୂଆଁ, ଘରୁ ପଳାଇବ କରୋନା

ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ଲୋକେ ଓମିକ୍ରନରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପାଣଉଛନ୍ତି। ତେଣୁ ମୋଦି ସରକାର କରୋନାରୁ ବଞ୍ଚିବା ପାଇଁ ଦେଶୀ ଉପାୟ ବତାଇଛନ୍ତି।ଯାହା ବିଷୟରେ ଆୟୁଷ ମନ୍ତ୍ରଣାଳୟର ‘ହୋଲିଷ୍ଟିକ ହେଲଥ ଏବଂ େଓ୍ଵଲ ବିଙ୍ଗ’ ପକ୍ଷରୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କରୋନା ଠାରୁ ରକ୍ଷା ପାଇବା ପାଇଁ କିଛି ଆୟୁର୍ବେଦିକ ଉପାୟ ଏବଂ ପରାମର୍ଶ ଦେଇଛି। ଯେଉଁଥିରେ ସାମାଜିକ ଦୂରତା, ମାସ୍କ, କରୋନା ଟିକା ଇତ୍ୟାଦି ଉପାୟ ଆପଣାଯାଇପାରିବ। କିନ୍ତୁ ଏହା ମଧ୍ୟରେ କିଛି ଖାସ୍‌ ଜିନିଷରେ ଘରେ ଧୂଆଁ କରିବାର ପରାମର୍ଶ ଦିଆଯାଇଛି। ତେବେ ଜାଣନ୍ତୁ, କ’ଣ ସେହି ଉପାୟ ?

ଘରେ ନିମ୍ବ ଏବଂ ସୋରିଷ ପତ୍ରରେ ଧୂଆଁ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାଛଡା କର୍ପୁର ଏବଂ ଘିଅ ଧୂଆଁ ମଧ୍ୟ ବେଶ୍‌ ଉପକାରୀ। ଆୟୁଷ ମନ୍ତ୍ରଣାଳୟ କରୋନାରୁ ବଞ୍ଚିବା ପାଇଁ ଘଷର ଅପରାଜିତା ଧୂପକୁ ଚୂର୍ଣ୍ଣ କରିବାର ପରାମର୍ଶ ଦିଆଯାଇଛି। ଏପରି ଧୂଆଁକୁ ଘରେ କରିବା ପାଇଁ ଏକ ପାତ୍ର ନେଇ ସେଥିରେ ନଡିଆ କତା କିମ୍ବା କୋଇଲା ରଖି ସେଥିରେ ଅଳ୍ପ ଅପରାଜିତା ଧୂପ ଚୂର୍ଣ୍ଣ ଅଳ୍ପ ପକାଇ ଘରେ ଭଲଭାବେ ଧୂଆଁ କରିଦିଅନ୍ତୁ।

dhupp
Photo credit: Newstrend

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଶରୀରର ଇମ୍ୟୁନିଟି ବଢାଇବା କିମ୍ବା ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଆୟୁର୍ବେଦିକ ଉପାୟ ବିଷୟରେ ମଧ୍ୟ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ କହିବାନୁଯାୟୀ, କରୋନାକୁ ଦୂର କରିବା ପାଇଁ ଦିନକୁ ଥରେ କାଢା ସେବନ, ଦିନକୁ ୨ ଥର ହଳଦୀ କ୍ଷୀର ପିଇବା, ଅଳ୍ପ ଉଷୁମ ପାଣିରେ ୩-୫ ଗ୍ରାମ ଅଶ୍ୱଗନ୍ଧା ପାଉଡରର ସେବନ କରିବା, ସକାଳ ସମୟରେ ଅଳ୍ପ ଉଷୁମ ପାଣି ସହିତ ୧୦ ଗ୍ରାମ ଚଓ୍ଵନପ୍ରଶ ଖାଇବା ଇତ୍ୟାଦି ଲାଭଦାୟକ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.