ପିଲାର ଶାରୀରିକ ବୃଦ୍ଧି ପାଇଁ ଖାଇବାକୁ ଦିଅନ୍ତୁ ଏହିସବୁ ସ୍ୱାସ୍ଥ୍ୟକର ଖାଦ୍ୟ, ଶାରୀରିକ ଏବଂ ମାନସିକ ଭାବେ ହେବେ ସୁସ୍ଥ

ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥିାଏ ସୁସ୍ଥ ଏବଂ ସନ୍ତୁଳିତ ଆହାର। ଶରୀରରେ ପୋଷକ ତତ୍ତ୍ବକୁ ପୂରଣ କରିବା ପାଇଁ ଫଳର ବେଶ ମହତ୍ତ୍ବ ରହିଥାଏ। ବଢୁଥିବା ପିଲା ସନ୍ତୁଳିତ ଆହାର ସେବନ କରିବା ବହୁତ ଜରୁରୀ ହୋଇଥାଏ। ଶାରୀରିକ ଏବଂ ମାନସିକ ଭାବେ ଫିଟ୍ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ଯଦି ଆପଣ ନିଜ ପିଲାକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜୁରୁରୀ।
ଛୋଟପିଲାଙ୍କ ଶରୀରର ବିକାଶ ପାଇଁ ଉତ୍ତମ ଖାଦ୍ୟପାନୀୟ ଜରୁରୀ। ପିଲାବେଳେ ଠିକ୍ ଭାବେ ପୋଷକ ତତ୍ତ୍ୱ ନ ମିଳିଲେ ବଡ଼ ହେବା ପରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଖାସ୍ କରି ହାଡ଼କୁ ମଜଭୁତ୍ କରିବା ପାଇଁ ସଠିକ୍ ପୋଷଣର ଆବଶ୍ୟକତା ରହିଛି। ହାଡ଼ ଦୁର୍ବଳ ହେଲେ ପରିଣତ ବୟସରେ ବିଭିନ୍ନ ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ପିଲାଙ୍କୁ ଛୋଟବେଳୁ ହିଁ ପୋଷକ ତତ୍ତ୍ୱରେ ଭରା ଖାଦ୍ୟ ପାନୀୟ ଦେଲେ ସେମାନଙ୍କ ହାଡ଼ ଓ ଦାନ୍ତ ସୁଦୃଢ଼ ହେବ।
ଆଜିକାଲି ପାଠପଢ଼ା ଓ ଅନ୍ୟ ଆକ୍ଟିଭିଟି ଯୋଗୁ ପିଲାମାନେ ଠିକ୍ ସମୟରେ ଠିକ୍ଭାବେ ଖାଦ୍ୟ ଗ୍ରହଣ କରିପାରୁନାହାନ୍ତି। ମାନସିକ ଅବସାଦ କାରଣରୁ ସେମାନେ ଆବଶ୍ୟକତାଠାରୁ ଅଧିକ ଖାଇଦେଉଛନ୍ତି।
ପିଲାଙ୍କ ଖାଦ୍ୟ ମଧ୍ୟରେ ନିୟମିତ ଭାବେ ପ୍ରୋଟିନ୍ ସେକ୍ ସାମିଲ କରନ୍ତୁ। ଏହା ପିଲାଙ୍କର ଶାରୀରିକ ବୃଦ୍ଧିକୁ ଉତ୍ତମ କରିଥାଏ। ଏହାସହିତ ମାଂସପେଶୀକୁ ସୁସ୍ଥ ରଖିଥାଏ।
ପିଲାର ବୃଦ୍ଧି ପାଇଁ ଅଣ୍ଡା ଦେବା ଜରୁରୀ। ଅଣ୍ଡା ଖାଇବା ଦ୍ୱାରା ପିଲାଙ୍କୁ ଭରପୂର ପ୍ରୋଟିନ ମିଳିଥାଏ। ଯାହା ସେମାନଙ୍କୁ ସୁସ୍ଥ ରଖିଥାଏ।
ବଢୁଥିବା ପିଲାଙ୍କୁ ଆପଣ ସକାଳ ଜଳଖିଆରେ ଓଟସ, ଦଲିଆ, ଚୁଡା ଭଳି ଖାଦ୍ୟ ଦେଇପାରିବେ। ଏହା ବହୁତ ସ୍ୱାସ୍ଥ୍ୟକର ହୋଇଥାଏ।
ପିଲାଙ୍କ ଖାଦ୍ୟରେ ପ୍ରତିଦିନ ସିଜିନାଲ ଫୁଡ ଦିଅନ୍ତୁ।
ପିଲାଙ୍କୁ କନ୍ଦମୂଳ ଖାଇବା ଦେବା ସ୍ୱାସ୍ଥ୍ୟକର।
ମାଛରେ ଓମେଗା ୩ ଫ୍ୟାଟି ଏସିଡ ଭରପୂର ରହିଥାଏ। ଯାହା ପିଲାର ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ। ତେଣୁ ଆପଣଙ୍କ ପିଲାକୁ ନିଶ୍ଚିତ ଭାବେ ମାଛ ଖାଇବାକୁ ଦିଅନ୍ତୁ।
ଦହି ଖାଇବା ପ୍ରତ୍ୟେକ ବର୍ଷର ପିଲାଙ୍କ ପାଇଁ ଜରୁରୀ ହୋଇଥାଏ। ଏଥିରେ ପିଲାଙ୍କୁ କ୍ୟାଲସିଅମ ମିଳିଥାଏ। ଏହାଦ୍ୱାରା ପିଲାର ହାଡ ମଜବୁତ ହୋଇଥାଏ।
ଦହି ସେବନ କରିବା ପ୍ରତ୍ୟେକ ପିଲା ପାଇଁ ଜରୁରୀ ହୋଇଥାଏ। ଏହାଦ୍ୱାରା ପିଲାଙ୍କୁ କ୍ୟାଲସିଅମ ମିଳିଥାଏ। ଦହି ଖାଇବା ଦ୍ୱାରା ହାଡ ମଜବୁତ ହୋଇଥାଏ।