ବ୍ରେକଫାଷ୍ଟରେ ଏପରି ପ୍ରସ୍ତୁତ କରନ୍ତୁ ବନାରସୀ ଷ୍ଟାଇଲ ଚୂଡା-ମଟର, ଥରେ ଖାଇଲେ ହୋଇଯିବେ ଏହାର ଦିଓ୍ଵାନା

ବନାରସର ଖାଦ୍ୟ ପୂରା ଦେଶରେ ବହୁତ ଫେମସ। ଏଠାକାର ପାନ ଠାରୁ ନେଇ କଚୁଡି, ଟମାଟୋ ଚାଟ, ଲସସି ଏବଂ ଚା ପର୍ଯ୍ୟନ୍ତର ସ୍ୱାଦ ଲୋକଙ୍କ ପାଟିରୁ ପାଣି ନେଇ ଆସେ। ବନାରସର ଏକ ଲାଜବାବ୍‌ ବନାରସୀ ରେସିପି ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ। ଆମେ ଆପଣଙ୍କୁ କହୁଛୁ ଚୂଡା ମଟର ରେସିପି ବିଷୟରେ। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଚୂଡା ମଟର ରେସିପି।

ଆବଶ୍ୟକ ସାମଗ୍ରୀ

ଏକ କପ୍‌ ଚୂଡା, ଅଧା କପ୍‌ ମଟର, ଚାରି କପ୍‌ କ୍ଷୀର, ଏକ ଚାମଚ ତେଲ, ପାଣି, ଅଧା ଚାମଚ ଚିନି, ଲୁଣ, ଲେମ୍ବୁ ରସ, ଧନିଆ ପତ୍ର, ହେଙ୍ଗୁ, ଜିରା, ସୋରିଷ, କଟା ଅଦା, କଟା କଞ୍ଚା ଲଙ୍କା, କାଜୁ-ବାଦାମ, ଗୋଲମରୀଚ ପାଉଡର ଚିମୁଟାଏ ଏବଂ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚୂଡାକୁ ଧୋଇ ଦିଅନ୍ତୁ। ଏଥିରୁ ସମସ୍ତ ପାଣି ବାହାରିଯିବା ପରେ ଏହାକୁ କ୍ଷୀରରେ ଅତିମରେ ୧୦ ମିନିଟ୍‌ ଭିଜାଇ ରଖନ୍ତୁ। ଏବେ ଗ୍ୟାସରେ କଡେଇ ବସାନ୍ତୁ। ଏଥିରେ ତେଲ ଗରମ କରନ୍ତୁ। ତାପରେ ଏଥିରେ ହେଙ୍ଗୁ ପକାନ୍ତୁ, ଜିରା ପକାନ୍ତୁ, କଟା ହୋଇଥିବା ଅଦା ଏବଂ କଞ୍ଚା ଲଙ୍କା ପକାନ୍ତୁ। ଏଥିରେ କାଜୁ ଏବଂ ବାଦାମ ପକାନ୍ତୁ। ଯେତେବେଳେ ଏହା ବ୍ରାଉନ୍‌ ହେବାକୁ ଲାଗିବ ସେତେବେଳେ ଏଥିରେ ମଟର, ଚିନି ଏବଯଂ ଲୁଣ ପକାନ୍ତୁ। କଡେଇରେ ଅଳ୍ପ ପାଣି ପକାଇ ମଟରକୁ ସାମାନ୍ୟ ସିଝାଇ ଦିଅନ୍ତୁ। ମଟର ଯେତେବେଳେ ସିଝିଯିବ ସେଥିରେ ପୋହା ବା ଚୂଡା ପକାନ୍ତୁ। ଏହାପରେ ଗୋଲମରୀଚ, ଗରମ ମସଲା ମଧ୍ୟ ମିଶାଇ ଦିଅନ୍ତୁ। ଚୂଡାକୁ ଚଲାନ୍ତୁ। ଗ୍ୟାସ୍‌ ଧୀମା କରି ୫ ମିନିଟ୍‌ ପାଇଁ ଘୋଡାଇ ଦିଅନ୍ତୁ। ଏବେ ଢ଼ାଙ୍କୁଣୀ ହଟାଇ ଚାମଚରେ ଚଲାନ୍ତୁ। ୧ ମିନିଟ ଗ୍ୟାସରେ ରଖି ତାପରେ ଗ୍ୟାସ ବନ୍ଦ କରି ଲେମ୍ବୁ ରସ ଏବଂ କଟା ଧନିଆ ପତ୍ର ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ମଟର ଚୂଡା ପ୍ରସ୍ତୁତ ହୋଇଯାଇଛି।

Leave A Reply

Your email address will not be published.