ପିମ୍ପଲ ଏବଂ କୁଞ୍ଚନରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ବେକିଂ ସୋଡା

ଆଜିର ସମୟରେ ପ୍ରଦୂୂଷଣ,ଧୂଳି ମାଟି ଏବଂ ଖରାପ ଖାଦ୍ୟ ଯୋଗୁଁ ଲୋକମାନେ ବ୍ରଣ ପରି ଚର୍ମ ସମସ୍ୟାର ଶିକାର ହୁଅନ୍ତି । ଅନେକ ଥର ପାଣିପାଗ ପରିବର୍ତ୍ତନ ଏବଂ ଚାପ ହେତୁ ଚର୍ମର ଚମକ ଫିକା ପଡିଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାର କରନ୍ତି । ବଜାରରେ ମିଳୁଥିବା ଏହି ରାସାୟନିକ ପଦାର୍ଥ ଗୁଡିକ ଚର୍ମ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଏପରି ପରିସ୍ଥିତିରେ ଚର୍ମ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପଚାରର ସାହାଯ୍ୟ ନେଇ ପାରିବେ । ବେକିଂ ସୋଡା ଏଥିପାଇଁ ବହୁତ ଲାଭଦାୟକ ଅଟେ ।

ବେକିଂ ସୋଡା:

ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୁଏ । କିନ୍ତୁ ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ପ୍ରଭାବଶାଳୀ ଅଟେ । ବେକିଂ ସୋଡାରେ ଆଣ୍ଟି-ବ୍ୟାକ୍ଟେରିଆଲ,ଆଣ୍ଟି- ଏଜିଙ୍ଗ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଚର୍ମର ହଜିଜାଇଥିବା ଉଜ୍ଜ୍ୱଳତାକୁ ପୁନଃସ୍ଥାପିତ କରିବାରେ ସାହାଯ୍ୟ କରିବା ସହିତ କୁଞ୍ଚନ ଭଳି ଆଣ୍ଟି-ଏଜିଂ ଲକ୍ଷଣକୁ ମଧ୍ୟ ଠିକ କରିଥାଏ । ବେକିଂ ସୋଡାରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ଚର୍ମରୁ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ ।

Benefits-of-baking-soda

ତ୍ୱଚାରେ ଚମକ ପାଇବା ପାଇଁ:

ଏହି ପ୍ୟାକ ତିଆରି କରିବା ପାଇଁ ,ଏକ ଚାମଚ ବେକିଂ ସୋଡା ପାଉଡର କୁ ଦୁଇ ଚାମଚ କମଳା ଚୋପା ପାଉଡର ସହିତ ମିଶାନ୍ତୁ । ତା ପରେ ସେଥିରେ ଅଳ୍ପ କାଣି ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଭଲ ଭାବେ ଲଗାନ୍ତୁ । ୧୦ ମିନିଟ୍ ଶୁଖିବା ପରେ ଚର୍ମକୁ ହାଲୁକା ହାତରେ ଗୋଲାକାର ଗତିରେ ଘଷନ୍ତୁ । ଏହା ରେ ଥଣ୍ଡା ପାଣିରେ ମୁହଁ ଧୋଇ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଚମକଦାର ତ୍ୱଚା ମିଳିପାରେ ।

ପିମ୍ପଲ୍ ପାଇଁ:

ଏଥିପାଇଁ ଏକ ଚାମଚ ବେକିଂ ସୋଡାକୁ ଏକ ଚାମଚ ପାଣିରେ ମିଶାନ୍ତୁ । ତା ପରେ ଏହାକୁ ପିମ୍ପଲ ସ୍ଥାନରେ ଲଗାନ୍ତୁ । କିଛି ସମୟ ଶୁଖିବା ପରେ ହାଲକା ହାତରେ ମୁହଁକୁ ମାଲିସ୍ କରନ୍ତୁ । ଏହା ପରେ ଚର୍ମକୁ ଉଷୁମ ପାଣିରେ ଧୋଇ ମଶ୍ଚରାଇଜର ବ୍ୟବହାର କରନ୍ତୁ ।

ଅଦରକାରୀ କେଶରୁ ମୁକ୍ତ ପାଇବା ପାଇଁ:

ଏଥିପାଇଁ ଏକ ଗ୍ଲାସ ଉଷୁମ ପାଣିରେ ବେକିଂ ସୋଡା ମିଶାନ୍ତୁ । ତା ରେ ଏହି ପାଣିରେ ଏକ କପଡା ଭିଜାଇ ଏହାକୁ ଚିପୁଡି ଚର୍ମରେ ଲଗାନ୍ତୁ । ଏହି କପଡାକୁ କିଛି ସମୟ ପାଇଁ ମୁହଁକୁ ମାଲିସ କରନ୍ତୁ ।ଏହା ପରେ ମୁହଁକୁ ପାଣିରେ ଧୋଇ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏହି ଉପାୟ ବ୍ୟବହାର କରି ଆପଣ ଅଦରକାରୀ କେଶରୁ ମୁକ୍ତି ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.