ଆପଣ ଜାଣିଛନ୍ତି କି ବାଦାମ୍ ଖାଇବା ଶରୀର ପାଇଁ ହାନିକାରକ !

ବାଦାମ ଏକ ସ୍ବାଦିଷ୍ଟ ଡ଼୍ରାଏଫୁଡ଼ ହେବା ସହ ଶରୀର ପାଇଁ ମଧ୍ୟ ବହୁ ଲାଭକାରୀ ହୋଇଥାଏ । ଏଥିରେ ଭରପୁର ମାତ୍ରାର କ୍ୟାଲସିୟମ୍ , ଭିଟାମିନ୍ , ଫାଇବର ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ରୋଗମୁକ୍ତ ରଖିଥାଏ । ନିୟମିତ ଭାବେ ତିନି ରୁ ଚାରୋଟି ବାଦାମ ଖାଇବା ଦ୍ବାରା ଶରୀର ପ୍ରତି ବହୁ ଲାଭକାରୀ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି , କିଛି ବ୍ୟକ୍ତିଙ୍କର ବାଦାମ ଖାଇବା ତାଙ୍କ ଶରୀର ପ୍ରତି ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ ବାଦାମ ଖାଇବା ମନା ।

ଯଦି ଆପଣଙ୍କର ଉଚ୍ଚରକ୍ତ ଚାପ ସମସ୍ୟା ରହିଛି ତେବେ ଭୁଲରେ ମଧ୍ୟ ବାଦାମ ଖାଆନ୍ତୁ ନାହିଁ । ଏହା ସହ ଯେଉଁ ବ୍ୟକ୍ତିଙ୍କର ଗଲବ୍ଲାଡ଼ର ବା ଷ୍ଟୋନ୍ ସମସ୍ୟା ରହିଛି ସେମାନଙ୍କୁ ବାଦାମ ଖାଇବା ଦରକାର ନାହିଁ । କାରଣ ବାଦାମରେ ଥିବା ଅଧିକ ପରିମାଣର ଆକ୍ସଲେଟ ରହିଥାଏ ଯାହା ଏହି ରୋଗୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।

ବାଦାମରେ ପ୍ରଚୁର ପରିମାଣର ଫାଇବର ରହିଥାଏ । ଏଣୁ ଅଧିକ ମାତ୍ରାରେ ବାଦାମ ଖାଇଲେ ପାଚନ ପକ୍ରିୟାରେ ଅସୁବିଧା ହୋଇଥାଏ। ଏଥିରେ ରହିଥିବା ଭିଟାମିନ ଇ ମୁଣ୍ଡବିନ୍ଧା , ଥକାପଣ ଏବଂ ମାଇଗ୍ରେନ୍ ଆଦିର କାରଣ ପାଲଟିଥାଏ ।

ଯଦି କୌଣସି କାରଣରୁ ଆଣ୍ଟିବାୟୋଟକ୍ ଔଷଧ ସେବନ କରୁଛନ୍ତି ତେବେ ବାଦାମ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ । ଏହା ଗ୍ୟାସ ତଥା ଏସିଡ଼ିଟି ସମସ୍ୟାର କାରଣ ହେବା ସହ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.