ଗର୍ଭାବସ୍ଥା ସମୟରେ ଖାଆନ୍ତୁ ବିଟ୍, ଶିଶୁର ମେରୁଦଣ୍ଡ ବିକାଶ ପାଇଁ ହୋଇଥାଏ ସହାୟକ

ବିଟ୍ ଶରୀରର ଶକ୍ତି ବୃଦ୍ଧି କରିବା ସହ ମାଂସପେଶୀ ଶକ୍ତ କରିଥାଏ । ଏଥିରେ ଭିଟାମିନ- ସି, ଭିଟାମିନ-ଏ ଓ ଭିଟାମିନ-ବି ୬ ସାଙ୍ଗକୁ ଫୋଲିକ୍ ଏସିଡ୍‌, ଜିଙ୍କ୍‌, ପ୍ରୋଟିନ୍‌, କାର୍ବୋହାଇଡେଟ୍‌, ଫ୍ୟାଟ୍‌, ଫାଇବର୍‌, ସୋଡିୟମ୍‌, ପୋଟାସିୟମ୍‌, ମାଗ୍ନେସିୟମ୍ ଓ ଆଇରନ୍ ଆଦି ଭରପୁର ମାତ୍ରାରେ ରହିଛି । ତିନୋଟି ଛୋଟ ବିଟ୍ ୫ ଭାଗ ଫଳ ଓ ପରିବା ସହିତ ସମାନ ହୋଇଥାଏ । ତେଣୁ ବିଟ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।

ବିଟ୍‌ରେ ନାଇଟ୍ରିକ୍ ଅକ୍ସାଇଡ୍‌ର ମାତ୍ରା ଅଧିକ ରହିଛି । ତେଣୁ ପ୍ରତ୍ୟେକ ଦିନ ୨୫୦ ମି.ଲି ବିଟ୍ ଜୁସ୍ କିମ୍ବା ଫାଳେ ବିଟ୍ ଖାଇବା ଦ୍ୱାରା ରକ୍ତଚାପର ଆଶଙ୍କା କମିଥାଏ । ରକ୍ତଚାପ ଦ୍ୱାରା ହେଉଥିବା ଅନ୍ୟ ରୋଗକୁ ପ୍ରତିରୋଧ କରିଥାଏ ବିଟ୍ । ବିଟ୍ ହୃଦ୍‌ରୋଗକୁ ମଧ୍ୟ ରୋକିଥାଏ ।

ବିଟ୍‌ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍ କୋଲେଷ୍ଟେରୋଲ୍ କମ୍ କରିଥାଏ । ଏହାଛଡା ଏଥିରେ ଥିବା କାରୋଟିନୋଏଡ୍ ଓ ଫ୍ଲାଭନୋଏଡ୍ ଖରାପ କୋଲେଷ୍ଟ୍ରୋଲକୁ ନଷ୍ଟ କରିଦିଏ । ବିଟ୍‌ରେ ରହିଛି ପ୍ରଚୁର ମାତ୍ରାରେ ଫୋଲିକ୍ ଏସିଡ୍‌, ଯାହା ଶରୀରର ଟିସ୍ୟୁ ବିକାଶରେ ସହାୟକ ହୋଇଥାଏ ।

ଗର୍ଭାବସ୍ଥାର ପ୍ରଥମ ତିନି ମାସରେ ଶିଶୁର ମେରୁଦଣ୍ଡ ବିକାଶ ପାଇଁ ଏହି ଫୋଲିକ୍ ଏସିଡ୍ ଉପକାରୀ ହୋଇଥାଏ । ଏହାଛଡା ବିଟ୍‌ରେ ଆଇରନ୍‌ର ପରିମାଣ ଅଧିକ ଥିବାରୁ ଗର୍ଭାବସ୍ଥାରେ ମହିଳାଙ୍କୁ ଥକ୍କାପଣରୁ ମୁକ୍ତି ଦେଇଥାଏ ।

ଏଥିରେ ସିଲିକା ରହିଛି । ଏହା ମାଂସପେଶୀ ଓ ହାଡରେ କ୍ୟାଲସିୟମ୍‌କୁ ଠିକ୍ ଭାବେ ଉପଯୋଗ କରିବାରେ ସାହାଯ୍ୟ କରିଥାଏ । ଫଳରେ ଅଷ୍ଟିଓପୋରୋସିସ୍‌ର ଆଶଙ୍କା କମ୍ ହୋଇଯାଏ ।

ସାଧାରଣତଃ ବିଟ୍‌ରେ ଫ୍ୟାଟ୍ ନଥାଏ । ଏହା ସହିତ ଏଥିରେ କ୍ୟାଲୋରୀ ମଧ୍ୟ କମ୍ । ତେଣୁ ଶରୀରରେ ସୁଗାର୍‌ର ପରିମାଣକୁ ନିୟନ୍ତ୍ରଣ କରିବାରେ ଏହା ବେଶ୍ ସହାୟକ ହୋଇଥାଏ ।

ବିଟ୍‌ରେ ପ୍ରଚୁର ପରିମାଣର ଆଇରନ୍ ଥିବାରୁ ଏହା ରକ୍ତହୀନତା ଓ ଥକ୍କାପଣ ଦୂର କରେ । ବିଟ୍‌ରେ ଥିବା ଫୋଲିକ୍ ଏସିଡ୍ ସହିତ ନାଇଟ୍ରିକ୍ ଅକ୍ସାଇଡ୍ ଡିମେନ୍‌ସିଆ କମ୍ କରିବାରରେ ସହାୟକ ହୋଇଥାଏ ।

ଅଧିକ ବିଟ୍ ସେବନରେ ରହିଛି ବିପଦ

ବିଟ୍ ଅଧିକ ଖାଇବା ଦ୍ୱାରା ମଳ ଓ ପରିସ୍ରା ଲାଲ୍‌ରଙ୍ଗର ହୋଇ ଥାଏ । ଏହାଛଡା ଅତ୍ୟଧିକ ବିଟ୍ ଖାଇବା ଦ୍ୱାରା ଶରୀରରେ ଫାଇବର୍‌ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ଗ୍ୟାସ୍ ଓ ଡାଇରିଆ ହୋଇଥାଏ । ଗୋଟିଏ କପ୍ ବିଟ୍‌ରେ ୧୪ ଗ୍ରାମ୍ ସୁଗାର ରହିଥାଏ । ତେଣୁ ରକ୍ତରେ ଶର୍କରା ପରିମାଣ ଅଧିକ ନ ହେବା ପାଇଁ ବିଟ୍‌ର ପରିମାଣ ପ୍ରତି ସଚେତନ ରହିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.