କିଡନୀ ଷ୍ଟୋନ୍ ପାଇଁ ଆୟୁର୍ବେଦ ଚିକିତ୍ସା, ପେଟ ଯନ୍ତ୍ରଣାରୁ ତୁରନ୍ତ ମିଳିବ ମୁକ୍ତି

ଲୋକମାନେ ପ୍ରାୟତଃ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହେତୁ ସୁସ୍ଥ ହେବାର ଆଶା ଛାଡିଥାନ୍ତି । କିନ୍ତୁ ଆପଣମାନେ ଜାଣିଥିବେ ଯୋଗ ଏବଂ ଆୟୁର୍ବେଦ ଏପରି ଚମତ୍କାର ଯେଉଁଥିରେ ରୋଗୀମାନେ ବଞ୍ଚିବାର ଏକ ନୂଆ ଆଶା ପାଇଥାନ୍ତି । ଲୋକମାନେ ମଧ୍ୟ ଏହି ପ୍ରକାରର ଆଶା ଆବଶ୍ୟକ କରନ୍ତି କାରଣ ଆଜିକାଲି ରୋଗ ଏତେ ବିସ୍ତାର ହୋଇଛି ଯେ ଏଥିରୁ ରକ୍ଷା ପାଇବା କଷ୍ଟକର ହୋଇପଡୁଛି । କିଡନୀ ରୋଗୀଙ୍କର ଯଦି କିଡନୀ ନଷ୍ଟ ହୋଇଯାଏ । ତେବେ ସେମାନଙ୍କୁ ଜୀବନସାରା ଡାଏଲିସିସ୍ କରିବାକୁ ପଡିବ କିମ୍ବା ମହଙ୍ଗା ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରିବାକୁ ପଡିବ, ଏବଂ ତା’ପରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବାର କୌଣସି ଗ୍ୟାରେଣ୍ଟି ନାହିଁ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ତେବେ ଏହି ଉପାୟରେ ଆପଣ କିଡନୀ ସମ୍ବନ୍ଧୀୟ ରୋଗକୁ ମଧ୍ୟ ଦୂର କରିପାରିବେ । ସେଥିପାଇଁ ଆପଣଙ୍କୁ ନିଜର ଲାଇଫ୍ ଷ୍ଟାଇଲ୍ ରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଯେପରି ଆପଣ ପ୍ରତିଦିନ ଯୋଗ ଅଭ୍ୟାସ କରିବେ ଏବଂ ଆୟୁର୍ବେଦ ଓୗଷଧ ବ୍ୟବହାର କରିବେ ।
ଡାକ୍ତରଙ୍କ ଅନୁଯାୟୀ, ଯଦି କିଡନୀ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଏହାର ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୁଏ, ତେବେ ଏହା ୧୦୦% ଭଲ ହୋଇପାରିବ । ତେବେ ଏଥିପାଇଁ ଆପଣଙ୍କୁ ଏହି ରୋଗକୁ ଚିହ୍ନଟ କରିବାରେ ଅଛି । ହେଲଥ୍ ଏକ୍ସପର୍ଟ ଓଜନ ବଢିବା, ଧୂମପାନ ଅଭ୍ୟାସ, ହାଇ ବ୍ଲଡ ପ୍ରେସର ଏବଂ ପ୍ରଦୂଷଣ ବୃଦ୍ଧି ପାଇଁ ଏପରି ହୋଇଥାଏ ବୋଲି କହିଥାନ୍ତି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୧୦ ବର୍ଷ ପୂର୍ବେ ଡାକ୍ତରଖାନାରେ ପହଞ୍ଚୁଥିବା ୯୦% ରୋଗୀଙ୍କର ବୟସ ୬୦ ବର୍ଷରୁ ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ୪୦% ରୋଗୀ ୪୦ ରୁ ୫୦ ବର୍ଷ ବୟସରେ ଅଛନ୍ତି । ଯଦି ଏହି ସମସ୍ୟାରୁ ସମାଧାନ କରାନଯାଏ, ତେବେ ଆଗକୁ ଯାଇ କିଡନୀ ଷ୍ଟୋନ୍ ହେବାର ଆଶଙ୍କା ବଢିପାରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଆୟୁର୍ବେଦ ଅନୁସାରେ କିଛି ଏପରି ଉପାୟ ଜଣାଇବୁ, ଯାହାକୁ ଅନୁସରଣ କରି ଆପଣ କିଡନୀ ଷ୍ଟୋନ୍ ଭଳି ସମସ୍ୟାରୁ ରକ୍ଷା ପାଇପାରିବେ ।
ତେବେ କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ଆପଣ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ କରିବା ଉଚିତ । ଯେପରି ପ୍ରତିଦିନ ଏକ୍ସରସାଇଜ୍ କରିବା ସହିତ ଓଜନ ନିୟନ୍ତ୍ରଣ କରନ୍ତୁ । ଏହା ବ୍ୟତୀତ ଧୂମପାନରୁ ଦୂରେଇ ରୁହନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଜଙ୍କ ଫୁଡରୁ ଦୂରେଇ ରୁହନ୍ତୁ । ଅଧିକ ପେନକିଲର ନିଅନ୍ତୁ ନାହିଁ ।
କିଡନୀ ଷ୍ଟୋନ୍ ପାଇଁ ଉପକାରୀ ଜିନିଷ :
କିଡନୀ ଷ୍ଟୋନ୍ ସମସ୍ୟାରେ ଅନେକ ଜିନିଷ ଅଛି ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଯେପରି ଖଟା ଛାଚ, କୋଳଥ ଡାଲି, କୋଳଥ ଡାଲି ପାଣି, ଜଅର ଅଟା, ଅମର ପୋଇ ପତ୍ର ଭଳି ଅନେକ ଜିନିଷ ବ୍ୟବହାର କରିପାରିବେ ।
କିଡନୀ ଷ୍ଟୋନରୁ କିପରି ରକ୍ଷା କରିବେ ?
କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ସକାଳେ ୧ ଚାମଚ ଲିମ୍ବ ପତ୍ର ରସ ପିଅନ୍ତୁ । ଏହା ସହ ସନ୍ଧ୍ୟାରେ ୧ ଚାମଚ ଓସ୍ତ ପତ୍ର ରସ ପିଅନ୍ତୁ । ଏହି ଦୁଇଟି ଜିନିଷ ବ୍ୟବହାର କରି ଆପଣ କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇପାରିବେ ।
କିଡନୀ ଷ୍ଟୋନ୍ ହେବାର କାରଣ :
କିଡନୀରେ ଷ୍ଟୋନ୍ ହେବାର ଅନେକ କାରଣ ରହିଛି, ଯେପରି କମ୍ ପାଣି ପିଇବା, ଅଧିକ ଲୁଣ ଏବଂ ଚିନି ଖାଇବା । ଅଧିକ ନନ୍ ଭେଜ୍ ଖାଇବା । ଶରୀରରେ କ୍ୟାଲସିୟମ୍-ପ୍ରୋଟିନ୍ ବଢିବା ଏବଂ ଜେନେଟିକ୍ ଫ୍ୟାକ୍ଟର ଭଳି ଅନେକ କାରଣ ରହିଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇପାରିବେ, ଏଥିପାଇଁ ଆପଣ ମକାକୁ ପାଣିରେ ଫୁଟାନ୍ତୁ, ଫିଲ୍ଟର କରନ୍ତୁ ଏବଂ ପରେ ପିଅନ୍ତୁ । ଏହି ଉପାୟରେ ଆପଣ ଏହି ସସମ୍ୟାରୁ ମୁକ୍ତି ପାଇପାରିବେ ।