ଆପଣଙ୍କ ଶୟନ କକ୍ଷର କାନ୍ଥର ରଙ୍ଗ ଜଣାଇବ ଆପଣଙ୍କ ସ୍ବଭାବ ଏବଂ ବ୍ୟକ୍ତିତ୍ବ

ଘରର ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାରର ଲାଇଟ ଓ କାନ୍ଥର ରଙ୍ଗ ଗୁଡ଼ିକର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଜ ପସନ୍ଦ ଅନୁଯାୟୀ ଘରକୁ ସଜାଇବା ପାଇଁ ସଭିଁଙ୍କୁ ବେଶ ପସନ୍ଦ। ଘରକୁ ସଜାଇବା ପାଇଁ ଆମେ ଘରକୁ ବିଭିନ୍ନ ପ୍ରକାର ଲାଇଟ ଏବଂ ସୁନ୍ଦର ସୁନ୍ଦର ରଙ୍ଗ କାନ୍ଥରେ ଦେଇଥାଉ। ଆପଣ ବୋଧହୁଏ ଜାଣିନଥିବେ ଏହି କାନ୍ଥର ରଙ୍ଗ ଆପଣଙ୍କ ସ୍ବଭାବ ଏବଂ ବ୍ୟକ୍ତିତ୍ବ ବିଷୟରେ ଜଣାଇଥାଏ। ପ୍ରତ୍ୟେକ ରଙ୍ଗର ନିଜ ନିଜର ବିଶେଷତ୍ୱ ରହିଛି।

ନିଜ ପସନ୍ଦର ରଙ୍ଗକୁ ମଧ୍ୟ ଆପଣ ଘରର କାନ୍ଥରେ କରିବା ଦ୍ୱାରା ଏହାର ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଏହା ଆପଣଙ୍କ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଘରର ରଙ୍ଗ ଆପଣଙ୍କ ବିଷୟରେ କ’ଣ ଜଣାଇଥାଏ।

ଲାଲ ରଙ୍ଗ

ଘରର କାନ୍ଥ ଯଦି ଲାଲ ରଙ୍ଗ ହୋଇଥାଏ, ତେବେ ଏହା ଆପଣ ଜଣେ ଉତ୍ସାହି ବ୍ୟକ୍ତି ବୋଲି ଦର୍ଶାଇଥାଏ। ଅଧ୍ୟୟନ ଅନୁଯାୟୀ ଲାଲ ରଙ୍ଗ ଭଲପାଇବା, ରାଗ ଓ ଫ୍ୟାସନର ପ୍ରତୀକ ଅଟେ। ଏହି ରଙ୍ଗ ଆପଣଙ୍କ ସକରାତ୍ମକ ଶକ୍ତିର ମଧ୍ୟ ପରିଚୟ ଦେଇଥାଏ।

ସବୁଜ ରଙ୍ଗ

ସବୁଜ ରଙ୍ଗ ଶସ୍ୟଶ୍ୟାମଳା ଓ ପ୍ରକୃତିର ପ୍ରତୀକ ଅଟେ। ଏହା ଆପଣଙ୍କର ଆତ୍ମାର ସଠିକ ସନ୍ତୁଳନର ପ୍ରଦର୍ଶିତ କରିଥାଏ। ସବୁଜ ଋଙ୍ଗ ବୃଦ୍ଧି, ବିକାଶ, ସ୍ୱାସ୍ଥ୍ୟ, ହସଖୁସି ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ।

ନାରଙ୍ଗୀ ରଙ୍ଗ

ନାରଙ୍ଗୀ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ଖିସିରେ ରହିବାକୁ ବହୁତ ଭଲ ଲାଗିଥାଏ। ଏହା ଆପଣଙ୍କ ମହତ୍ତ୍ୱକାଂକ୍ଷୀ ଗୁଣର ମଧ୍ୟ ପରିଚୟ ଦେଇଥାଏ।

ହଳଦିଆ ରଙ୍ଗ

ହଳଦିଆ ରଙ୍ଗ ଆପଣଙ୍କର ଆଶାବାଦୀ ଓ ପ୍ରସନ୍ନତାର ପରିଚୟ ପ୍ରଦାନ କରିଥାଏ। କାନ୍ଥ ହଳଦିଆ ରଙ୍ଗ ହେବା ଦ୍ୱାରା ଗୃହରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।

କଳା ରଙ୍ଗ

ଏହି ରଙ୍ଗ ଏବେର ଫ୍ୟାସନ। ଏହା ଆପଣଙ୍କ ଷ୍ଟାଇଲିସ ଓ ସମୟାନୁଯାୟୀ ଆଗକୁ ଅଗ୍ରସର ହେଉଥିବାର ପରିଚୟ ଦେଇଥାଏ। ଶକ୍ତି, ଗମ୍ଭୀରତା ଓ ଶକ୍ତ ବ୍ୟକ୍ତିତ୍ୱର ମଧ୍ୟ ପରିଚୟ ଦେଇଥାଏ।

ଧଳା ରଙ୍ଗ

ଧଳା ରଙ୍ଗ ଶାନ୍ତି ଓ ଧୈର‌୍ୟ୍ୟର ପ୍ରତୀକ। ଘରର ରଙ୍ଗ ଯଦି ଧଳା ରଙ୍ଗର ହୋଇଥାଏ, ତେବେ ଏହା ଆପଣଙ୍କ ସ୍ୱଚ୍ଛତା ଗୁଣର ପରିଚୟ ଦେଇଥାଏ। ଏହି ରଙ୍ଗ ଗୃହର ସକରାତ୍ମକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

ନୀଳ ରଙ୍ଗ

ନୀଳ ରଙ୍ଗ ଘରର ଶାନ୍ତି ଓ ସୁରକ୍ଷାର ପ୍ରତୀକ ଅଟେ। ବହୁ ଲୋକଙ୍କୁ ଘରର କାନ୍ଥକୁ ନୀଳ ରଙ୍ଗ କରିବା ପସନ୍ଦ। ଯଦି ଆପଣଙ୍କ ଶୟନ କକ୍ଷର କାନ୍ଥ ନୀଳ ରଙ୍ଗ ହୋଇଥାଏ ତେବେ ଏହା ଆପଣଙ୍କ ବିଶ୍ୱାସ ଓ ନିଷ୍ଠାର ପରିଚୟ ପ୍ରଦାନ କରିଥାଏ।

Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

20 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

30 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

42 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

49 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

50 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago