ବଢ଼ୁଥିବା ୟୁରିକ୍‌ ଏସିଡ୍‌ ଲେବଲକୁ କମ୍‌ କରିବ ଏହି ଜିନିଷ, ଜଏଣ୍ଟ ପେନ୍‌ରୁ ତୁରନ୍ତ ମିଳିବ ଉପଶମ

ନୂଆଦିଲ୍ଲୀ : ଶରୀରରେ ଅଧିକ ୟୁରିକ୍‌ ଏସିଡ୍‌ ପରିମାଣ ବଢ଼ିଲେ ଜଏଣ୍ଟ ପେନ୍‌ ହୋଇଥାଏ । ଜଏଣ୍ଟରେ ୟୁରିକ୍‌ ଏସିଡ୍‌ ଜମା ହେଲେ ଇନ୍‌ଫ୍ଲାମେଶନ ବଢ଼ି ଦରଜ ହୋଇ କଷ୍ଟ ଦେଇଥାଏ । ତେଣୁ ଜଏଣ୍ଟ ପେନରୁ ରକ୍ଷା ପାଇବାକୁ ହେଲେ ୟୁରିକ୍‌ ଏସିଡ୍‌ କମାଇବା ନିହାତି ଜରୁରୀ । ୟୁରିକ୍‌ ଏସିଡ ଏକ ନାଚୁରାଲ୍‌ େଓ୍ଵଷ୍ଟ ପ୍ରଡକ୍ଟ । ଯାହା ଶରୀରରୁ ପ୍ୟୁରିନସ୍‌ ବାଲା ଫୁଡ ଯଥା ମାଛ,ମଦ, ମାଂସ ଓ ସି ଫୁଡ ରୁ ଶରୀରରେ ଜମା ହୋଇଥାଏ । କିଡନୀ ସାମାନ୍ୟ ୟୁରିକ୍‌ ଏସିଡକୁ ଫିଲ୍ଟର କରିଥାଏ । ହେଲେ ଏହାର ଅଧିକତମ ପ୍ରଭାବ ଜଏଣ୍ଟ ଉପରେ ପଡ଼ିଥାଏ ।

 ଆପଣାନ୍ତୁ ଏହି ଉପାୟ :  

ଲାଇଫଷ୍ଟାଇଲରେ ଆଣନ୍ତୁ ପରିବର୍ତ୍ତନ । ନିୟମିତ ବ୍ୟାୟାମ, ଭଲ ଖାଦ୍ୟ, ଅଧିକ ପାଣି ପିଇବା ଆଦି ୟୁରିକ୍‌ ଏସିଡ୍‌ ଲେବଲକୁ କଣ୍ଟ୍ରୋଲ କରିଥାଏ । ଏହାଛଡ଼ା କିଛି ଆୟୁର୍ବେଦୀୟ ଉପାୟ ରହିଛି ଯାହାକୁ ଆପଣାଇ ୟୁରିକ ଏସିଡକୁ ମଧ୍ୟ ହ୍ରାସ କରାଯାଇ ପାରିବ ।

ପୁନର୍ନବା କାଢ଼ା – ଏହା ଜଏଣ୍ଟରେ ଇନ୍‌ଫ୍ଲାମେଶନକୁ କମ୍‌ କରିଥାଏ । ଏଥିରେ ଥିବା ମେଡିସିନାଲ ପ୍ରପଟିଜ ହାଇ ୟୁରିକ୍‌ ଏସିଡ ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ୟୁରିକ୍‌ ଏସିଡ ଅଧିକ ହେଲେ ଜଏଣ୍ଟରେ ଇନ୍‌ଫ୍ଲାମେଶନ ବଢ଼ିଥାଏ । ପୁନର୍ନବା କାଢ଼ା ପିଇିବା ଦ୍ୱାରା ପରିଶ୍ରା ସାହାଯ୍ୟରେ ଟକ୍ସିକ ବାହାରି ଯାଇଥାଏ ।

ଗୁଗୁଳ – ଏଥିରେ କେତେ ପ୍ରକାର ଆୟୁର୍ବେଦିକ ମେଡିସିନ୍‌ ତିଆରି ହୋଇଥାଏ । ଆୟୁର୍ବେଦରେ ଏହାକୁ ପେନ୍‌ କିଲର କୁହାଯାଇଥାଏ । ଏହା ଜଏଣ୍ଟରେ ସୃଷ୍ଟି ହେଉଥିବା ଦରଜ କମ କରିଥାଏ । ଏଥିସହ ଏହା ୟୁରିକ୍‌ ଏସିଡ କଣ୍ଟ୍ରୋଲ କରିଥାଏ ।

ଗୁଡୁଚି – ୟୁରିକ ଏସିଡ ଲେବଲ କମ କରିବାକୁ ଏହା ବହୁତ ଉପକାରୀ ହୋଇଥାଏ । ଏହା ଶରୀରରେ ପିତକୁ କମ୍‌ କରିଥାଏ । ଏହା ପିତ ଓ ବାତ ଦୋଷକୁ ବାଲାନ୍ସ କରିବା ସହ ୟୁରିକ ଏସିଡ ମାତ୍ରା କମ କରିଥାଏ ।

କଳା କିଶମିଶ – କଳା କିଶମିଶ ଖାଇବା ଦ୍ୱାରା ବୋନ ଡେନସିଟି ଭଲ ହୋଇଥାଏ । ଏହା ଗାଉଟ ଅସୁବିଧା କମ୍‌ କରିବା ସହ ଆର୍ଥରାଇଟ୍ସ ମଧ୍ୟ କମ୍‌ କରିଥାଏ । ୧୦ ରୁ ୧୫ କିଶମିଶ ରାତିସାରା ପାଣିରେ ଭିଜେଇ ରଖନ୍ତୁ । ସକାଳେ ଏହାକୁ ଖାଇ ଦିଅନ୍ତୁ । ଏହାର ପାଣିକୁ ମଧ୍ୟ ନ ଫିଙ୍ଗି ପିଇବା ଦ୍ୱାର ଲାଭକାରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.