ବ୍ୟକ୍ତିକୁ ଚିନ୍ତା ମୁକ୍ତ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରୁ ମୁକ୍ତି ଦିଏ ବରଗଛ ଫଳ

ବରଗଛକୁ ନେଇ ହିନ୍ଦୁ ଶାସ୍ତ୍ରରେ ରହିଛି ଅନେକ ମାନ୍ୟତା। ହିନ୍ଦୁ ଧର୍ମରେ ଏହାକୁ ପୂଜା କରାଯାଏ। କିନ୍ତୁ ଏହାର ଫୁଲଫଳକୁ ନେଇ ବହୁତ ଲୋକ ଅଜଣା ଅଛନ୍ତି। ଏଥିରେ ଅନେକ ଫାଇଦା ଗୁଣ ଭରି ରହିଥାଏ । ଏହି ଗଛରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ଏହାସହ ଗଛରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ।

ବରଗଛ ଫଳରେ ଖଣିଜ ଲବଣ, ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଏନାଲଜୋସିକ ଗୁଣରେ ଭରି ରହିଥାଏ। ଆଜି ଆମେ ଆପଣଙ୍କୁ ଏହାକୁ ନେଇ ଥିବା ଔଷଧିୟ ଗୁଣ ସମ୍ପର୍କରେ ଆପଣଙ୍କୁ କହିବୁ। ଏହି ଫଳରେ ପ୍ରୋଟିନ, ଫାଇବର, କ୍ୟାଲସିୟମ ଏବଂ ଫସଫରସ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ଏହା ମାନସିକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ବରଂ ଚିନ୍ତା ତଥା ଡିପ୍ରେସନରୁ ମଧ୍ୟ ମୁକ୍ତି ମିଳିଥାଏ।

– Dysentery ସମସ୍ୟାରୁ ଏହା ମୁକ୍ତି ଦିଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ବର ଗଛ ଫଳକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିକୁ ଛାଣି ଖାଲି ପେଟରେ ପିଅନ୍ତୁ।

– ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ଏହାର ଫଳ ଅନେକ ସାହାଯ୍ୟ କରିଥାଏ । ଏହି ଫଳରେ ହେକ୍ସେନ ଭଳି ତତ୍ତ୍ୱ ରହିଥାଏ । ଯାହା ଇମ୍ୟୁନ ସିଷ୍ଟମକୁ ଷ୍ଟଙ୍ଗ କରିଥାଏ। ଏହାଦ୍ୱାରା ରୋଗଠାରୁ ଆପଣ ମୁକ୍ତି ପାଇପାରିବେ।

– ଏହି ଫଳରେ ପୋଟାସିୟମ ମିଳିଥାଏ। ଯାହା ସୋଡ଼ିୟମ ସ୍ତରକୁ କମ କରିବାରେ ସାହାଯ୍ୟ କରେ । ଏହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ। ଶରୀର ସମ୍ବନ୍ଧିୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଡାଇବେଟିଜ ସମସ୍ୟାକୁ ଦୂର କରିଥାଏ। ତେଣୁ ମଧୁମେହ ରୋଗରେ ପୀଡ଼ିତ ରୋଗୀ ଏହି ଫଳର ପାଉଡ଼ରକୁ ସେବନ କରିବା ଆବଶ୍ୟକ। ଏହାବ୍ୟତିତ ଆପଣ ଏହାକୁ ସିଝାଇ ଏହାର ପାଣିକୁ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.