ଶରୀରରେ ଥିବା କଳାଜାଇର ରଙ୍ଗ ବଦଳୁଥିଲେ ହୋଇ ଯାଆନ୍ତୁ ସାବଧାନ

ଶରୀରରେ ଯେକୌଣସି ଅଙ୍ଗରେ କଳାଜାଇ ବାହାରକୁ ଆସିପାରେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କାହିଁକି ହୁଏ । ଶରୀରରେ କୌଣସି କାମ ନଥିବା ବେଳେ ସେମାନେ କାହିଁକି ଶରୀରରେ ଜନ୍ମ ନିଅନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ଜାଇ ରଙ୍ଗ ଏବଂ ଆକାରରେ ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନ ହୋଇପାରେ । କିଛି ଲୋକଙ୍କ ଚର୍ମରେ ଅଧିକ ଜାଇ ଦେଖିବାକୁ ମିଳେ ତ କେତେବେଳେ କିଛି ଲୋକଙ୍କ ମଧ୍ୟରେ କମ ଥାଏ । ଏହାର ଅନେକ କିଛି କାରଣ ଅଛି ଜାଣିବା ।

ରିପୋର୍ଟ ଅନୁଯାୟୀ ଯେତେବେଳେ ଚର୍ମରେ ଥିବା କୋଷଗୁଡିକ ସମାନ ସ୍ଥାନରେ ବଢିବା ଆରମ୍ଭ କରନ୍ତି ସେତେବେଳେ ସେମାନେ କଳାଜାଇର ରୂପ ନେଇଥାନ୍ତି । ଏହି କୋଷ ଗୁଡିକ ମେଲାନିନ ତିଆରି କରନ୍ତି । ମେଲାନିନ ହେଉଛି ଏକ ପିଗମେଣ୍ଚ ଯାହା ଜାଇକୁ ରଙ୍ଗ ଦେଇଥାଏ ।

ଅଦିକାଂଶ ପିଲାଦିନେ ଓ ଯୁବାବସ୍ଥାରେ ଉତ୍ପନ୍ନ ହୋଇଥାଏ । ମଣିଷ ଭିତରେ ୧୦ରୁ ୪୦ ଜାଇ ରହିଛି । ଏପରି କିଛି ମଧ୍ୟ ରହିଛି ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଏ । ଅଧିକ ହୋଇଥିଲେ ପ୍ରାୟ କେତେକଙ୍କର କୌଣସି କ୍ଷତି ହୋଇନଥାଏ । କିନ୍ତୁ କେତେକଙ୍କ କ୍ଷେତ୍ରରେ ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଯଦି ଏହାର ଆକାର ଦ୍ରୁତ ଗତିରେ ବଦଳୁଛି ତେବେ କର୍କଟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ଯଦି କଳାଜାଇର ଆକାର ଅଧାକଟା ଥାଏ । ଏହାର ରଙ୍ଗ ବଦଳୁଥାଏ । ଧାର ଗୁଡିକ କଟା କଟା ଦେଖାଯାଏ ଏବଂ ରଙ୍ଗ ଗାଢ କଳା
ହୋଇଯାଉଛି ଏମିତିକି ସେହି ସ୍ଥାନ କୁଞ୍ଚିତ ହେଉଛି କିମ୍ବା ଏଥିରୁ ରକ୍ତସ୍ରାବ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହା ଚର୍ମ କର୍କଟ ରୋଗର ଲକ୍ଷଣ ହୋଇପାରେ । ଯଦି ଆପଣ ଏହି ଭଳି ଲକ୍ଷଣ ଦେଖୁଛନ୍ତି ଏହାକୁ ଅଣଦେଖା କରନ୍ତୁ ନାହିଁ ।

ବୈଜ୍ଞାନିକ ଭାଷାରେ ଏହାକୁ ନାଭି କୁହାଯାଏ । ଚର୍ମରୋଗ ବିଶେଷଜ୍ଞ କୁହନ୍ତି ଯେ ଅନେକ ଏହାକୁ ହଟାଇବାକୁ ଘରୋଇ ଉପଚାର କରିଥାନ୍ତି । ହେଲେ ଏହାକୁ ଏପରି କରିବା ଜମା ବି ଠିକ ନୁହେଁ । ଏହାଦ୍ୱାରା ରକ୍ତସ୍ରାବ ହୋଇପାରେ । ଏମିତିକି ସଂକ୍ରଣଣ ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.