କୋଲ୍ଡ ଡ୍ରିଙ୍କସ ବୋତଲରେ ଥଣ୍ଡା ପାଣି ରଖି ପିଉଥିବା ଲୋକ ହୋଇଯାଆନ୍ତୁ ସାବଧାନ, ନଚେତ..

ଓଃ କି ପ୍ରବଳ ଗରମ। ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ଏପ୍ରିଲ ମାସ ଆରମ୍ଭ ହିଁ ମେ ମାସ ଭଳି ଗରମ। କୋଲ୍ଡ ଡ୍ରିଙ୍କ ଓ ମିନେରାଲ ଓ୍ବାଟର ପିଇବା ବଢିଯାଇଛି। ଏହି ସମୟରେ ନିଜ ଦେହର ଯତ୍ନ ନେବା ନିହାତି ଜରୁରୀ। ସବୁଠାରୁ ବଡ କଥା ହେଲା କୋଲ୍ଡଡ୍ରିଙ୍କ ବୋତଲରେ ପାଣି ରଖି ତାକୁ ଫ୍ରିଜରେ ଥଣ୍ଡା କରିବାକୁ ରଖିଥିଲେ ସାବଧାନ। ବହୁ ଲୋକ ଏଭଳି କରିଥାନ୍ତି, କିନ୍ତୁ ସେମାନେ ଜାଣିନଥାନ୍ତି ଶରୀର ପାଇଁ ଏହା କେତେ ଯେ ବିପଦଜନକ।

କୋଲ୍ଡଡ୍ରିଙ୍କ ଓ ମିନେରାଲ ଓ୍ବାଟର ବୋତଲକୁ କିଣିବା ଏହାକୁ ପାଖରେ ନରଖି ଫୋପାଡି ଦିଅନ୍ତୁ। କାରଣ ଏସବୁ ବୋତଲ ଓ୍ବାନ୍ ଟାଇମ୍ ୟୁଜ୍ ବା କେବଳ ଗୋଟିଏ ଥର ବ୍ୟବହାର କରିବେ।

ପ୍ଲାଷ୍ଟିକ ବୋତଲକୁ ଅଧିକ ଦିନ ଧରି ବ୍ୟବହାର କରିବା ଖୁବ୍ କ୍ଷତିକାରକ ହୋଇପାରେ। ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା fluoride ଓ arsenic ଭଳି ତତ୍ତ୍ବ ସୃଷ୍ଟି ହୋଇଥାଏ। ଏହା ଧୀରେ ଧୀରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

ଯେଉଁ ଲୋକ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି କାରରେ ରଖି ଦିଅନ୍ତି, ତାଙ୍କ ପାଇଁ ଏହି ଅଭ୍ୟାସ ଖୁବ୍ ଘାତକ ହୋଇପାରେ। ପ୍ଲାଷ୍ଟିକ ବୋତଲ ଭିତରେ ଥିବା ପାଣି ଗରମ୍ ହୋଇଗଲେ ସେଥିଲେ ଡାୟକ୍ସିନ୍ ସୃଷ୍ଟି ହୋଇଥାଏ। ଏଥରୁ କ୍ୟାନସର ହେବାର ବିପଦ ରହିଛି। ଏହି କେମିକାଲ ଶରୀରକୁ କ୍ଷତି କରିଥାଏ। ଡାଇବେଟିସ୍, ମେଦବହୁଳତା, ଗର୍ଭଧାରଣରେ ସମସ୍ୟା ଓ ରୋଗ ପ୍ରତିରୋଧ କ୍ଷମତା ନଷ୍ଟ ହେବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.