ବ୍ରଣ ଠାରୁ ଆରମ୍ଭ କରି କେଶ ଝଡିବା ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଦୂରଥାଏ କଖାରୁ ଫେଶପ୍ୟାକ୍‌, ଜାଣନ୍ତୁ କିପରି

ପୋଷକ ତତ୍ତ୍ୱରେ ଭରପୁର ଥିବା କଖାରୁ କେବଳ ଶରୀର ପାଇଁ ନୁହେଁ ବରଂ ଏଥିରେ ବ୍ୟୁଟି ସମ୍ପର୍କିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆଜ୍ଞା ହଁ ବ୍ରଣ ହେଉ କିମ୍ବା କେଶ ଝଡିବା ସମସ୍ୟା ଏହି ସବୁ ଅସୁବିଧା ଦୂର କରିଥାଏ କଖାରୁ ଫେଶପ୍ୟାକ। ତେବେ ଆଜି ଆମେ ଆପରଙ୍କୁ କହିବୁ କଖାରୁ ଫେଶପ୍ୟାକ ସାହାଯ୍ୟରେ କିପରି ଦୂର କରିବେ ଏହି ସବୁ ସମସ୍ୟା।

ଜାଣନ୍ତୁ କିପରି ଦୂର ହେବ କେଶ ସମସ୍ୟା:

-କଖାରୁ ତେଲକୁ ସପ୍ତାହକୁ ଦୁଇଥର କେଶର ମୂଳରେ ମସାଜ୍‌ କରନ୍ତୁ। କାରଣ ପୋଟାସିୟମ, ଆଇରନ, ମାଙ୍ଗାନିଜ ଏବଂ ଭିଟାମିନରେ ଭରପୁର ଥିବା ଏହି ତେଲ କେଶର ମୂଳରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ଯାହାଫଳରେ କେଶ ମଜବୁତ୍‌ ହୋଇଥାଏ।

homemadeକିପରି ଦୂର ହେବ ତ୍ୱଚା ସମସ୍ୟା:

-କଖାରୁରେ ଭିଟାମିନ-ଇ ଅଏଲ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ ପରେ ହାଲୁକା ଉଷୁମ ପାରିରେ ସଫା କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା କୋମଳ ହେବା ସହ ସତେଜ ରହିଥାଏ।

-କଖାରୁ ରସରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ୧୦ ମିନିଟ ତ୍ୱଚାରେ ଲଗାଇ ରକିବା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଏହାସହ ପଢନ୍ତୁ: କ’ଣ ଆପଣ ଆବଶ୍ୟକତା ଠାରୁ କମ କିମ୍ବା ଅଧିକ ଶୋଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ ନଚେତ ହୋଇପାରନ୍ତି ଏହି ରୋଗର…

-ଏକ ଚାମଚ କଖାରୁ ରସ ସହ ଅଧା ଚାମଚ ବାଦାମ ତେଲ ମିଶାଇ ପେଷ୍ଟ ପ୍ରସ୍ତୁତ କରିବା ପରେ ଏହାକୁ ତ୍ୱଚାରେ ଲଗାନ୍ତୁ। ଏହାକୁ ତ୍ୱଚାରେ ଲଗାଇ୧୦ ମିନିଟ ରଖବା ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରେ ସୌନ୍ଦଯ୍ୟ ଆସିଥାଏ।