ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା ଓ ଅଣ୍ଟା ବିନ୍ଧା ଭଳି ସମସ୍ୟାକୁ ଚୁଟକିରେ ଦୂର କରେ ଏହି ଆୟୁର୍ବେଦିକ ଜଡ଼ିବୁଟି

ମାସର ସେହି ୫ ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ କଷ୍ଟକର ସମୟ ହୋଇଥାଏ। ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ହେଉଥିବା ଶାରୀରିକ ପୀଡ଼ା ପ୍ରବଳ କଷ୍ଟଦାୟକ ହୋଇଥାଏ। ଋତୁସ୍ରାବ ବେଳେ ମହିଳାଙ୍କର ଅଣ୍ଟା ବିନ୍ଧିବା, ଗୋଡ଼ ହାତ ପୀଡ଼ା ହେବା, ପେଟ କାଟିବା ଭଳି ସମସ୍ୟା ଦେଖାଯାଏ। ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଜଡିବୁଟି ବିଷୟରେ କହିବୁ ଯାହା ମାସିକ ଧର୍ମ ବେଳେ ଦେଖାଯାଉଥିବା ସବୁ ସମସ୍ୟାକୁ ଚୁଟକିରେ ସମାଧାନ କରିବ।

ଜୁଆଣି:

ସମସ୍ତଙ୍କ ରୋଷେଇ ଘରେ ଥିବା ଜୁଆଣି ମାଂସପେଶୀ ଓ ପେଟର ଯାବତୀୟ ସମସ୍ୟା ଦୂର କରିବାରେ ରାମବାଣ ଭଳି କାମ କରେ। ମାସିକ ଧର୍ମ ବେଳେ ପାଣିରେ ୨ ଚିମୁଟା ଜୁଆଣି ପକାଇ ତାକୁ ଫୁଟାନ୍ତୁ। ପାଣି ଅଧାରୁ କମ ହୋଇଗଲେ ମହୁ ମିଶାଇ ଦିନକୁ ଦୁଇ-ତିନି ଥର ପିଅନ୍ତୁ।

9 Super Benefits Of Ajwain (Carom Seeds) For Hair, Skin And Health ...

ମେଥି:

ଋତୁସ୍ରାବ ବେଳେ ହେଉଥିବା ଯନ୍ତ୍ରଣାକୁ ଭଲ କରିବା ପାଇଁ କାଇଁ କେଉଁ ପୁରୁଣା ଯୁଗରୁ ମେଥି ବ୍ୟବହାର କରାଯାଏ। ଏକ ଗ୍ଲାସ ପାଣିରେ ଚାମଚେ ମେଥି ଦାନାକୁ ରାତି ସାରା ଭିଜାନ୍ତୁ। ସକାଳୁ ବୀଜ ସହ କିମ୍ବା ବୀଜକୁ କାଢ଼ି ଏହି ପାଣିକୁ ପିଇଯାଆନ୍ତୁ। ଦେଖିବେ ଆଉ ପେଟ କାଟିବ ନାହିଁ।

ଗୁଡ଼:

Why can't government develop gud like sugar industry, say 'kolhu ...

ବାତକୁ ନିୟନ୍ତ୍ରଣ କରିବା ଗୁଣ ଗୁଡ଼ରେ ଭରିରହିଛି। ପିରିୟଡ଼ ଆରମ୍ଭ ହେବାର ୩-୪ ଦିନ ପୂର୍ବରୁ ଚିନି ଜାଗାରେ ଗୁଡ଼କୁ ଆହରରେ ସାମିଲ କରନ୍ତୁ। ଏଥିସହ ମେଥି, ଜୁଆଣି ଓ ଗୁଡ଼କୁ ମିଶାଇ ଗୁଳା କରି ରଖନ୍ତୁ। ଅସୁବିଧା ଦିନରେ ପେଟ କାଟିଲେ ଏହାକୁ ଖାଆନ୍ତୁ। ଦେଖିବେ ଆରାମ ଲାଗିବ।

ଘିକୁଆଁରୀ:

8 Benefits of Aloe Vera for Skin, According to Dermatologists

ସକାଳୁ ଖାଲି ପେଟରେ ଗିଲାସେ ଲେଖାଏଁ ଘିକୁଆଁରୀ ରସ ପିଇବା ଦ୍ୱାରା ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା, ଦେହ ହାତ ବିନ୍ଧାରୁ ମୁକ୍ତି ମିଳେ।

ରାଶି:

ପିରିୟଡ଼ ବେଳେ ରାଶି ତେଲକୁ ତଳି ପେଟରେ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୁଏ। ଏଥିସହ କ୍ରାମ୍ପ ବି ରହେ ନାହିଁ। ଏଥିପାଇଁ ତେଲକୁ ଉଷୁମ କରି ମାଲିସ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.