ପିଲା ଜନ୍ମ ହେବା ପରେ କମି ଯାଉଛି କି ମହିଳାଙ୍କ ସୌନ୍ଦର୍ଯ୍ୟ, ଏହି ପରି କରନ୍ତୁ ଏହାର ସମାଧାନ…

ମହିଳାମାନଙ୍କ କ୍ଷେତ୍ରରେ ସୌନ୍ଦର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେବେ ବହୁଦିନ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟମୟ ରହିବା ପାଇଁ ହେଲେ ଖାଦ୍ୟପେୟ ଠାରୁ ଆରମ୍ଭ କରି ନିଜର ଯତ୍ନ ନେବା ମଧ୍ୟ ଜରୁରୀ ହୋଇଥାଏ । ବିଶେଷ କରି ଆମ ଦେଶରେ ମହିଳା ମାନେ ଅତ୍ୟଧିକ ଭାବେ ଘର କାମରେ ବ୍ୟସ୍ତ ରହି ଶାରୀରିକ ପରିଶ୍ରମ କରନ୍ତି, ଫଳରେ ସେମାନେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ଭୁଲିଯାନ୍ତି ।

ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ସୌନ୍ଦର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ । ବିବାହିତ ମହିଳାମାନେ ନିଜ ସ୍ୱାମୀ, ପିଲା ଓ ଘରଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ନିଜ ସୌନ୍ଦର୍ଯ୍ୟକୁ ଅଣଦେଖା କରିଥାନ୍ତି ।

ସାଧାରଣତଃ ଆମ ଦେଶରେ ଶିଶୁ ଜନ୍ମ ପରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ହାନି ହୋଇଥାଏ । ଅନେକ ଜଣ ଏହାକୁ ଏକ ପ୍ରାକୃତିକ ପ୍ରଭାବ ଭାବି ସବୁକିଛି ଭୁଲି ଯାଆନ୍ତି । ଯଦିଓ ପିଲା ଜନ୍ମ ହେବା ପରେ ଜଣେ ମହିଳା ପ୍ରାକୃତିକ ପ୍ରଭାବର ଶିକାର ହୋଇଥାନ୍ତି, କିନ୍ତୁ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହାକୁ ଦୂର କରିବା ପାଇଁ ମଧ୍ୟ କିଛି ଉପାୟ ରହିଛି ।

ପର୍ଯ୍ୟାପ୍ତ ବିଶ୍ରାମ ନେବା: ଆପଣଙ୍କ ଶିଶୁ ଶୋଇବା ସମୟରେ ନିଜେ ମଧ୍ୟ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ଏବଂ ଘରକୁ ଅଧିକ ସଂଖ୍ୟାରେ ଅତିଥି ମାନଙ୍କୁ ଆସିବାକୁ ଦିଅନ୍ତୁ ନାହିଁ ।

ଉତ୍ତମ ଖାଦ୍ୟ: ପ୍ରସବ ପରେ ବିଭିନ୍ନ ପ୍ରକାର ଫଳ, ପନିପରିବା ଏବଂ ପ୍ରୋଟିନ ସହିତ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି, ତେବେ ଅଧିକ ଖାଇବା ଆବଶ୍ୟକ। ଏଥି ସହ ଶରୀରର ଶୁଷ୍କତା ଦୂର କରିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ମଧ୍ୟ ଜରୁରୀ ।

ଚା’ କିମ୍ବା କଫି ପିଅନ୍ତୁ ନାହିଁ: ଶିଶୁକୁ ସ୍ତନ୍ୟପାନ କରୁଥିବା ପର୍ଯ୍ୟନ୍ତ ଚା, କଫି କିମ୍ବା କ୍ୟାଫିନ୍‌ ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଶିଶୁ ଉପରେ କୁପ୍ରଭାବ ପକାଇପାରେ । ଏହା ଦେହକୁ ଶୁଷ୍କ କରିବା ସହ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

ଭିଟାମିନ୍‌ ଖାଆନ୍ତୁ: ପ୍ରସବ ପରେ ତିନି ମାସ ପର୍ଯ୍ୟନ୍ତ ଆଇରନ୍‌ ଏବଂ ଫୋଲିକ୍‌ ଏସିଡ୍‌ ସପ୍ଲିମେଣ୍ଟ୍‌ ଖାଇବା ଜାରି ରଖନ୍ତୁ। ଏହା ଶରୀରର ଭିଟାମିନ୍‌ ସ୍ତରକୁ ବଜାୟ ରଖିଥାଏ ।
ପୋଷଣ ନିୟନ୍ତ୍ରଣ: ସମୟ ସମୟରେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ଆବଶ୍ୟକ । କାରଣ ଉଷୁମ ପାଣି ଶରୀର ଆଦ୍ର୍ରତା ଦୂର କରିବାରେ ସାହାଯ୍ୟ କରିଥାଏ ।