କାହିଁକି ଖରାପ ହେଉଛି ସ୍କିନ୍‌, ଏଥିରୁ କେମିତି ମୁକ୍ତି ପାଇବେ ଜାଣନ୍ତୁ

ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି । ଖାସ୍‌ କରି ଏହି କ୍ଷେତ୍ରରେ ମହିଳାମାନେ ଅଧିକ ଚିନ୍ତା କରିଥାଆନ୍ତି । କେହି କେହି ପାର୍ଲର ଯାଉଥିବା ବେଳେ ଆଉ କେତେକ ଫେସ୍‌ ପ୍ୟାକ୍‌ ମଧ୍ୟ ବ୍ୟବହାର କରିଥାନ୍ତି । ଫେସରେ କିପରି ଗ୍ଲୋ ଆସିବ ତାକୁ ନେଇ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରନ୍ତି, ଯାହା ଫେସକୁ ଗ୍ଲୋ’ କରିବା ବଦଳରେ ଅଧିକ କ୍ଷତି କରିଥାଏ । ଯେପରି ଫେସରେ ଦାଗ ହେବା, ବ୍ରଣ ବାହାରିବା ଏବଂ ଫେସକୁ ଡଲ କରିବା ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ କିପରି ଗ୍ଲୋ’ କରିବେ ଏବଂ ଆପଣଙ୍କ ବୟସଠାରୁ ୧୦ ବର୍ଷ ସାନ ଦେଖାଯିବେ ତାହା ଆସନ୍ତୁ ଜାଣିବା ।

ସ୍କିନ୍‌ କାହିଁକି ଖରାପ ହେଉଛି?
ଆଜିକାଲି ପ୍ରଦୂଷଣ ହେତୁ ଏବଂ ଖରାପ ଖାଦ୍ୟ ଯୋଗୁ ସ୍କିନ୍‌ ଖରାପ ହୋଇଥାଏ । କେବଳ ସେତିକି ନୁହେଁ ଅଲସର ଏବଂ ସୋରିୟାସିସ୍‌ ହେବାର ଆଶଙ୍କା ମଧ୍ୟ ରହିଥାଏ । ଏପରି ପରିସ୍ଥିତିରେ ଆପଣ ଡାଏଟ୍‌ ଠିକ୍‌ କରିବା ଉଚିତ୍‌ । ମଦ୍ୟପାନ ଏବଂ ସିଗାରେଟ୍‌ ଠାରୁ ମଧ୍ୟ ଦୂରରେ ରହିବା ଉଚିତ୍‌ ।

ସ୍କିନର ସୌନ୍ଦର୍ଯ୍ୟ ବଜାୟ ରଖିବ ଏହି ଡ୍ରିଙ୍କ୍‌ :
ଚର୍ମରୋଗ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଲି ପେଟରେ ଗରମ ପାଣି ସହ ଲେମ୍ବୁ ମିଶାଇ ସବୁଦିନ ସକାଳୁ ପିଇବା ଆବଶ୍ୟକ । ଏହା ଲିଭରକୁ ଭଲ ଭାବରେ ସଫା କରିଥାଏ ଏବଂ ଶରୀରକୁ ହାଇଡ୍ରେଟ୍‌ ରଖିଥାଏ । ସବୁଦିନ ସକାଳୁ ପିଉଥିବା ଚା’ କିମ୍ବା କଫିକୁ ଛାଡି ଏହି ଗରମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ସ୍କିନ ଅଧିକ ଗ୍ଲୋ କରିବ ।

ଏହା ସହ, ଆପଣଙ୍କ ବୟସଠାରୁ ୧୦ ବର୍ଷ ସାନ ଦେଖାଯିବା ପାଇଁ ମହିଳାମାନେ ପ୍ରତିଦିନ ସକାଳେ ଭିଟାମିନ୍‌ ସି’ ସେରମ୍‌ ଏବଂ ରାତିରେ ଏକ ହାୟାଲୁରୋନିକ୍‌ ଏସିଡ୍‌ ସେରମ୍‌ ବ୍ୟବହାର କରନ୍ତୁ । ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ହାଇଡ୍ରେସନ୍‌ ସହିତ ଚର୍ମକୁ ସଫା କରିବାରେ ସାହାଯ୍ୟ କରେ । ଏଥି ସହିତ ହାଲୁକା, ନୋନ୍‌ ପୋର ବ୍ଲଗିଂ ମଶ୍ଚରାଇଜର ବ୍ୟବହାର କରନ୍ତୁ । ଏହାକୁ ଫେସରେ ଲଗାଇବା ସହ ବେକରେ ମଧ୍ୟ ଲଗାଇପାରିବେ । ଏହାକୁ ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ମଶ୍ଚରାଇଜର ହେବା ସହ ବ୍ରଣ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ନ୍ୟାସନାଲ୍‌ ଲାଇବ୍ରେରୀ ଅଫ୍‌ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସନସ୍କ୍ରିନ ସ୍କିନକୁ କ୍ଷତିକାରକ UV କିରଣରୁ ରକ୍ଷା କରିଥାଏ । ଏହା ବୃଦ୍ଧାବସ୍ଥା, ଟ୍ୟାନିଂ ଏବଂ ସୂର୍ଯ୍ୟକିରଣକୁ ରୋକିଥାଏ, ଚେହେରାରେ ଦାଗ କମିଯିବା ସହ ସ୍କିନରେ ଉନ୍ନତି ଆଣିଥାଏ ।

ତେଣୁ ସବୁଦିନ ସକାଳୁ ଉଠିବା ମାତ୍ରେ ଆପଣ ହାଲ୍କା ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇବା ଆବଶ୍ୟକ । ଏହା ଆପଣଙ୍କ ସ୍କିନକୁ ଗ୍ଲୋ’ କରିବା ସହ ବ୍ରଣକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

You might also like