କଦଳୀ ଏବଂ କ୍ଷୀରରେ ଏମିତି ବନାନ୍ତୁ ଫେସ୍‌ ମାସ୍କ, ସୁନା ଭଳି ଚମକିବ ଆପଣଙ୍କ ତ୍ୱଚା

ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ କଦଳୀ ବହୁତ ଲାଭକାରୀ ହୋଇଥାଏ। ଏଥିରେ ମହଜୁଦ୍‌ ଭିଟାମିନ୍ସ, ପୋଟାସିୟମ, ମିନେରାଲସ୍‌ ଆଦି ଅନେକ ପୋଷକ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିଥାଏ। ଏହାସହିତ ତ୍ୱଚାକୁ ଫ୍ରୀ ରେଡିକାଲ ଠାରୁ ରକ୍ଷା କରି ବର୍ଦ୍ଧିତ ବୟସର ଲକ୍ଷଣକୁ ଅଟକାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଭିଟାମିନ୍‌ ଏ ତ୍ୱଚା ପାଇଁ ବହୁତ ଫାଇଦାପୂର୍ଣ୍ଣ ଭିଟାମିନ୍‌ ଅଟେ। ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ। କଦଳୀରେ ଥିବା ଭିଟାମିନ୍‌ ଇ ତ୍ୱଚା ପାଇଁ ସୁରକ୍ଷା କବଚ ଭଳି କାମ କରିଥାଏ। ଆପଣ ଘରେ କଦଳୀର ଫେସ ମାସ୍କ ବନାଇପାରିବେ ଏବଂ ଏହାକୁ ତ୍ୱଚାରେ ଲଗାଇପାରିବେ। ଏପରି କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ତ୍ୱଚା ସମ୍ବଦ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।

ଫେସ୍‌ ମାସ୍କ ବନାଇବା ପାଇଁ ଆପଣଙ୍କୁ ଦରକାର

-ଗୋଟିଏ ପାଚିଲା କଦଳୀ

-ଏକ ଚାମଚ କ୍ଷୀର

banana curdଏହି ମାସ୍କକୁ ବନାଇବାର ଉପାୟ

-ଏକ ପାତ୍ରରେ କଳଦୀ ନେଇ ଚକଟି ଦିଅନ୍ତୁ।

-ଏବେ ସେଥିରେ କ୍ଷୀର ମିଶାଇ ଦିଅନ୍ତୁ। ଏହି ଦୁଇଟି ମିଶ୍ରଣକୁ ଭଲଭାବେ ମିଶାଇ ଦିଅନ୍ତୁ।

-ଆପଣ ଏହାକୁ ମିଶାଇ ଏକ ଗାଢ଼ା ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏହି ପେଷ୍ଟକୁ ନିଜ ତ୍ୱଚା ଏବଂ ବେକରେ ଲଗାନ୍ତୁ। ପ୍ରାୟ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ।

-ଏହାପରେ ଚେହେରାକୁ ସାମାନ୍ୟ ଗରମ ପାଣିରେ ଧୋଇ ଦିଅନ୍ତୁ।

face washଫେସ୍‌ ମାଷ୍କର ଫାଇଦା

-ଏହି ମାସ୍କ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ।

-କଦଳୀରେ ଥିବା ମିନେରାଲସ୍‌ ବ୍ରଣକୁ ଦୂର କରିଥାଏ।

-ଭିଟାମିନ୍‌ ଇ ତ୍ୱଚାରେ କୋଲେଜନର ଉତ୍ପାଦନକୁ ବଢ଼ାଇଥାଏ।

-କ୍ଷୀରରେ ମଶ୍ଚରାଇଜର ଗୁଣ ରହିଥାଏ ଯାହା ଶୁଷ୍କ ତ୍ୱଚାକୁ ଠିକ୍‌ କରିଥାଏ।

-ଏହି ମାସ୍କରେ ଥିବା କ୍ଷୀର ତ୍ୱଚାକୁ କୋମଳ ଏବଂ ମୁଲାୟମ କରିଥାଏ।

-ମାସ୍କ ତ୍ୱଚାକୁ ହାଇଡ୍ରେଟ୍‌ ରଖି ସୁସ୍ଥ ବନାଇବାରେ ସାହାଯ୍ୟ କରିଥାଏ।

-ଚେହେରାରୁ ଟକସିନକୁ ସଫା କରିଥାଏ।