ଦୀର୍ଘ ୨୩ ବର୍ଷ ପରେ ବୈଜ୍ଞାନିକ ଆବିଷ୍କାର କଲେ ବିରଳ ପ୍ରଜାତିର ଭେଣ୍ଡି, ଜାଣନ୍ତୁ କଣ ରହିଛି ଏହାର ଉପାଦେୟତା

ବାରାଣାସୀ: ଦୀର୍ଘ ୨୩ ବର୍ଷର ଗାବେଷଣା ଏବେ ସଫଳ ହୋଇଛି। ଏବେ ବଜାରକୁ ଆସିବ ଲାଲ ଭେଣ୍ଡି।   ବାରଣାସୀ ସ୍ଥିତ ଭରତୀୟ ପନିପରିବା ଗବେଷଣା ସଂସ୍ଥା ଏହି ସ୍ବତନ୍ତ୍ର ପ୍ରଜାତି (କାଶୀ ଲାଲିମା) ଭେଣ୍ଡି ପ୍ରସ୍ତୁତ କରିଛି। ଏହି ଭେଣ୍ଡିର ରଙ୍ଗ ଲାଲ ରହିଛି। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌, ଆଇରନ୍‌ ଏବଂ କ୍ୟାଲସିୟମ୍‌ ରହିଛି।

kashi lalimaଏହି କାଶୀ ଲାଲିମା ଭେଣ୍ଡିର ବଜାର ଦର କିଲୋପ୍ରତି ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଖୁବ୍ ଶିଘ୍ର ଏହାର ବିହନ ଦେଶର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ଗବେଷଣା ସଂସ୍ଥା ତରଫରୁ କୁହାଯାଇଛି। ଏହି ଭେଣ୍ଡି କିସମ ୧୧-୧୪ ସେମି ଲମ୍ବ ହୋଇଥିବାବେଳେ ଏହାର ଗୋଲେଇ ୧.୫-୧.୬ ସେମି ରହିଛି। ଏହି ରଙ୍ଗର ଭେଣ୍ଡି ସାଧାରଣତଃ ପାଶ୍ଚାତ୍ୟ ରାଷ୍ଟ୍ରରେ ଅଧିକ ଚାଷ କରାଯାଇଥାଏ।

ଏହାସହ ପଢନ୍ତୁ:  ମୃତ୍ୟୁ ପରର ଦୁନିଆ : ଯେଉଁଠି ଭୌତିକ ଏବଂ ସୂକ୍ଷ୍ମ ଭାବରେ ରୁହନ୍ତି ଲୋକେ, ଏହାକୁ ବିଶ୍ୱାସ କରିବା ନୁହେଁ ଏତେ ସହଜ

ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡ. ବିଜେନ୍ଦ୍ରଙ୍କ ନେତୃତ୍ୱରେ ଏଭଳି କିସମ ଭେଣ୍ଡି ଲାଗି ୧୯୯୫-୯୬ରେ ଗବେଷଣା ଆରମ୍ଭ ହୋଇଥିଲା। ଗବେଷଣାରେ ତାଙ୍କୁ ଡ.ଏସ୍‌.କେ. ସାନଓ୍ବାଲ, ଡ. ଜି.ପି. ମିଶ୍ରା ଏବଂ ଟେକ୍ନିକାଲ ସହାୟକ ସୁଭାଷ ଚନ୍ଦ୍ର ପ୍ରମୁଖ ଆବଶ୍ୟକ ସହାୟତା କରିଥିଲେ।

 

Leave A Reply

Your email address will not be published.