ସକାଳୁ ଉଠିବା ପରେ ସଙ୍ଗେ ସଙ୍ଗେ ଫୋନ ଧରୁଛନ୍ତି କି? ସାବଧାନ, ନଚେତ ଡ୍ୟାମେଜ ହୋଇପାରେ ଆପଣଙ୍କ ମସ୍ତିଷ୍କ, ରିସର୍ଚ୍ଚରୁ ମିଳିଲା ସୂଚନା

ଆଜିକାଲି ଦୁନିଆରେ ସ୍ମାର୍ଟଫୋନ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ଏହି ଡିଭାଇସର ଆମ ଜୀବନଶୈଳୀ ଉପରେ ଏତେ ମାତ୍ରାରେ ପ୍ରଭାବ ପଡିଛି ଯେ ସକାଳୁ ଉଠିବା ପରଠୁ ରାତିରେ ଶୋଇବା ପର୍ଯ୍ୟନ୍ତ ଏହାକୁ ଛାଡି ଆମେ ରହିପାରୁନାହୁଁ । ବର୍ତ୍ତମାନ କମ୍ପ୍ୟୁଟର ଠୁ ନେଇ ଲାପଟପ ପର୍ଯ୍ୟନ୍ତ ସମସ୍ତ କାମ ଆମେ ଏହି ସ୍ମାର୍ଟଫୋନ ଦ୍ୱାରା କରିପାରୁଛୁ । ଏହି କାରଣରୁ ଏହି ଗ୍ୟାଜେଟର ବ୍ୟବହାର ଦିନକୁ ଦିନ ବଢି ବଢି ଚାଲିଛି । ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ହିଁ ନିଜ ଫୋନ ଚେକ୍‌ କରିଥାନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ମାତ୍ରାରେ କ୍ଷତିକାରକ ପ୍ରଭାବ ପଡୁଛି ?

ସକାଳୁ ଉଠିବାର ଏକ ଘଣ୍ଟା ମଧ୍ୟରେ ସ୍ମାର୍ଟଫୋନ ଚେକ କରିବା ଦ୍ୱାରା ଏହା ଆପଣଙ୍କ ମସ୍ତିସ୍କ ଏବଂ ଆଖିକୁ କ୍ଷତି ପହଞ୍ଚାଇଥାଏ । ସ୍ମାର୍ଟଫୋନର ବ୍ୟବହାରକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା ଯେଉଁଥିରୁ ଜଣା ପଡିଥିଲା ଯେ ୮୦ ପ୍ରତିଶତରୁ ଅଧିକ ୟୁଜର୍ସ ଉଠିବା ମାତ୍ରେ ହିଁ ଏହି ଡିଭାଇସର ବ୍ୟବହାର କରିଥାନ୍ତି ।

କମ୍ପ୍ୟୁଟର, ଲାପଟପ ଏବଂ ସ୍ମାର୍ଟଫୋନର ଡ଼ିସପ୍ଲେ ବ୍ଲୁ ଲାଇଟ ଛାଡ଼ିଥାନ୍ତି । ଯାହାର ସିଧାସଳଖ ପ୍ରଭାବ ଆଖିର ରେଟିନା ଉପରେ ପଡିଥାଏ ଏବଂ ଏହା ରେଟିନାକୁ କ୍ଷତି ମଧ୍ୟ ପହଂଚାଇଥାଏ । ରାତିରେ ଶୋଇବା ଦ୍ୱାରା ଆଖିକୁ ସମ୍ପୂର୍ଣ୍ଣ ଭାବେ ଆରାମ ମିଳିଥାଏ । ସକାଳୁ ଉଠିବା ପରେ ଏହି ଡିଭାଇସ ଗୁଡିକର ଲାଇଟ ସିଧାସଳଖ ରେଟିନା ଉପରେ ପଡିଥାଏ । ଯାହାଦ୍ୱାରା ଏହାକୁ କ୍ଷତି ପହଂଚିଥାଏ ।

ଏଥିପାଇଁ ଲୋକମାନଙ୍କ ଆଖିରେ ଯନ୍ତ୍ରଣା ଏବଂ ପାଣି ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ । ଏହା ବ୍ୟତୀତ ସକାଳୁ ଫୋନ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କର କୋଷିକା ଏବଂ ଶିରା ପ୍ରଶିରା ଉପରେ ଏହା ଖରାପ ପ୍ରଭାବ ପଡ଼ିଥାଏ। । ଉଠିବା ପରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ମାନସିକ ଚିନ୍ତା ବଢିଥାଏ । ଏହି ସମସ୍ୟାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରୁ ଜଣାପଡିଛି ଯେ ସକାଳୁ ଉଠିବା ପରେ ଫୋନର ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ ମସ୍ତିସ୍କ ଉପରେ ପଡିଥାଏ ଯାହାଦ୍ୱାରା ଡିପ୍ରେସନ ଓ ଟେନସନ ବଢିଥାଏ ।

ସକାଳୁ ଫୋନ ବ୍ୟବହାର କରିବା ବଦଳରେ ଯଦି ଆପଣ ମର୍ଣ୍ଣିଙ୍ଗ ୱାକରେ ଯିବେ କିମ୍ବା ୱାର୍କ ଆଉଟ କରିବେ ତାହେଲେ ଏହାଦ୍ୱାରା ଆପଣଙ୍କର ଅନେକ ଲାଭ ହେବ । ଏହା ବ୍ୟତୀତ ୩୮ ପ୍ରତିଶତ ପର୍ଯ୍ୟନ୍ତ ହାର୍ଟ ଆଟାକର ସମ୍ଭାବନା କମି ଯାଇଥାଏ । ତେଣୁ ଆପଣ ମଧ୍ୟ ସତର୍କ ଓ ସଚେତନ ରୁହନ୍ତୁ। ସକାଳୁ ଉଠି ଫୋନ ବ୍ୟବହାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.